ସ୍କୁଲ ଫି’ ଦେଇ ନ ଥିବା ପିଲାଙ୍କୁ ଖରାରେ ବସାଇଲେ ପ୍ରିନ୍ସିପାଲ
ଲକ୍ଷ୍ନୌ,୨ା୧୦:ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲା ଅନ୍ତର୍ଗତ ଶ୍ୟାମରାଜି ହାଇସ୍କୁଲର ୫୦ରୁ ଊର୍ଦ୍ଧ୍ୱ ପିଲା ଫି’ ପୈଠ କରି ନ ଥିବାରୁ ସ୍କୁଲ୍ ପ୍ରିନ୍ସିପାଲ ସେମାନଙ୍କୁ ଗେଟ୍ ବାହାରେ ଖରାରେ ବସାଇଥିଲେ। ପିଲାମାନେ ଖରାରେ ବସିଥିବାର ଭିଡିଓ ପ୍ରସ୍ତୁତ କରି ପ୍ରିନ୍ସିପାଲ ଶୈଳେଶ କୁମାର ତ୍ରିପାଠୀ ସେମାନଙ୍କ ଅଭିଭାବକମାନଙ୍କ ଗ୍ରୁପ୍ରେ ଛାଡ଼ି ଚେତାବନୀ ଦେଇଥିଲେ। ଫି’ ନ ଭରିଲେ ପିଲାମାନଙ୍କୁ ସ୍କୁଲ୍ ନ ପଠାଇବାକୁ ପ୍ରିନ୍ସିପାଲ କହିଥିଲେ। ଖରାରେ ବସିଥିବା ଛାତ୍ରୀଛାତ୍ର ଲଜ୍ଜାରେ ମୁହଁ ଲୁଚାଇଥିବା ଦେଖାଯାଇଛି। ଭିଡିଓ ଭାଇରାଲ […] The post ସ୍କୁଲ ଫି’ ଦେଇ ନ ଥିବା ପିଲାଙ୍କୁ ଖରାରେ ବସାଇଲେ ପ୍ରିନ୍ସିପାଲ appeared first on Dharitri Odia News.
ଲକ୍ଷ୍ନୌ,୨ା୧୦:ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲା ଅନ୍ତର୍ଗତ ଶ୍ୟାମରାଜି ହାଇସ୍କୁଲର ୫୦ରୁ ଊର୍ଦ୍ଧ୍ୱ ପିଲା ଫି’ ପୈଠ କରି ନ ଥିବାରୁ ସ୍କୁଲ୍ ପ୍ରିନ୍ସିପାଲ ସେମାନଙ୍କୁ ଗେଟ୍ ବାହାରେ ଖରାରେ ବସାଇଥିଲେ। ପିଲାମାନେ ଖରାରେ ବସିଥିବାର ଭିଡିଓ ପ୍ରସ୍ତୁତ କରି ପ୍ରିନ୍ସିପାଲ ଶୈଳେଶ କୁମାର ତ୍ରିପାଠୀ ସେମାନଙ୍କ ଅଭିଭାବକମାନଙ୍କ ଗ୍ରୁପ୍ରେ ଛାଡ଼ି ଚେତାବନୀ ଦେଇଥିଲେ। ଫି’ ନ ଭରିଲେ ପିଲାମାନଙ୍କୁ ସ୍କୁଲ୍ ନ ପଠାଇବାକୁ ପ୍ରିନ୍ସିପାଲ କହିଥିଲେ। ଖରାରେ ବସିଥିବା ଛାତ୍ରୀଛାତ୍ର ଲଜ୍ଜାରେ ମୁହଁ ଲୁଚାଇଥିବା ଦେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲାର ସ୍କୁଲ୍ ଇନ୍ସପେକ୍ଟର ଘଟଣାକୁ ଲଜ୍ଜାଜନକ ବୋଲି କହିବା ସହ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।
The post ସ୍କୁଲ ଫି’ ଦେଇ ନ ଥିବା ପିଲାଙ୍କୁ ଖରାରେ ବସାଇଲେ ପ୍ରିନ୍ସିପାଲ appeared first on Dharitri Odia News.