ସ୍କୁଲ ପାଚେରି ପଡ଼ି ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…
କଟକ: ଡିମିରି ପଞ୍ଚାୟତ ନୋଦା ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ । ସ୍କୁଲ ପାଚେରି ପଡ଼ି ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, ନୋଦା ପ୍ରାଥମିକ ବିଦ୍ୟାଳୟର ପାଚେରି ନୂଆ କରି ତିଆରି ହୋଇଛି। ମଧ୍ୟାହ୍ନ ଭୋଜନ ସମୟରେ ପାଚେରି ପାଖରେ ୫ମ ଶ୍ରେଣୀ ପିଲାଟି ଛିଡ଼ା ହୋଇଥିଲା । ଏହି ସମୟରେ ପାଚେରି ଉପରେ ଚଢ଼ି କିଛି ପିଲା […]

କଟକ: ଡିମିରି ପଞ୍ଚାୟତ ନୋଦା ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ । ସ୍କୁଲ ପାଚେରି ପଡ଼ି ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ନୋଦା ପ୍ରାଥମିକ ବିଦ୍ୟାଳୟର ପାଚେରି ନୂଆ କରି ତିଆରି ହୋଇଛି। ମଧ୍ୟାହ୍ନ ଭୋଜନ ସମୟରେ ପାଚେରି ପାଖରେ ୫ମ ଶ୍ରେଣୀ ପିଲାଟି ଛିଡ଼ା ହୋଇଥିଲା । ଏହି ସମୟରେ ପାଚେରି ଉପରେ ଚଢ଼ି କିଛି ପିଲା ଖେଳୁଥିଲେ। ପାଚେରିଟି ନୂଆ କରି ତିଆରି ହୋଇଥିବାରୁ ଭୁଶୁଡ଼ି ପଡ଼ିଥିଲା । ଫଳରେ ତଳେ ଥିବା ପିଲାଟି ଉପରେ ପାଚେରି ପଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ଏସସିବିକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।