ସୋରେନ୍‌ଙ୍କ ମାଷ୍ଟରପ୍ଲାନ୍‌, ଇସ୍ତଫା ଦେବା ପରେ ପତ୍ନୀ କଳ୍ପନା ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ !

ରାଞ୍ଚି,୨।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ପରିସରକୁ ଆସିବା ପରଠାରୁ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି। ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏହାପରେ ହେମନ୍ତ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ୍‌ ଝାଡଖଣ୍ଡର ଶାସନ ଭାର  ସମ୍ଭାଳିବେ ବୋଲି ଭାଜପା ଏମ୍‌ପି ନୀଶିକାନ୍ତ ଦୁବେ ଦାବି କରିଛନ୍ତି। ଜାନୁୟାରୀ ୩ ବୁଧବାର ହେମନ୍ତ […] The post ସୋରେନ୍‌ଙ୍କ ମାଷ୍ଟରପ୍ଲାନ୍‌, ଇସ୍ତଫା ଦେବା ପରେ ପତ୍ନୀ କଳ୍ପନା ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ! appeared first on Dharitri Odia News.

ସୋରେନ୍‌ଙ୍କ ମାଷ୍ଟରପ୍ଲାନ୍‌, ଇସ୍ତଫା ଦେବା ପରେ ପତ୍ନୀ କଳ୍ପନା ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ !
ରାଞ୍ଚି,୨।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ପରିସରକୁ ଆସିବା ପରଠାରୁ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି। ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏହାପରେ ହେମନ୍ତ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ୍‌ ଝାଡଖଣ୍ଡର ଶାସନ ଭାର  ସମ୍ଭାଳିବେ ବୋଲି ଭାଜପା ଏମ୍‌ପି ନୀଶିକାନ୍ତ ଦୁବେ ଦାବି କରିଛନ୍ତି। ଜାନୁୟାରୀ ୩ ବୁଧବାର ହେମନ୍ତ ବିଧାୟକ ଦଳର ବୈଠକ ଡାକିଛନ୍ତି। ଏହି ବୈଠକରେ ରାଜ୍ୟର ରାଜନୀତି ଉପରେ ଚର୍ଚ୍ଚା ହୋଇପାରେ ବୋଲି କୁହାଯାଉଛି।
ଏମ୍‌ପି ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସର୍ଫରାଜ ଅହମ୍ମଦ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ସ୍ବୀକାର କରାଯାଇଛି। ଏବେ ଆଗକୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତାଙ୍କ ସ୍ତ୍ରୀ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ। ନୂଆ ବର୍ଷ ସୋରେନ ପରିବାର ପାଇଁ କଷ୍ଟଦାୟକ ହେବ।’

ଅପରପକ୍ଷେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସର୍ଫରାଜ ଇସ୍ତଫା ନେଇ କୌଣସି କାରଣ ଦର୍ଶାଇ ନାହାନ୍ତି। ତେବେ ତାଙ୍କ ଇସ୍ତଫାକୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ଲାଗି ଖାଲି କରାଯାଇଥିବା ଆସନ ଭାବେ ଦେଖାଯାଉଛି। ଇଡିର ସମନ ଲଗାତାର ଭାବେ ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ସୋରେନ ସ୍ତ୍ରୀ କଳ୍ପନାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିପାରନ୍ତି। ବୁଧବାର ବୈଠକରେ ଏନେଇ ସହମତି ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

The post ସୋରେନ୍‌ଙ୍କ ମାଷ୍ଟରପ୍ଲାନ୍‌, ଇସ୍ତଫା ଦେବା ପରେ ପତ୍ନୀ କଳ୍ପନା ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ! appeared first on Dharitri Odia News.