‘ସୋମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ମୋ ପୁଅ ଜୀବନ ବାଜି ଲଗାଇଦେଲା, ହେଲେ…’

ଭୁବନେଶ୍ୱର,୧୬।୭: ସୋମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଏବେ ହୁଲୁସ୍ତୁଲ। ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ ବିଶାଳ ଯିଏ କି ତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ଏବେ ସେ ଏସିସିବିରେ ଚିକିତ୍ସିତ ଅଛନ୍ତି। ଏସିସିବିର ବର୍ଣ୍ଣ ୟୁନିଟ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ ଯୋଗାଯୋଗ କରାଯାଇନଥିବା କହିଛନ୍ତି ତାଙ୍କ ବାପା। ଜ୍ୟୋତିପ୍ରକାଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏତେଟା ଭଲ ନାହିଁ। ପରିବାର ଲୋକ ଏବେ […] The post ‘ସୋମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ମୋ ପୁଅ ଜୀବନ ବାଜି ଲଗାଇଦେଲା, ହେଲେ…’ appeared first on Dharitri Odia News.

‘ସୋମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ମୋ ପୁଅ ଜୀବନ ବାଜି ଲଗାଇଦେଲା, ହେଲେ…’

ଭୁବନେଶ୍ୱର,୧୬।୭: ସୋମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଏବେ ହୁଲୁସ୍ତୁଲ। ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ ବିଶାଳ ଯିଏ କି ତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ଏବେ ସେ ଏସିସିବିରେ ଚିକିତ୍ସିତ ଅଛନ୍ତି। ଏସିସିବିର ବର୍ଣ୍ଣ ୟୁନିଟ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ ଯୋଗାଯୋଗ କରାଯାଇନଥିବା କହିଛନ୍ତି ତାଙ୍କ ବାପା। ଜ୍ୟୋତିପ୍ରକାଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏତେଟା ଭଲ ନାହିଁ। ପରିବାର ଲୋକ ଏବେ ଜ୍ୟୋତିପ୍ରକାଶ ସହିତ କଟକ ବଡ ମେଡିକାଲରେ ଅଛନ୍ତି। ସରକାରଙ୍କ ସହଯୋଗ କାମନା କରିଛନ୍ତି ଜ୍ୟୋତିପ୍ରକାଶର ବାପା। ଜ୍ୟୋତିପ୍ରକାଶଙ୍କ ବାପା କହିଛନ୍ତି, ମୋ ପୁଅର ଦୁଇଟି ହାତ, ମୁହଁ ପୂରା ପୋଡି ଯାଇଛି ।

ଅନ୍ୟପଟେ ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ଡ଼ା ବିଭୁତି ନାୟକ କହିଛନ୍ତି , ଜ୍ୟୋତି ପ୍ରକାଶଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କର ହାତ ,ମୁହଁ ଓ ବିଶେଷ କରି ଫୁସଫୁସ ନିଆଁ ଦ୍ୱାରା ପ୍ରଭାବିତ ହୋଇଛି। ବର୍ତ୍ତମାନ ଚିକିତ୍ସା ଜାରି ରହିଥିଲା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ସେ ସୁସ୍ଥ ହେବେ ବୋଲି ଆଶା ରହିଛି। ଯଦି ଆବଶ୍ୟକ ପଡେ ଜ୍ୟୋତିପ୍ରକାଶଙ୍କ ଗ୍ରାଫଟିଂ କରାଯିବ ଓ ଚିକିତ୍ସା ଅଧିକ ସମୟ ଲାଗିପାରେ ବୋଲି କହିଛନ୍ତି ।

The post ‘ସୋମ୍ୟାଶ୍ରୀଙ୍କୁ ବଞ୍ଚାଇବା ପାଇଁ ମୋ ପୁଅ ଜୀବନ ବାଜି ଲଗାଇଦେଲା, ହେଲେ…’ appeared first on Dharitri Odia News.