ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା, ବାପ-ପୁଅଙ୍କ ମୃତ୍ୟୁ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକ ନକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇଓ୍ବା ଧକ୍କାରେ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେଉଳ ପଦର ଗାଁର ରାଜକୁମାର ମହାକୁର ଓ ପୁଅ ଓମପ୍ରିତ। ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ହିଁ ଉଭୟ ବାପା ଓ ପୁଅଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇ ହଇୱା ଚାଳକ ଘଟଣାସ୍ଥଳରୁ ଫେରାର […]

ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା, ବାପ-ପୁଅଙ୍କ ମୃତ୍ୟୁ
accident

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକ ନକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇଓ୍ବା ଧକ୍କାରେ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେଉଳ ପଦର ଗାଁର ରାଜକୁମାର ମହାକୁର ଓ ପୁଅ ଓମପ୍ରିତ। ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ହିଁ ଉଭୟ ବାପା ଓ ପୁଅଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇ ହଇୱା ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ସ୍କୁଟି ହଇୱାରେ ଲାଗି ଘୋଷଡି ହୋଇଯାଇଥିଲା । ଫଳରେ କିଛିବାଟ ଗଲା ପରେ ରାସ୍ତାରେ ହାଇଓ୍ବା ଜଳି ଯାଇଥିଲା । ଦୁର୍ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁଲିସ ଟିମ ସହ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।