ସୌରମଣ୍ଡଳରେ ବିରଳ ଘଟଣା, ଗୋଟିଏ ଧାଡିରେ ୬ ଗ୍ରହ
ନୂଆଦିଲ୍ଲୀ ୦୩/୦୬: ବ୍ରହ୍ମାଣ୍ଡରେ ଲୁକ୍କାୟିତ ଅଗଣିତ ରହସ୍ୟର ସନ୍ଧାନ ଲାଗି ବୈଜ୍ଞାନିକମାନେ ନିରନ୍ତର ଗବେଷଣା କରୁଛନ୍ତି । ଇତିମଧ୍ୟରେ ବିରଳ ଘଟଣା ଘଟିଛିି । ସୌରମଣ୍ଡଳର ୬ଟି ଗ୍ରହ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ, ନେପଚ୍ୟୁନ୍ ଗୋଟିଏ ଧାଡି଼ରେ ନଜର ଆସିଛନ୍ତି । ସୌରମଣ୍ଡଳରେ ଘଟିଥିବା ଏହି ଦୁର୍ଲଭ ଘଟଣା ପୂରା ବିଶ୍ୱରେ ଦେଖାଯିବ । ନ୍ୟୁୟର୍କ ସହର ଓ ଆଖପାଖ ଅଞ୍ଚଳରେ ଲୋକେ ଏହାକୁ ପ୍ରଥମେ ଦେଖିବାର ସୁଯୋଗ ପାଇଛନ୍ତି । ପାଗ ପରିଷ୍କାର ରହିବାର ପୂର୍ବାନୁମାନ ଥିବାରୁ ଭାରତରେ ମଧ୍ୟ ଏହି ଦୃଶ୍ୟକୁ ଆକାଶରେ ଦେଖିାଦେଇଛି । ଏହାକୁ ଦେଖିବାର ସବୁଠୁ ଭଲ ସମୟ ଥିଲା ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ । ନାସା ଅନୁସାରେ, ଗ୍ରହଗୁଡି଼କ ସୂର୍ଯ୍ୟର ଗୋଟିଏ ପଟେ ଜମା ହୋଇଗଲେ ଏଭଳି ହୋଇଥାଏ । ଏହା ପୂର୍ବରୁ ୧୯୭୦ ମସିହାରେ ଏମିତି ଘଟଣା ଦେଖିବାକୁ ମିଳିଥିଲା । ଏହାକୁ ‘ପରେଡ୍ ଅଫ୍ ପ୍ଲାଟେନ୍ସ’ ବୋଲି ମଧ୍ୟ କୁହାଯାଇଥାଏ । ସୋମବାର ଅର୍ଥାତ୍ ଜୁନ୍ ୩ ତାରିଖ ପରେ ଏହା ଆଉ କିଛି ଦିନ ଧରି ଦେଖିବାକୁ ମିଳିବ । ଅଗଷ୍ଟ ୨୮ ତାରିଖରେ ପୁଣି ଏଭଳି ଦୃଶ୍ୟ ଦେଖିବାକୁ ମିଳିପାରେ । ଏହାପରେ ୨୦୨୫ ମସିହା ଫେବ୍ରୁଆରୀ ୨୮ ତାରିଖରେ ମଧ୍ୟ ‘ପରେଡ୍ ଅଫ୍ ପ୍ଲାଟେନ୍ସ’ ଦେଖାଯିବ । ସେତେବେଳେ ପ୍ଲୁଟୋକୁ ଛାଡି଼ ସମସ୍ତ ଗ୍ରହ ଗୋଟିଏ ଧାଡ଼ିରେ ନଜର ଆସିବେ । ଆସନ୍ତାବର୍ଷ ଫେବ୍ରୁଆରୀ ୨୮ ତାରିଖ ପରେ ୨୦୪୦ ସେପ୍
ନୂଆଦିଲ୍ଲୀ ୦୩/୦୬: ବ୍ରହ୍ମାଣ୍ଡରେ ଲୁକ୍କାୟିତ ଅଗଣିତ ରହସ୍ୟର ସନ୍ଧାନ ଲାଗି ବୈଜ୍ଞାନିକମାନେ ନିରନ୍ତର ଗବେଷଣା କରୁଛନ୍ତି । ଇତିମଧ୍ୟରେ ବିରଳ ଘଟଣା ଘଟିଛିି । ସୌରମଣ୍ଡଳର ୬ଟି ଗ୍ରହ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ, ନେପଚ୍ୟୁନ୍ ଗୋଟିଏ ଧାଡି଼ରେ ନଜର ଆସିଛନ୍ତି । ସୌରମଣ୍ଡଳରେ ଘଟିଥିବା ଏହି ଦୁର୍ଲଭ ଘଟଣା ପୂରା ବିଶ୍ୱରେ ଦେଖାଯିବ ।
ନ୍ୟୁୟର୍କ ସହର ଓ ଆଖପାଖ ଅଞ୍ଚଳରେ ଲୋକେ ଏହାକୁ ପ୍ରଥମେ ଦେଖିବାର ସୁଯୋଗ ପାଇଛନ୍ତି । ପାଗ ପରିଷ୍କାର ରହିବାର ପୂର୍ବାନୁମାନ ଥିବାରୁ ଭାରତରେ ମଧ୍ୟ ଏହି ଦୃଶ୍ୟକୁ ଆକାଶରେ ଦେଖିାଦେଇଛି । ଏହାକୁ ଦେଖିବାର ସବୁଠୁ ଭଲ ସମୟ ଥିଲା ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ । ନାସା ଅନୁସାରେ, ଗ୍ରହଗୁଡି଼କ ସୂର୍ଯ୍ୟର ଗୋଟିଏ ପଟେ ଜମା ହୋଇଗଲେ ଏଭଳି ହୋଇଥାଏ ।
ଏହା ପୂର୍ବରୁ ୧୯୭୦ ମସିହାରେ ଏମିତି ଘଟଣା ଦେଖିବାକୁ ମିଳିଥିଲା । ଏହାକୁ ‘ପରେଡ୍ ଅଫ୍ ପ୍ଲାଟେନ୍ସ’ ବୋଲି ମଧ୍ୟ କୁହାଯାଇଥାଏ । ସୋମବାର ଅର୍ଥାତ୍ ଜୁନ୍ ୩ ତାରିଖ ପରେ ଏହା ଆଉ କିଛି ଦିନ ଧରି ଦେଖିବାକୁ ମିଳିବ । ଅଗଷ୍ଟ ୨୮ ତାରିଖରେ ପୁଣି ଏଭଳି ଦୃଶ୍ୟ ଦେଖିବାକୁ ମିଳିପାରେ ।
ଏହାପରେ ୨୦୨୫ ମସିହା ଫେବ୍ରୁଆରୀ ୨୮ ତାରିଖରେ ମଧ୍ୟ ‘ପରେଡ୍ ଅଫ୍ ପ୍ଲାଟେନ୍ସ’ ଦେଖାଯିବ । ସେତେବେଳେ ପ୍ଲୁଟୋକୁ ଛାଡି଼ ସମସ୍ତ ଗ୍ରହ ଗୋଟିଏ ଧାଡ଼ିରେ ନଜର ଆସିବେ । ଆସନ୍ତାବର୍ଷ ଫେବ୍ରୁଆରୀ ୨୮ ତାରିଖ ପରେ ୨୦୪୦ ସେପ୍ଟେମ୍ବର ୮ ଓ ୨୦୮୦ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ଦୃଶ୍ୟ ଦେଖିବାକୁ ମିଳିବ ।