ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର
ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ନାଇରୋବିରେ ଥିବା ଆଣ୍ଡ୍ରାସା ଏକାଡେମୀ ହଷ୍ଟେଲରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ରହିଥାଆନ୍ତି। ଏଠାରେ ୧୫୦ ଛାତ୍ର ରହୁଥିଲେ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ଏଠାରେ ଥିବା ଅଧିକାଂଶ ଘର କାଠରେ ନିର୍ମିତ, […] The post ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର appeared first on Dharitri Odia News.
ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ନାଇରୋବିରେ ଥିବା ଆଣ୍ଡ୍ରାସା ଏକାଡେମୀ ହଷ୍ଟେଲରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ରହିଥାଆନ୍ତି। ଏଠାରେ ୧୫୦ ଛାତ୍ର ରହୁଥିଲେ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ଏଠାରେ ଥିବା ଅଧିକାଂଶ ଘର କାଠରେ ନିର୍ମିତ, ଯେଉଁଥିପାଇଁ ନିଆଁ ଶୀଘ୍ର ବ୍ୟାପିଗଲା। ରାଷ୍ଟ୍ରପତି ୱିଲିୟମ ରୁଟୋ ଏହି ଘଟଣାକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଘଟଣାର ବିସ୍ତୃତ ତଦନ୍ତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଘଟଣାର ଦାୟୀ ବ୍ୟକ୍ତିଙ୍କୁ ରକ୍ଷା କରାଯିବ ନାହିଁ। ନିକଟ ଅତୀତରେ କେନିଆର ବିଦ୍ୟାଳୟରେ ଅନେକ ଅଗ୍ନିକାଣ୍ଡ ଘଟିଥିଲା। ସେପ୍ଟେମ୍ବର ୨୦୧୭ରେ, ବିଦ୍ୟାଳୟରେ ଅଗ୍ନିକାଣ୍ଡରେ ନଅ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ନାଇରୋବିରେ ଏହି ଘଟଣା ଘଟିଛି। ଏଥି ସହିତ, ୨୦୨୧ରେ ହଷ୍ଟେଲରେ ଲାଗିଥିବା ଅଗ୍ନିକାଣ୍ଡରେ ୫୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୨ରେ ଅଗ୍ନିକାଣ୍ଡରେ ୮ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା।
The post ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର appeared first on Dharitri Odia News.