ସ୍କୁଲ ପରିସରରେ ବଜ୍ରପାତ, ଅଳ୍ପକେ ବର୍ତ୍ତିଗଲେ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ
ଜଳେଶ୍ଵର: ସ୍କୁଲ ପରିସରରେ ହେଲା ବଜ୍ରପାତ। ଜଳିଗଲା ସ୍କୁଲ ପରିସରରେ ଥିବା ନଡ଼ିଆ ଗଛ। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ସହରରେ ଥିବା ଉଚ୍ଚ ବିଦ୍ୟାଳୟ ପରିସରରେ ।ମଙ୍ଗଳବାର ଅପରାହ୍ନ ୩.୩୦ ମିନିଟ ସମୟରେ ଜଳେଶ୍ଵର ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଆଉ ଏହି ସମୟରେ ହିଁ ବିଦ୍ୟାଳୟ ପରିସରରେ ଥିବା ଏକ ନଡ଼ିଆ ଗଛ ଉପରକୁ ବଜ୍ରପାତ ହୋଇଥିଲା। ଚାହୁଁ ଚାହୁଁ ନଡ଼ିଆ ଗଛଟି ହୁ଼ ହୁ ହୋଇ ଜଳିଯାଇଥିଲା। ଆଉ ଏହି ସମୟରେ ସ୍କଲ ଚାଲିଥିଲା ଏବେ ସବୁ ଛାତ୍ର ଛାତ୍ରୀରେ ସ୍କୁଲରେ ହିଁ ଥିଲେ । ଖାଲି ସେତିକି ନୁହେଁ ପ୍ରଚଣ୍ଡ ଶବ୍ଦ ଯୋଗୁ ଭୟଭୀତ ହୋଇପଡ଼ିଥିଲେ ଛାତ୍ରଛାତ୍ରୀ। ତେଣୁ ଏମିତିରେ ସୌଭାଗ୍ୟବସତଃ ଏକ ବଡ଼ ଧରଣର ବିପଦ ଟଳି ଯାଇଥିଲା ।
ଜଳେଶ୍ଵର: ସ୍କୁଲ ପରିସରରେ ହେଲା ବଜ୍ରପାତ। ଜଳିଗଲା ସ୍କୁଲ ପରିସରରେ ଥିବା ନଡ଼ିଆ ଗଛ। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ସହରରେ ଥିବା ଉଚ୍ଚ ବିଦ୍ୟାଳୟ ପରିସରରେ ।
ମଙ୍ଗଳବାର ଅପରାହ୍ନ ୩.୩୦ ମିନିଟ ସମୟରେ ଜଳେଶ୍ଵର ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଆଉ ଏହି ସମୟରେ ହିଁ ବିଦ୍ୟାଳୟ ପରିସରରେ ଥିବା ଏକ ନଡ଼ିଆ ଗଛ ଉପରକୁ ବଜ୍ରପାତ ହୋଇଥିଲା। ଚାହୁଁ ଚାହୁଁ ନଡ଼ିଆ ଗଛଟି ହୁ଼ ହୁ ହୋଇ ଜଳିଯାଇଥିଲା। ଆଉ ଏହି ସମୟରେ ସ୍କଲ ଚାଲିଥିଲା ଏବେ ସବୁ ଛାତ୍ର ଛାତ୍ରୀରେ ସ୍କୁଲରେ ହିଁ ଥିଲେ । ଖାଲି ସେତିକି ନୁହେଁ ପ୍ରଚଣ୍ଡ ଶବ୍ଦ ଯୋଗୁ ଭୟଭୀତ ହୋଇପଡ଼ିଥିଲେ ଛାତ୍ରଛାତ୍ରୀ। ତେଣୁ ଏମିତିରେ ସୌଭାଗ୍ୟବସତଃ ଏକ ବଡ଼ ଧରଣର ବିପଦ ଟଳି ଯାଇଥିଲା ।