ସ୍କୁଲ ଛୁଟି କଲା ହାତୀ
ଉଦଳା,୨ା୧୦(ସନ୍ତୋଷ କୁମାର ବାଚ୍ଛିନୀ):ହାତୀ ଭୟରେ ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ କାଠୁଆବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ମଙ୍ଗଳବାର ଛୁଟି କରିଦିଆଯାଇଥିଲା। ବିଦ୍ୟାଳୟଠାରୁ ୫୦ ମିଟର ଦୂରରେ ୨ବଣୁଆ ହାତୀ ବୁଲୁଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକ ରଜତ କୁମାର ମହାପାତ୍ର ଏଭଳି ନିଷ୍ପତ୍ତି ନେଇଥିଲେ। ବୁଧବାର ସ୍ଥିତି ଦେଖି ସ୍କୁଲ ଖୋଲିବ କି ନାହିଁ ବିଚାର କରାଯିବ ବୋଲି ପ୍ରଧାନଶିକ୍ଷକ କହିଛନ୍ତି। ସୂଚନା ଅନୁଯାୟୀ, କୁଲଡିହା ଅଭୟାରଣ୍ୟରୁ କାଠୁଆବେଡ଼ା […] The post ସ୍କୁଲ ଛୁଟି କଲା ହାତୀ appeared first on Dharitri Odia News.
ଉଦଳା,୨ା୧୦(ସନ୍ତୋଷ କୁମାର ବାଚ୍ଛିନୀ):ହାତୀ ଭୟରେ ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ କାଠୁଆବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ମଙ୍ଗଳବାର ଛୁଟି କରିଦିଆଯାଇଥିଲା। ବିଦ୍ୟାଳୟଠାରୁ ୫୦ ମିଟର ଦୂରରେ ୨ବଣୁଆ ହାତୀ ବୁଲୁଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକ ରଜତ କୁମାର ମହାପାତ୍ର ଏଭଳି ନିଷ୍ପତ୍ତି ନେଇଥିଲେ। ବୁଧବାର ସ୍ଥିତି ଦେଖି ସ୍କୁଲ ଖୋଲିବ କି ନାହିଁ ବିଚାର କରାଯିବ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।
ସୂଚନା ଅନୁଯାୟୀ, କୁଲଡିହା ଅଭୟାରଣ୍ୟରୁ କାଠୁଆବେଡ଼ା ଗଁାକୁ ଅନୁପ୍ରବେଶ କରିଥିବା ଗୋଟିଏ ଦନ୍ତା ସମେତ ୨ ହାତୀ ଦୁଇ ଦିନ ହେଲା ଉତ୍ପାତ ଚଳାଇଛନ୍ତି। ସ୍କୁଲ ପାଖ ଜଙ୍ଗଲରେ ଡେରା ପକାଇବା ସହ ବେଳେବେଳେ ବାହାରକୁ ଆସି ବିଲରେ ପଶି ଧାନଗଛ ଖାଉଛନ୍ତି। ଦୁଇ ହାତୀଙ୍କ ଗର୍ଜନ ଶୁଣି ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଘଉଡ଼ାଇବା ପାଇଁ ବନ ବିଭାଗ ଚେଷ୍ଟା କରି ନାକେଦମ୍ ହୋଇଛି। ବିଭାଗୀୟ କର୍ମଚାରୀ ଚାରି ପଟୁ ଘେରିରହିଥ ହାତୀ ଦୁଇଟିର ଗତିବିଧି ଉପରେ ନଜର ରଖିଛନ୍ତି। ପୁନଶ୍ଚ କୁଲଡିହା ଅଭୟାରଣ୍ୟକୁ ଘଉଡ଼ାଇ ଦେବା ପାଇଁ ପ୍ରୟାସ ଚଳାଇଛନ୍ତି।
The post ସ୍କୁଲ ଛୁଟି କଲା ହାତୀ appeared first on Dharitri Odia News.