ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା: ରାୟ ସଂରକ୍ଷିତ ରଖିଲେ କୋର୍ଟ, ୨୦ ଜାନୁଆରୀରେ ଘୋଷଣା ହେବ ଦଣ୍ଡ
ନୂଆଦିଲଲ୍ଲୀ,୧୯।୧: ଟେଲିଭିଜନ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡ ଦେବା ନେଇ ସାକେଟ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର (ଜାନୁଆରୀ ୧୯)ରେ ହୋଇଥିଲା। ଅପରାଧୀଙ୍କ ଦଣ୍ଡ ଶନିବାର (ଜାନୁୟାରୀ ୨୦, ୨୦୨୪) ଅପରାହ୍ନ ୨ଟା ୩୦ମିନିଟରେ ଘୋଷଣା କରିବ। ଜିଲା ଆଇନ ସେବା ପ୍ରାଧିକରଣ (DLSA) ଏବଂ ଜେଲ ପ୍ରାଧିକରଣ ସାକେତ କୋର୍ଟରେ ଏହି ରିପୋର୍ଟ ଦାଖଲ କରିଛନ୍ତି। ଏହି ମାମଲାରେ ସାକେତ କୋର୍ଟ ସମସ୍ତ ୫ ଜଣଙ୍କୁ […] The post ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା: ରାୟ ସଂରକ୍ଷିତ ରଖିଲେ କୋର୍ଟ, ୨୦ ଜାନୁଆରୀରେ ଘୋଷଣା ହେବ ଦଣ୍ଡ appeared first on Dharitri Odia News.
ନୂଆଦିଲଲ୍ଲୀ,୧୯।୧: ଟେଲିଭିଜନ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡ ଦେବା ନେଇ ସାକେଟ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର (ଜାନୁଆରୀ ୧୯)ରେ ହୋଇଥିଲା। ଅପରାଧୀଙ୍କ ଦଣ୍ଡ ଶନିବାର (ଜାନୁୟାରୀ ୨୦, ୨୦୨୪) ଅପରାହ୍ନ ୨ଟା ୩୦ମିନିଟରେ ଘୋଷଣା କରିବ। ଜିଲା ଆଇନ ସେବା ପ୍ରାଧିକରଣ (DLSA) ଏବଂ ଜେଲ ପ୍ରାଧିକରଣ ସାକେତ କୋର୍ଟରେ ଏହି ରିପୋର୍ଟ ଦାଖଲ କରିଛନ୍ତି।
ଏହି ମାମଲାରେ ସାକେତ କୋର୍ଟ ସମସ୍ତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିରୁ ଚାରିଜଣଙ୍କ ମଧ୍ୟରୁ ରବି କପୁର, ଅମିତ ଶୁକ୍ଲା, ବାଲଜିତ ସିଂ ମଲିକ ଏବଂ ଅଜୟ କୁମାରଙ୍କୁ ହତ୍ୟା ମାମଲାରେ କୋର୍ଟ ଘୋଷଣା କରିଛନ୍ତି। ତେବେ ଅଜୟ ସେଠୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। ଆଇପିସିର ଧାରା ୪୧୧ ଅନୁଯାୟୀ ସେଠୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।
ସୂଚନାଯୋଗ୍ୟ, ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ଡିସେମ୍ବର ୩୦, ୨୦୦୮ରେ କାର ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।
The post ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା: ରାୟ ସଂରକ୍ଷିତ ରଖିଲେ କୋର୍ଟ, ୨୦ ଜାନୁଆରୀରେ ଘୋଷଣା ହେବ ଦଣ୍ଡ appeared first on Dharitri Odia News.