ସୋନମାର୍ଗ ଟନେଲର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ପ୍ରଶଂସାରେ ପୋତିଲେ ଉମର ଅବଦୁଲ୍ଲା ।

କନକ ବ୍ୟୁରୋ: ଏଣିକି ଉପକୃତ ହେବେ ଲଦାଖବାସୀ । ଆଉ ଯାତାୟତରେ ହେବନାହିଁ ଅସୁବିଧା। ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ। ବିଶେଷ କରି ଭାରତୀୟ ସେନା ଉପକୃତ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁକାଶ୍ମୀରରେ ଜେଡ୍ ମୋଡ୍ ବା ସୋନମାର୍ଗ ଟନେଲର ଉଦ୍‌ଘାଟନ କରିଛନ୍ତି । ୨୭ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬ କିଲୋମିଟର ୪ ଶହ ମିଟର ଲମ୍ବ ଟନେଲର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରମୁଖ ସାମିଲ ହୋଇଛନ୍ତି। ଜେଡ୍ ମୋଡ୍ ଟନେଲ ଗଗନଗିରିରୁ ସୋନମାର୍ଗ ପର୍ୟ୍ୟନ୍ତ ରହିଛି।  ଟନେଲରୁ କ’ଣ ମିଳିବ ଲାଭ ?- ଶ୍ରୀନଗର ଓ ଲଦାଖ ମଧ୍ୟରେ ଅଲୱେଦର କନେକ୍ଟିଭିଟି ସହଜ ହେବ- ସୋନମାର୍ଗ ଟନେଲ ଲଦାଖକୁ ସବୁ ଋତୁରେ ଯୋଡ଼ିବ- ଲଦାଖକୁ ଯିବା ପାଇଁ ପାହାଡିଆ ଅଞ୍ଚଳ ଦେଇ ବୁଲିବୁଲି ଯିବା ପାଇଁ ଅଧିକ ସମୟ ଲାଗିବନି- ହୋଟେଲ, ପରିବହନ, ରେଷ୍ଟୁରାଣ୍ଟ ସହିତ ସ୍ଥାନୀୟ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବ- ଦେଢ ଘଣ୍ଟାର ଯାତ୍ରା ମାତ୍ର ୪୦ ମିନିଟ୍‌ରେ ସମ୍ଭବ ହୋଇପାରିବ- ସମୟ ଓ ଇନ୍ଧନ ସୁରକ୍ଷା ସହ ଲଜିଷ୍ଟିକ୍ ନିବେଶରେ ହ୍ରାସ ହେବ- ସ୍ଥାନୀୟ କୃଷି ଉତ୍ପାଦନ ବଡ଼ ବଜାରରେ ପହଞ୍ଚିପାରିବ- କେଶର, ସେଓ, ଅଖରୋଟ୍, ଚେରୀ ଆଦି ବଡ଼ ବଜାରରେ ପହଞ୍ଚିବ ଟନେଲ୍‌ ଉଦଘାଟନ ନେଇ ପ

ସୋନମାର୍ଗ ଟନେଲର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ପ୍ରଶଂସାରେ ପୋତିଲେ ଉମର ଅବଦୁଲ୍ଲା ।

କନକ ବ୍ୟୁରୋ: ଏଣିକି ଉପକୃତ ହେବେ ଲଦାଖବାସୀ । ଆଉ ଯାତାୟତରେ ହେବନାହିଁ ଅସୁବିଧା। ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ। ବିଶେଷ କରି ଭାରତୀୟ ସେନା ଉପକୃତ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁକାଶ୍ମୀରରେ ଜେଡ୍ ମୋଡ୍ ବା ସୋନମାର୍ଗ ଟନେଲର ଉଦ୍‌ଘାଟନ କରିଛନ୍ତି । ୨୭ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬ କିଲୋମିଟର ୪ ଶହ ମିଟର ଲମ୍ବ ଟନେଲର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରମୁଖ ସାମିଲ ହୋଇଛନ୍ତି। ଜେଡ୍ ମୋଡ୍ ଟନେଲ ଗଗନଗିରିରୁ ସୋନମାର୍ଗ ପର୍ୟ୍ୟନ୍ତ ରହିଛି। 

ଟନେଲରୁ କ’ଣ ମିଳିବ ଲାଭ ?
- ଶ୍ରୀନଗର ଓ ଲଦାଖ ମଧ୍ୟରେ ଅଲୱେଦର କନେକ୍ଟିଭିଟି ସହଜ ହେବ
- ସୋନମାର୍ଗ ଟନେଲ ଲଦାଖକୁ ସବୁ ଋତୁରେ ଯୋଡ଼ିବ
- ଲଦାଖକୁ ଯିବା ପାଇଁ ପାହାଡିଆ ଅଞ୍ଚଳ ଦେଇ ବୁଲିବୁଲି ଯିବା ପାଇଁ ଅଧିକ ସମୟ ଲାଗିବନି
- ହୋଟେଲ, ପରିବହନ, ରେଷ୍ଟୁରାଣ୍ଟ ସହିତ ସ୍ଥାନୀୟ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବ
- ଦେଢ ଘଣ୍ଟାର ଯାତ୍ରା ମାତ୍ର ୪୦ ମିନିଟ୍‌ରେ ସମ୍ଭବ ହୋଇପାରିବ
- ସମୟ ଓ ଇନ୍ଧନ ସୁରକ୍ଷା ସହ ଲଜିଷ୍ଟିକ୍ ନିବେଶରେ ହ୍ରାସ ହେବ
- ସ୍ଥାନୀୟ କୃଷି ଉତ୍ପାଦନ ବଡ଼ ବଜାରରେ ପହଞ୍ଚିପାରିବ
- କେଶର, ସେଓ, ଅଖରୋଟ୍, ଚେରୀ ଆଦି ବଡ଼ ବଜାରରେ ପହଞ୍ଚିବ

ଟନେଲ୍‌ ଉଦଘାଟନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ନ୍ୟାଶନାଲ କନଫେରେନ୍ସ ନେତା ତଥା ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ସୋନମର୍ଗ ଟର୍ଣ୍ଣେଲ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ଓ ଉମରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି । ଏହି ସମୟରେ ମୋଦୀଙ୍କ ନିର୍ବାଚନୀ ରଣନୀତିକୁ ଭୁରି ଭୁରି ପ୍ରଶଂସା କରିଥିଲେ । ପ୍ରତିଶ୍ରୁତି ରଖି ବିଜେପି ସରକାର କୌଣସି ଗଡବଡରେ ଘାଟିରେ ନିର୍ବାଚନ କରିଛନ୍ତି । ଏଥିସହ ମୋଦୀଙ୍କ ନେତୃତ୍ବ ପାଇଁ ଦିଲ ଓ ଦିଲ୍ଲୀ ମଧ୍ୟରେ ଦୂରତା କମୁଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଭାରତ-ପାକିସ୍ତାନ ସୀମାରେ ଆତଙ୍କୀଙ୍କ ଅନୁପ୍ରବେଶ କମ ହେବ । ଘାଟିରେ ଆତଙ୍କୀ କାର୍ୟ୍ୟକଳାପ କମିବା, ବିକାଶ ପଥରେ ରାଜ୍ୟ ଆଗଉଥିବାର ସମସ୍ତ ଶ୍ରେୟ ମୋଦୀଙ୍କୁ ଦେଇ ଆଶ୍ଚର୍ୟ୍ୟ କରିଛନ୍ତି ଉମର ଅବଦୁଲ୍ଲା ।