ସୋମବାର ଆସିବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌’

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତ ଅଧିବେଶନରେ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ ’ ବିଲ ଉପସ୍ଥାପନ କରାଯିବା ବୋଲି ଚର୍ଚ୍ଚା ଚାଲିଥିଲା ବେଳେ ଆସନ୍ତା ସୋମବାର ଏହି ବିଲ୍‌ ଆସିବ ବୋଲି ସୂଚନା ମିଳିଛି। ସଂସଦର କାର୍ଯ୍ୟସୂଚୀକୁ ନେଇ ଏହି ସୂଚନା ମିଳିଛି। କେନ୍ଦ୍ର ଆଇନ ଓ ନ୍ୟାୟିକ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲଙ୍କ ଦ୍ବାରା ଏହି ବିଲ୍‌ ଉପସ୍ଥାପନ କରାଯିବ। ଗତ ଗୁରୁବାର ଏହି ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିସାରିଛି। ତେବେ ସରକାର ଏହି […]

ସୋମବାର ଆସିବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌’
Untitled 1 35

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତ ଅଧିବେଶନରେ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ ’ ବିଲ ଉପସ୍ଥାପନ କରାଯିବା ବୋଲି ଚର୍ଚ୍ଚା ଚାଲିଥିଲା ବେଳେ ଆସନ୍ତା ସୋମବାର ଏହି ବିଲ୍‌ ଆସିବ ବୋଲି ସୂଚନା ମିଳିଛି। ସଂସଦର କାର୍ଯ୍ୟସୂଚୀକୁ ନେଇ ଏହି ସୂଚନା ମିଳିଛି। କେନ୍ଦ୍ର ଆଇନ ଓ ନ୍ୟାୟିକ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲଙ୍କ ଦ୍ବାରା ଏହି ବିଲ୍‌ ଉପସ୍ଥାପନ କରାଯିବ। ଗତ ଗୁରୁବାର ଏହି ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିସାରିଛି। ତେବେ ସରକାର ଏହି ବିଲ୍‌ ଆଣିବା ପରେ ସଂସଦ ପୁଣି ସରଗରମ ହୋଇପଡ଼ିବ ବୋଲି ରାଜନୀତିକ ବିଶାରଦମାନେ ଆକଳନ କରିଛନ୍ତି। କାରଣ ସରକାର ଏହି ବିଲ୍‌ ଆଣିବାକୁ ଚାହୁଁଥିଲା ବେଳେ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ତେବେ ଏହି ବିଲ୍‌ ସଂସଦରେ ଉପସ୍ଥାପନ ହେବା ପରେ ଏହାର ଅନୁମୋଦନ ନେଇ ସନ୍ଦେହ ରହିଛି। କାରଣ ବିଲ୍‌ ଉପରେ ତର୍ଜମା କରିବା ଲାଗି ଏହାକୁ ସଂସଦର ଯୁଗ୍ମ କମିଟିକୁ ପଠାଯାଇପାରେ। କମିଟି ରିପୋର୍ଟ ଆସିଲା ବେଳକୁ ଶୀତ ଅଧିବେଶନ କାର୍ଯ୍ୟକାଳ ଶେଷ ହୋଇଯିବାର ଆଶଙ୍କା ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍‌ ବ୍ୟତୀତ ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ମଧ୍ୟ ସୋମବାର ବିଲ୍‌ ଉପସ୍ଥାପନ କରାଯିବ ବେଲି ସୂଚନା ମିଳିଛି।