ସୋମବାର ରାଶିଫଳ (୦୯-୧୨-୨୦୨୪)

ମେଷ: ବ୍ୟବସାୟ ପାଇଁ ଚିନ୍ତାରେ ରହିବେ। ଅର୍ଥ ନିବେଶରୁ ଦୂରେଇ ରହିବେ। ନୂଆ କାମ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ବୃଷ: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଗୀତ, ନାଚରେ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗରିବଙ୍କୁ ସାହାଯ୍ୟ କରିବେ। ମିଥୁନ: ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ […]

ସୋମବାର ରାଶିଫଳ (୦୯-୧୨-୨୦୨୪)
Monday Horoscope

ମେଷ: ବ୍ୟବସାୟ ପାଇଁ ଚିନ୍ତାରେ ରହିବେ। ଅର୍ଥ ନିବେଶରୁ ଦୂରେଇ ରହିବେ। ନୂଆ କାମ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ।

ବୃଷ: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଗୀତ, ନାଚରେ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗରିବଙ୍କୁ ସାହାଯ୍ୟ କରିବେ।

ମିଥୁନ: ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିପାରନ୍ତି। ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ସମସ୍ତ ଇଚ୍ଛା ପୂରଣ ହେବ।

କର୍କଟ: ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।

ସିଂହ: ଦୀର୍ଘଦିନରୁ ଚାଲିଥିବା ପାରିବାରିକ ମତଭେଦ ଦୂର ହେବ। କର୍ମଚଞ୍ଚଳ ରହିବେ। ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଜୀବନସାଥୀଙ୍କଠାରୁ ଉପହାର ପାଇବେ।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭରୁ ଦୂରେଇ ରହିବେ। ଛାତ୍ରଛାତ୍ରୀମାନେ ଖେଳମନସ୍କ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ।

ତୁଳା: ମନ ପ୍ରସନ୍ନ ରହିବ। ଦିନଟି ଶୁଭଫଳ ପ୍ରଦାନ କରିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମନରୁ ନକାରାତ୍ମକ ଚିନ୍ତାଧାର ଦୂର ହେବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। କଣ୍ଠଶିଳ୍ପୀଙ୍କ ପାଇଁ ଦିନଟି ଭଲ।

ବିଛା: ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: କ୍ୟାରିୟରକୁ ନେଇ ଚିନ୍ତାରେ ରହିପାରନ୍ତି। ପରିବାର ପାଇଁ ସମୟ ବାହାର କରିବେ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବ। ନିବେଶରୁ ଲାଭ ପାଇବେ। ନିବେଶ କରିବା ପାଇଁ ଉପଯୁକ୍ତ ସମୟ।

ମକର: ବିବାଦୀୟ କାର୍ଯ୍ୟରୁ ଦୂରେଇ ରହିବେ। ନୂଆ ଗାଡ଼ି କିଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଭଗବାନ ଶିବଙ୍କୁ ପୂଜା କରିବେ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ।

କୁମ୍ଭ: ଆର୍ଥିକ ସମସ୍ୟା ଦେଖା ଦେବ। ଚିନ୍ତାରେ ରହିବେ ଏବଂ ପେଟଜନିତ ସମସ୍ୟା ଦେଖା ଦେବ। ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି।

ମୀନ: ପାରିବାରିକ ଜୀବନ ସୁଖମୟ ହେବ। ଭାଇ ଭଉଣୀଙ୍କ ସହଯୋଗ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବେ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ। ଆୟ ଓ ବ୍ୟୟ ସମାନ ରହିବ।