ସୋନମଙ୍କୁ ଭେଟିବାକୁ ଗାଜିପୁରରେ ପହଞ୍ଚିଲେ ତାଙ୍କ ଭାଇ , ମିଡ଼ିଆକୁ କହିଲେ ...

ନୂଆଦିଲ୍ଲୀ : ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଥିବା ମେଘାଳୟରେ ନିଖୋଜ ହୋଇଥିବା ଇନ୍ଦୋରର ହନିମୁନ୍‌ କପଲଙ୍କ ମାମଲା ନୂଆ ମୋଡ ନେଇଛି, ସୋମବାର ଯେତେବେଳେ ନିଖୋଜ ଯୁବତୀ ସୋନମ ୟୁପିର ଗାଜିପୁରରେ ମିଳି ଥିଲେ। ସେ ନିଜେ ପରିବାର ଲୋକଙ୍କୁ ଫୋନ କରି ଗାଜିପୁରରେ ଏକ ଚା’ ଦୋକାନରେ ଥିବାର କହିଥିଲେ। ଏହାପରେ ପରିବାର ଲୋକ ପୁଲିସକୁ ଜଣାଇ ଥିଲେ। ପୁଲିସ ସୋନମଙ୍କୁ ଗାଜିପୁରର ୱାନ ଷ୍ଟାପ୍‌ ସେଣ୍ଟରର ପହଞ୍ଚାଇ ଥିଲା। ପୂରା ମାମଲା ମେଘାଳୟ ସହ ଜଡ଼ିତ ଥିବାରୁ ସେଠାର ପୁଲିସକୁ ସୂଚନା ଦିଆଯାଇଛି। ମେଘାଳୟ ପୁଲିସ ଆସିବା ପରେ ସୋନମଙ୍କୁ ତାଙ୍କୁ ହସ୍ତାନ୍ତର କରାଯିବ। ଏହା ପୂର୍ବରୁ ସୋନମଙ୍କର ଭାଇ ଗୋବିନ୍ଦ ଇନ୍ଦୋରରୁ ଗାଜିପୁରର ୱାନ ଷ୍ଟାପ୍‌ ସେଣ୍ଟରରେ ଭଉଣୀକୁ ଭେଟିବାକୁ ପହଞ୍ଚି ଥିଲେ। ତାଙ୍କର ପହଞ୍ଚିବା କ୍ଷଣି ମିଡ଼ିଆ ତାଙ୍କୁ ପ୍ରଶ୍ନର ବର୍ଷା କରିଥିଲା। ତାଙ୍କ ବାପାଙ୍କ ବୟାନକୁ ହିଁ ନେଇ ସୋନମଙ୍କ ଭାଇ ସ୍ପଷ୍ଟ କରିଛନ୍ତି ଯେ ଭଉଣୀ ନିର୍ଦ୍ଦୋଷ। ହେଲେ ଏହା ମଧ୍ୟ କହିଛନ୍ତି ଯଦି ଭଉଣୀ ଦୋଷୀ ତ ଫାଶୀ ଦିଆ ଯାଉ।ଭାଇ କହିଛନ୍ତି ଯିଏ ବି ଦୋଷୀ , ତାକୁ କଡ଼ା ସଜା ମିଳୁ। କହିଛନ୍ତି , ତାକୁ ଜଣାନାହିଁ ଭଉଣୀ ଗାଜିପୁରରେ କେମିତି ପହଞ୍ଚିଲା। ସେ ନିବେଦନ କରିଥିଲେ କି , ତାଙ୍କୁ ପ୍ରଥମେ ନିଜ ଭଉଣୀ ସହ ଭେଟିବାକୁ ଦିଅନ୍ତୁ। ସେ କହିଛନ୍ତି ,ସୋନମ ଉପରେ ଯେଉଁ ଅଭିଯୋଗ ଲାଗିଛି , ତାହା ବିଷୟରେ ତାକୁ କୌଣସି ସୂଚନା ନାହିଁ। କ

ସୋନମଙ୍କୁ ଭେଟିବାକୁ ଗାଜିପୁରରେ ପହଞ୍ଚିଲେ ତାଙ୍କ ଭାଇ , ମିଡ଼ିଆକୁ କହିଲେ ...

ନୂଆଦିଲ୍ଲୀ : ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଥିବା ମେଘାଳୟରେ ନିଖୋଜ ହୋଇଥିବା ଇନ୍ଦୋରର ହନିମୁନ୍‌ କପଲଙ୍କ ମାମଲା ନୂଆ ମୋଡ ନେଇଛି, ସୋମବାର ଯେତେବେଳେ ନିଖୋଜ ଯୁବତୀ ସୋନମ ୟୁପିର ଗାଜିପୁରରେ ମିଳି ଥିଲେ। ସେ ନିଜେ ପରିବାର ଲୋକଙ୍କୁ ଫୋନ କରି ଗାଜିପୁରରେ ଏକ ଚା’ ଦୋକାନରେ ଥିବାର କହିଥିଲେ। ଏହାପରେ ପରିବାର ଲୋକ ପୁଲିସକୁ ଜଣାଇ ଥିଲେ। ପୁଲିସ ସୋନମଙ୍କୁ ଗାଜିପୁରର ୱାନ ଷ୍ଟାପ୍‌ ସେଣ୍ଟରର ପହଞ୍ଚାଇ ଥିଲା। ପୂରା ମାମଲା ମେଘାଳୟ ସହ ଜଡ଼ିତ ଥିବାରୁ ସେଠାର ପୁଲିସକୁ ସୂଚନା ଦିଆଯାଇଛି। ମେଘାଳୟ ପୁଲିସ ଆସିବା ପରେ ସୋନମଙ୍କୁ ତାଙ୍କୁ ହସ୍ତାନ୍ତର କରାଯିବ। ଏହା ପୂର୍ବରୁ ସୋନମଙ୍କର ଭାଇ ଗୋବିନ୍ଦ ଇନ୍ଦୋରରୁ ଗାଜିପୁରର ୱାନ ଷ୍ଟାପ୍‌ ସେଣ୍ଟରରେ ଭଉଣୀକୁ ଭେଟିବାକୁ ପହଞ୍ଚି ଥିଲେ। ତାଙ୍କର ପହଞ୍ଚିବା କ୍ଷଣି ମିଡ଼ିଆ ତାଙ୍କୁ ପ୍ରଶ୍ନର ବର୍ଷା କରିଥିଲା। ତାଙ୍କ ବାପାଙ୍କ ବୟାନକୁ ହିଁ ନେଇ ସୋନମଙ୍କ ଭାଇ ସ୍ପଷ୍ଟ କରିଛନ୍ତି ଯେ ଭଉଣୀ ନିର୍ଦ୍ଦୋଷ। ହେଲେ ଏହା ମଧ୍ୟ କହିଛନ୍ତି ଯଦି ଭଉଣୀ ଦୋଷୀ ତ ଫାଶୀ ଦିଆ ଯାଉ।

ଭାଇ କହିଛନ୍ତି ଯିଏ ବି ଦୋଷୀ , ତାକୁ କଡ଼ା ସଜା ମିଳୁ। କହିଛନ୍ତି , ତାକୁ ଜଣାନାହିଁ ଭଉଣୀ ଗାଜିପୁରରେ କେମିତି ପହଞ୍ଚିଲା। ସେ ନିବେଦନ କରିଥିଲେ କି , ତାଙ୍କୁ ପ୍ରଥମେ ନିଜ ଭଉଣୀ ସହ ଭେଟିବାକୁ ଦିଅନ୍ତୁ। ସେ କହିଛନ୍ତି ,ସୋନମ ଉପରେ ଯେଉଁ ଅଭିଯୋଗ ଲାଗିଛି , ତାହା ବିଷୟରେ ତାକୁ କୌଣସି ସୂଚନା ନାହିଁ। କହିଛନ୍ତି ଯେ, ମିଡ଼ିଆ ହିଁ ଅଭିଯୋଗ ଲଗାଉଛି। 

ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡକୁ ନେଇ ତନାଘନା, ପୋଷ୍ଟମର୍ଟମ ରିପୋର୍ଟରେ ବଡ଼ ଖୁଲାସା

ଅନ୍ୟପଟେ ସୋନମଙ୍କର ମାଆ କହିଛନ୍ତି , ଝିଅ ମିଳିବା ପରେ ଆମେ ବେଶୀ ଖୁସି ହେଉ ନାହୁଁ। ଜ୍ୱାଇଁଙ୍କର ମୃତ୍ୟୁ ଖବର ଆମକୁ ପ୍ରଥମେ ବହୁତ ଦୁଃଖ ଦେଇଛି। ଏବେ ଝିଅ ମିଳିବା ପରେ କଣ ସତ ତାହା ସାମ୍ନାକୁ ଆସି ପାରେ। ଏବେ ଆମେ କଣ କହି ପାରିବୁ କି କଣ ହୋଇଥିଲା। କେହି ଏବେସୁଦ୍ଧା ଝିଅକୁ ଭେଟି ନାହିଁ। ଏବେ ତ ଯାହା ପୁଲିସ କହୁଛି , ତାହା ଆମେ ଶୁଣୁଛୁ। ଝିଅ ସହ କଥା ହେବା ପରେ ଯାଇ ପୂରା କଥା ଜଣାପଡ଼ିବ। 

ବର୍ତ୍ତମାନ ଗାଜିପୁର ପୁଲିସକୁ ମେଘାଳୟ ପୁଲିସର ଅପେକ୍ଷା ରହିଛି। ସେ ଆସିବା କ୍ଷଣି ସୋନମଙ୍କୁ ତାଙ୍କୁ ହସ୍ତାନ୍ତର କରାଯିବ। ଗାଜିପୁର ପୁଲିସ ବର୍ତ୍ତମାନ ନିଜ ପକ୍ଷରୁ ସୋନମଙ୍କୁ ପଚରାପଚରି ତ କରିନାହିଁ , କିନ୍ତୁ ସୂତ୍ରାନୁସାରେ ସୋନମ କଥାବାର୍ତ୍ତା ବେଳେ ନିଜକୁ ନିର୍ଦ୍ଦୋଷ କହୁଛନ୍ତି। ସେ ଖାଲି କହୁଛନ୍ତି,ତାଙ୍କୁ ଅପହରଣ କରାଯାଇ ଥିଲା। ସେ ଗାଜିପୁର ଯାଏ କେମିତି ପହଞ୍ଚିଲି ଏହା ମଧ୍ୟ କହୁ ନାହାନ୍ତି।