ସ୍କୁଟିରେ ଯାଉଥିବାବେଳେ ଟେକି ନେଲେ, ୩୦ଲକ୍ଷ ଟଙ୍କା ଦାବି କରି ନିର୍ଦ୍ଧୁମ ଛେଚିଲେ ଅପହରଣକାରୀ
ତାଳଚେର: କି ମାଡ଼ । ଦେହଟା ସାରା ନୋଳା ଫଟାଇ ଦେଇଛନ୍ତି । ଯାହାର ଦୃଶ୍ୟ ଦେଖାଇବା ସମ୍ଭବ ହୋଇପାରୁନି । ତେବେ କିଏ, କାହିଁକି ଏଭଳି ମାଡ଼ ମାରିଛି ଏହି ବ୍ୟକ୍ତିଙ୍କୁ? ଆସନ୍ତୁ ଜାଣିବା । ଯାହା ସୂଚନା ମିଳିଛି କି, ଏହି ବ୍ୟକ୍ତି ଜଣକ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ସୋଲଡା ଗ୍ରାମର ଦୀପକ ପ୍ରଧାନ । ଯାହାଙ୍କୁ ଅନୁଗୋଳ କୁଇଓ ନିକଟରୁ ଅପହରଣ କରାଯାଇଥିଲାବେଳେ, ତାଳଚେର ବଙ୍ଗାରୁ ନାଳ ନିକଟ ଜଙ୍ଗଲରୁ ଉଦ୍ଧାର କରିଛି […] The post ସ୍କୁଟିରେ ଯାଉଥିବାବେଳେ ଟେକି ନେଲେ, ୩୦ଲକ୍ଷ ଟଙ୍କା ଦାବି କରି ନିର୍ଦ୍ଧୁମ ଛେଚିଲେ ଅପହରଣକାରୀ appeared first on KNews Odisha.

ତାଳଚେର: କି ମାଡ଼ । ଦେହଟା ସାରା ନୋଳା ଫଟାଇ ଦେଇଛନ୍ତି । ଯାହାର ଦୃଶ୍ୟ ଦେଖାଇବା ସମ୍ଭବ ହୋଇପାରୁନି । ତେବେ କିଏ, କାହିଁକି ଏଭଳି ମାଡ଼ ମାରିଛି ଏହି ବ୍ୟକ୍ତିଙ୍କୁ? ଆସନ୍ତୁ ଜାଣିବା । ଯାହା ସୂଚନା ମିଳିଛି କି, ଏହି ବ୍ୟକ୍ତି ଜଣକ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ସୋଲଡା ଗ୍ରାମର ଦୀପକ ପ୍ରଧାନ । ଯାହାଙ୍କୁ ଅନୁଗୋଳ କୁଇଓ ନିକଟରୁ ଅପହରଣ କରାଯାଇଥିଲାବେଳେ, ତାଳଚେର ବଙ୍ଗାରୁ ନାଳ ନିକଟ ଜଙ୍ଗଲରୁ ଉଦ୍ଧାର କରିଛି ଗୋଡିବନ୍ଧ ଫାଣ୍ଡି ପୋଲିସ୍ । ତେବେ ଅପହରଣକାରୀ ତାଙ୍କୁ ଅପହରଣ କରିନେବା ପରେ ୩୦ଲକ୍ଷ ଟଙ୍କା ଦାବି କରି ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ତେବେ ଦୀପକ ପିନ୍ଧିଥିବା ସୁନା ଚେନ୍ , ମୁଦି ଏବଂ ବ୍ରେସଲେଟ୍ ସହ ପାଖରେ ଥିବା ଟଙ୍କା ଏବଂ ଦୁଇଟି ମୋବାଇଲ ନେଇଯାଇଛନ୍ତି ଅପହରଣକାରୀ ।
ଯାହା ଖବର ମିଳିଛି, ଦୀପକ ତାଙ୍କ ସ୍କୁଟି ଯୋଗେ ଅନୁଗୁଳ ଅଞ୍ଚଳକୁ ଯାଉଥିବା ବେଳେ, କୁଇଓ ଠାରେ ୬ ଜଣ ଦୁର୍ବୃତ୍ତ ଏକ କାରରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଅଟକାଇ ଥିଲେ । ଦୀପକ ଭୟଭୀତ ହୋଇ ଅଟକିଯିବା ପରେ ତାଙ୍କୁ ଜୋର ଜବରଦସ୍ତ ଅପହରଣ କରି କାର୍ ଭିତରକୁ ନେଇଯାଇଥିଲେ ଦୁର୍ବୃତ୍ତ । ସେଠାରୁ ନେଇ ଗୋଡ଼ିବନ୍ଧ ବଙ୍ଗାରୁ ନିକଟସ୍ଥ ଜଙ୍ଗଲରେ ପହଞ୍ଚିଥିଲେ । ସେଠାରେ ତାଙ୍କ ହତଗୋଡ ବାନ୍ଧି ତାଙ୍କୁ ନିସ୍ତୁକ ମାଡ ମାରିବା ସହ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ କିମ୍ବା ପୋଲିସକୁ ଜଣାଇଲେ ଜୀବନରୁ ମାରିଦେବା ପାଇଁ ଦେଉଥିଲେ ବାରମ୍ବାର ଧମକ ।
ଏହାପରେ ନିକଟସ୍ଥ ଇଟା ଭାଟିରେ କିଛି ଶ୍ରମିକ କାମ କରୁଥିବାବେଳେ ଘଟଣା ସମ୍ପର୍କରେ ଜାଣି ତୁରନ୍ତ ଗୋଡିବନ୍ଧ ଫାଣ୍ଡି ପୋଲିସକୁ ଜଣାଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ଦୁର୍ବୃତ୍ତ ମାନେ ସେହି ସ୍ଥାନରେ ଅପହରଣରେ ବ୍ୟବହୃତ କାରକୁ ଛାଡି ଚମ୍ପଟ୍ ମାରିଥିଲେ । ପୋଲିସ୍ ଘଟଣାସ୍ଥଳରୁ ଦୀପକଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ମାନେ ଛାଡ଼ିଯାଇଥିବା କାରକୁ ଜବତ କରିଛି । ପରେ ଦୀପକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ତେବେ ଏହି ଅପହରଣକାରୀ ମାନେ କିଏ? ଏମାନେ କାହିଁକି ଦୀପକଙ୍କୁ ଅପହରଣ କରିଥିଲେ? ଦୀପକଙ୍କ ସହ ଅପହରଣକାରୀଙ୍କ ପୂର୍ବ ଶତ୍ରୁତା ଥିଲା କି? ନା ଏମିତି ବାଟ ଯାଉଥିବାବେଳେ ଅପହରଣକାରୀଙ୍କ ଶୀକାର ହୋଇଥିଲେ ଦୀପକ? ଏସବୁ ପ୍ରଶ୍ନର ଉତ୍ତର ପୋଲିସ୍ ର ତଦନ୍ତ ପରେ ହିଁ ସାମ୍ନାକୁ ଆସିବ । ତେବେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ସହ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।
ଆହୁରି ପଢନ୍ତୁ: ଭୋଜି ଖାଇ ଫେରୁଥିବା ବେଳେ ରାସ୍ତାରେ ଓଲଟିଲା ବୋଲେରୋ, ୧୨ ଜଣ ଆହତ
The post ସ୍କୁଟିରେ ଯାଉଥିବାବେଳେ ଟେକି ନେଲେ, ୩୦ଲକ୍ଷ ଟଙ୍କା ଦାବି କରି ନିର୍ଦ୍ଧୁମ ଛେଚିଲେ ଅପହରଣକାରୀ appeared first on KNews Odisha.