ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର, ଓଡ଼ିଶା କ୍ରିକେଟ ଆସୋସିସନର ଅଭିନବ ପ୍ରୟାସ

ଭୁବନେଶ୍ୱର: ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର। ରାଜ୍ଯ ପାଇଁ ଆଣିବେ ଗୌରବ। ଓଡ଼ିଶା କ୍ରିକେଟ ଆସୋସିସନର ଅଭିନବ ପ୍ରୟାସ। ପ୍ରତିଭାବାନ... The post ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର, ଓଡ଼ିଶା କ୍ରିକେଟ ଆସୋସିସନର ଅଭିନବ ପ୍ରୟାସ appeared first on .

ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର, ଓଡ଼ିଶା କ୍ରିକେଟ ଆସୋସିସନର ଅଭିନବ ପ୍ରୟାସ

ଭୁବନେଶ୍ୱର: ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର। ରାଜ୍ଯ ପାଇଁ ଆଣିବେ ଗୌରବ। ଓଡ଼ିଶା କ୍ରିକେଟ ଆସୋସିସନର ଅଭିନବ ପ୍ରୟାସ। ପ୍ରତିଭାବାନ ଖେଳାଳିଙ୍କୁ ଏକାଡେମୀରେ ଦିଆଯିବ ପ୍ରଶିକ୍ଷଣ। ଓସିଏ ପ୍ରଥମ ଥର ଲାଗି ସ୍କୁଲ ସ୍ତରରେ କ୍ରିକେଟ ପ୍ରତିଭା ଅନ୍ବେଷଣ ପାଇଁ ଆରମ୍ଭ କରିଛି ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

ସାରା ରାଜ୍ଯରେ ପ୍ରତି ଜିଲ୍ଲାରେ ୧୦ରୁ ୨୦ଟି ସ୍କୁଲ କ୍ରିକେଟ ଟିମକୁ ନେଇ ଚାଲିଛି ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଟିମଗୁଡିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇ ଲିଗ ଭିତ୍ତିରେ ୪୦ ଓଭର ବିଶିଷ୍ଟ ମ୍ୟାଚ ଅନୁଷ୍ଠିତ ହେଉଛି।

ପ୍ରତି ସ୍କୁଲ କ୍ରିକେଟ ଟିମ ୪ଟି ଲେଖାଁଏ ମ୍ୟାଚ ଖେଳିବା ପରେ ଗ୍ରୁପ ଚାମ୍ପିଅନ ଟିମକୁ ନେଇ ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ। ପରେ ଏଥିରୁ ପ୍ରଦର୍ଶନ ଭିତ୍ତିରେ ଶ୍ରେଷ୍ଠ ଖେଳାଳିଙ୍କୁ ବଛାଯିବ। ପ୍ରଥମ ଥର ଲାଗି ଏହି ଟୁର୍ଣ୍ଣାମେଣ୍ଟରୁ ୧୨ରୁ ୧୪ବର୍ଷ ମଧ୍ଯରେ ଥିବା ଶ୍ରେଷ୍ଠ ୫୦ କ୍ରିକେଟରଙ୍କୁ ଚୟନ କରାଯାଇ ଓସିଏ ଏକାଡେମୀରେ ରଖାଯିବ। ଅଭିଜ୍ଞ କୋଚମାନେ ଚିହ୍ନଟ କ୍ରିକେଟର ମାନଙ୍କୁ ପ୍ରଶିକ୍ଷଣ ଦେଇ ରାଜ୍ଯ ଦଳ ପାଇଁ ପ୍ରସ୍ତୁତ କରିବେ। ଓସିଏର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି କ୍ରୀଡା ଶିକ୍ଷକ।

The post ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର, ଓଡ଼ିଶା କ୍ରିକେଟ ଆସୋସିସନର ଅଭିନବ ପ୍ରୟାସ appeared first on .