ସ୍କୁଟି ଡିକି ଭାଙ୍ଗି ୭ ଲକ୍ଷ ଟଙ୍କା ଲୁଟ୍, ଥାନାରେ ଏତଲା

ଜୟପୁର ୬।୬: ସ୍କୁଟି ଡିକି ଭାଙ୍ଗି ୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଜୟପୁର ଟାଉନ୍ ଥାନା ଅଞ୍ଚଳରେ ଏଭଳି ଲୁଟ୍ ହୋଇଛି । ଲୁଟ୍‌ର ଶୀକାର ହେଲେ ରାହୁଲ ସାମନ୍ତରାୟ ।ସୂଚନାଯୋଗ୍ୟ ଯେ, ରାହୁଲ ସ୍ଥାନୀୟ ଏକ ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖିଥିଲେ । ତେବେ ଟଙ୍କା ନେଇ ଘରକୁ ଫେରିବା ସମୟରେ ମୁଖ୍ୟ ରାସ୍ତାରେ ଥିବା ଏକ ମୋବାଇଲ ଦୋକାନରେ କିଛି ସମୟ ପାଇଁ ଅଟକିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଛନ୍ତି । ଏନେଇ ଜୟପୁର ଟାଉନ ଥାନାରେ ମାମଲା ଦାୟର କରିଛନ୍ତି ରାହୁଲ । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।You Can Read :ବୁଲେଟ୍‌କୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଆରୋହୀଙ୍କ ଜୀବନ

ସ୍କୁଟି ଡିକି ଭାଙ୍ଗି ୭ ଲକ୍ଷ ଟଙ୍କା ଲୁଟ୍, ଥାନାରେ ଏତଲା

ଜୟପୁର ୬।୬: ସ୍କୁଟି ଡିକି ଭାଙ୍ଗି ୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଜୟପୁର ଟାଉନ୍ ଥାନା ଅଞ୍ଚଳରେ ଏଭଳି ଲୁଟ୍ ହୋଇଛି । ଲୁଟ୍‌ର ଶୀକାର ହେଲେ ରାହୁଲ ସାମନ୍ତରାୟ ।

ସୂଚନାଯୋଗ୍ୟ ଯେ, ରାହୁଲ ସ୍ଥାନୀୟ ଏକ ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖିଥିଲେ । ତେବେ ଟଙ୍କା ନେଇ ଘରକୁ ଫେରିବା ସମୟରେ ମୁଖ୍ୟ ରାସ୍ତାରେ ଥିବା ଏକ ମୋବାଇଲ ଦୋକାନରେ କିଛି ସମୟ ପାଇଁ ଅଟକିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଛନ୍ତି । ଏନେଇ ଜୟପୁର ଟାଉନ ଥାନାରେ ମାମଲା ଦାୟର କରିଛନ୍ତି ରାହୁଲ । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

You Can Read :

ବୁଲେଟ୍‌କୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଆରୋହୀଙ୍କ ଜୀବନ