ସୌର ଝଡ଼ ପରେ ଏବେ ଆସିବ ବିକିରଣ ଝଡ଼, ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ?

ନୂଆଦିଲ୍ଲୀ ୧୪।୫: ବୈଜ୍ଞାନିକମାନେ ଏବେବି ଗତ ସପ୍ତାହରେ ହୋଇଥିବା ସୌର ଝଡ଼କୁ ଭଲ ଭାବେ ବୁଝିବାକୁ ଉଦ୍ୟମ କରୁଛନ୍ତି। ଏଥିରେ  ଏବେ ଏକ ନୂଆ ସମସ୍ୟାକୁ ନେଇ ଚେତାବନୀ ସାମ୍ନାକୁ ଆସୁଛି। ବୈଜ୍ଞାନିକମାନେ ଏକ ରେଡିଏସନ ଷ୍ଟର୍ମ ବା ବିକିରଣ ଝଡକୁ ନେଇ ଚେତାବନୀ ଦେଇଛନ୍ତି। ସୂର୍ଯ୍ୟଙ୍କ ପୃଷ୍ଟରୁ  ଏବେବି ବଡ଼ବଡ଼ ନିଆଁ ଶିଖା ଉଠୁଛି ଫଳରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରେଡିଏସନ ଉତ୍ସର୍ଜନ ହେଉଛି। ଏଥିରୁ ବହୁ ସଂଖ୍ୟାରେ ଚାର୍ଜଡ ପାର୍ଟିକ୍ଲ (କଣିକା) ବାହାରୁଛି ଯାହା ସୂର୍ଯ୍ୟରେ ହେଉଥିବା ଗତିବିଦ୍ଧି ଯୋଗୁ ଦ୍ରୁତ ବେଗରେ ପୃଥିବୀକୁ ମୁହାଁଇଛି। SOLAR RADIATION MAY CAUSE BLACKOUT THIS WEEK DUE TO MAGNETIC SOLAR STORMBe prepare East Coast and Central USAAn "extreme" G5 geomagnetic storm reached Earth on Friday, NOAA's Space Weather Prediction Center said, after issuing a watch earlier in the day warning of the… pic.twitter.com/kZFGBM7DY3— Syed Nabeel (@SyedNabeel_M) May 11, 2024ଏହି କଣିକା ଆମ ଗ୍ରହର ଚୁମ୍ବକୀୟ କ୍ଷେତ୍ର ଓ ବାୟୁମଣ୍ଡଳକୁ ପ୍ରଭାବିତ କରିପାରେ। ଫଳରେ ଉପଗ୍ରହ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇପାରେ। ଏହା ଛଡା ମହାକାଶରେ ଅବସ୍ଥାନ କରୁଥିବା ମହାକାଶଚାରୀଙ୍କ ନିମନ୍ତେ ବିକିରଣ ବିପଦ ସୃଷ୍ଟି  ହୋଇପାରେ। ଏହି କଣିକା ଯୋଗୁ ପୃଥିବ

ସୌର ଝଡ଼ ପରେ ଏବେ ଆସିବ  ବିକିରଣ ଝଡ଼, ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ?

ନୂଆଦିଲ୍ଲୀ ୧୪।୫: ବୈଜ୍ଞାନିକମାନେ ଏବେବି ଗତ ସପ୍ତାହରେ ହୋଇଥିବା ସୌର ଝଡ଼କୁ ଭଲ ଭାବେ ବୁଝିବାକୁ ଉଦ୍ୟମ କରୁଛନ୍ତି। ଏଥିରେ  ଏବେ ଏକ ନୂଆ ସମସ୍ୟାକୁ ନେଇ ଚେତାବନୀ ସାମ୍ନାକୁ ଆସୁଛି। ବୈଜ୍ଞାନିକମାନେ ଏକ ରେଡିଏସନ ଷ୍ଟର୍ମ ବା ବିକିରଣ ଝଡକୁ ନେଇ ଚେତାବନୀ ଦେଇଛନ୍ତି। ସୂର୍ଯ୍ୟଙ୍କ ପୃଷ୍ଟରୁ  ଏବେବି ବଡ଼ବଡ଼ ନିଆଁ ଶିଖା ଉଠୁଛି ଫଳରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରେଡିଏସନ ଉତ୍ସର୍ଜନ ହେଉଛି। ଏଥିରୁ ବହୁ ସଂଖ୍ୟାରେ ଚାର୍ଜଡ ପାର୍ଟିକ୍ଲ (କଣିକା) ବାହାରୁଛି ଯାହା ସୂର୍ଯ୍ୟରେ ହେଉଥିବା ଗତିବିଦ୍ଧି ଯୋଗୁ ଦ୍ରୁତ ବେଗରେ ପୃଥିବୀକୁ ମୁହାଁଇଛି। 


ଏହି କଣିକା ଆମ ଗ୍ରହର ଚୁମ୍ବକୀୟ କ୍ଷେତ୍ର ଓ ବାୟୁମଣ୍ଡଳକୁ ପ୍ରଭାବିତ କରିପାରେ। ଫଳରେ ଉପଗ୍ରହ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇପାରେ। ଏହା ଛଡା ମହାକାଶରେ ଅବସ୍ଥାନ କରୁଥିବା ମହାକାଶଚାରୀଙ୍କ ନିମନ୍ତେ ବିକିରଣ ବିପଦ ସୃଷ୍ଟି  ହୋଇପାରେ। ଏହି କଣିକା ଯୋଗୁ ପୃଥିବୀରେ ଥିବା ପାୱାର ଗ୍ରିଡ ମଧ୍ୟ ଠପ ହୋଇଯାଇପାରେ। ଏହି ବିକିରଣ ଝଡ ଚଳିତ ସପ୍ତାହରେ ଆସିପାରେ।  ସୌରଝଡ ପରେ ଏବେ ବିକିରଣ ଝଡ ଆମ ପୃଥିବୀ ପାଇଁ ନୂଆ ବିପଦ ଭାବେ ଉଭା ହୋଇଛି। 



ନ୍ୟାସନାଲ ଓସନିକ ଆଣ୍ଡ ଆଟମୋସଫେରିକ୍ ଆଡମିନେଷ୍ଟ୍ରେସନ (ଏନଓଏଏ) ଅନୁସାରେ ଆଗାମୀ ବିକିରଣ ଝଡ ଗତ ସପ୍ତାହରେ ଆସିଥିବା ଜିଓମ୍ୟାଗ୍ନେଟିକ୍ ଷ୍ଟର୍ମ ଠାରୁ ସମ୍ପୂର୍ଣ୍ଣ ଅଲଗା ହେବ। ଗତ ଜିଓମ୍ୟାଗ୍ନେଟିକ୍ ଷ୍ଟର୍ମ ଏତେ ଶକ୍ତିଶାଳୀ ଥିଲା ଯେ ଯଦି ସିଧାଶଳଖ ପୃଥିବୀ ସହ ଧକ୍କା ଲାଗିଥାନ୍ତା ତେବେ ଆମ ଗ୍ରହର ପ୍ରତିରକ୍ଷା ଚୁମ୍ବକୀୟ କ୍ଷେତ୍ରର ମ୍ୟାଗ୍ନେଟୋସ୍ପିୟର କ୍ଷତିଗ୍ରସ୍ତ ହୋଇଥାନ୍ତା। ଏଥିରେ ବିକିରଣ ଝଡର ଅଧିକାଂଶ ଅଂଶକୁ ମ୍ୟାଗ୍ନେଟୋସ୍ପିୟର ଅବଶୋଷ କରିନେବ। ହେଲେ ଗ୍ରହର ଚୁମ୍ବକୀୟ ଧ୍ରୁବରେ ଏହା ସମ୍ଭବ ହେବନି। ଏଣୁ ବଡ଼ ଧରଣର କ୍ଷୟକ୍ଷତି ହେବ।