ସୋମବାରରେ ଜବରଦସ୍ତ କମିଲା ସୁନା ଦର, କିଣିବାର ସୁବର୍ଣ୍ଣ ସୁଯୋଗକୁ କରନ୍ତୁନି ହାତଛଡ଼ା

ନୂଆଦିଲ୍ଲୀ: ସୁନା ଦରରେ ଆଜି ହ୍ରାସ ଘଟିଛି। ସୁନା ମୂଲ୍ୟ ଘରୋଇ ବଜାର ଏବଂ ବିଶ୍ୱ ବଜାରରେ କମିବା ଦେଖିବାକୁ ମିଳିଛି। ସୋମବାର ସକାଳେ ଏମସିଏକ୍ସ ଏକ୍ସଚେଞ୍ଜରେ ୫ ଜୁନ ୨୦୨୫ର ଡେଲିଭରୀ ସୁନା ୨.୫୫ ପ୍ରତିଶତ ବା ୨୪୫୮ ଟଙ୍କାର ହ୍ରାସ ଘଟି ୯୪,୦୬୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ଟ୍ରେଣ୍ଡ କରୁଛି। ସୋମବାର ସକାଳେ ଆଜି ଭୁବନେଶ୍ୱରରେ ସୁନା ଦର ବହୁତ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ୨୨ କ୍ୟାରେଟ ସୁନା ଦର […]

ସୋମବାରରେ ଜବରଦସ୍ତ କମିଲା ସୁନା ଦର, କିଣିବାର ସୁବର୍ଣ୍ଣ ସୁଯୋଗକୁ କରନ୍ତୁନି ହାତଛଡ଼ା

ନୂଆଦିଲ୍ଲୀ: ସୁନା ଦରରେ ଆଜି ହ୍ରାସ ଘଟିଛି। ସୁନା ମୂଲ୍ୟ ଘରୋଇ ବଜାର ଏବଂ ବିଶ୍ୱ ବଜାରରେ କମିବା ଦେଖିବାକୁ ମିଳିଛି। ସୋମବାର ସକାଳେ ଏମସିଏକ୍ସ ଏକ୍ସଚେଞ୍ଜରେ ୫ ଜୁନ ୨୦୨୫ର ଡେଲିଭରୀ ସୁନା ୨.୫୫ ପ୍ରତିଶତ ବା ୨୪୫୮ ଟଙ୍କାର ହ୍ରାସ ଘଟି ୯୪,୦୬୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ଟ୍ରେଣ୍ଡ କରୁଛି।

ସୋମବାର ସକାଳେ ଆଜି ଭୁବନେଶ୍ୱରରେ ସୁନା ଦର ବହୁତ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୬୫୦ ଟଙ୍କା ହ୍ରାସ ଘଟିଛି। ଏହାର ମୂଲ୍ୟ ଗତକାଲି ୯୦ ହଜାର ୪୫୦ ଟଙ୍କା ଥିଲା ବେଳେ ବର୍ତ୍ତମାନ ଏହାର ମୂଲ୍ୟ ୮୮ ହଜାର ୮୦୦ ଟଙ୍କା ରହିଛି।

ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ଗତକାଲି ୯୮ ହଜାର ୬୮୦ ଟଙ୍କା ଥିଲା। ବର୍ତ୍ତମାନ ତାହା ୯୬ ହଜାର ୮୮୦ ଟଙ୍କାରେ ବିକ୍ରି ହେଉଛି। ଏଥିରେ ୧,୮୦୦ ଟଙ୍କା ହ୍ରାସ ପାଇଛି।

୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ଆଜି ୭୨ ହଜାର ୬୬୦ ଟଙ୍କା ରହିଛି। ସେହିପରି ଗତକାଲି ଏହି ମୂଲ୍ୟ ୭୪ ହଜାର ୦୧୦ ଟଙ୍କା ଥିଲା। ଏଥିରେ ୧,୩୫୦ ଟଙ୍କା ହ୍ରାସ ଘଟିଛି।