ସ୍କୁଲରୁ ଆଣିଲା; ବିଷ ଦେଇ ୨ଛୁଆଙ୍କ ଜୀବନ ନେଇଗଲା ବାପା

ଛୁଆ ଦୁଇଜଣଙ୍କର ବୟସ ୧୧ ଓ ୧୩ବର୍ଷ। ପୋଲିସର ସୂଚନା ଅନୁଯାୟୀ, ଉଭୟ ଶିଶୁଙ୍କ ଦେହରେ କ୍ଷତ ଚିହ୍ନ ଥିଲା। ସେମାନଙ୍କର ତଣ୍ଟିଚିପି ହତ୍ୟା କରାଯାଇଛି ନା ବିଷ ଦିଆଯାଇଛି ସେନେଇ ଏଯାଏ ସ୍ପଷ୍ଟ ହୋଇନି।

ସ୍କୁଲରୁ ଆଣିଲା; ବିଷ ଦେଇ ୨ଛୁଆଙ୍କ ଜୀବନ ନେଇଗଲା ବାପା

କେହି କେବେ ଜନ୍ମକଲା ଛୁଆକୁ ମାରିପାରେ କି! ହେଲେ ବାପା ନିଜର ଦୁଇ ଛୁଆଙ୍କୁ ବିଷ ଦେଇ ହତ୍ୟା କରିଛି। ଦିଲ୍ଲୀ କେଶବପୁରମ ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଦୁଇ ଛୁଆଙ୍କୁ ସ୍କୁଲରୁ ଆଣିବା ପରେ ଖୋଦ୍ ବାପା ସେମାନଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବାପାଙ୍କ ଦୋକାନ ଘର ଭିତରୁ ଭାଇ-ଭଉଣୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ବାପା ହେଲେ ମନୀଷ। ପିଲାମାନେ ସ୍କୁଲରୁ ଫେରିବାରେ ବିଳମ୍ୱ କରିଥିଲେ। ବାପା ମନୀଷ ସେମାନଙ୍କୁ ଆଣିବାକୁ ଯାଇଥିଲେ ସୁଦ୍ଧା କେହି ବି ଘରେ ପହଞ୍ଚି ନଥିଲେ। ମନୀଷଙ୍କର ଫୋନ୍ ମଧ୍ୟ ବନ୍ଦ ଥିଲା। ସନ୍ଦେହ ହେବାରୁ ସଂପର୍କୀୟ ମନୀଷଙ୍କ ଦୋକାନ ସଟର୍ ଖୋଲି ଦେଖିବା ବେଳକୁ ଭାଇ-ଉଭଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ପୋଲିସର ସୂଚନା ଅନୁସାରେ, ମୃତକ ଭାଇ ଓ ଭଉଣୀ। ବାପା ମନୀଷ ସବୁଦିନ ପରି ଉଭୟଙ୍କୁ ସ୍କୁଲରୁ ଘରକୁ ଆଣିବାକୁ ଯାଇଥିଲେ। ହେଲେ କେହିବି ଘରକୁ ଫେରିନଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେମାନଙ୍କୁ ବିଷ ଦେଇଥିବା ଜଣାପଡିଛି। ପୋଲିସ ଏ ସଂପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁଇ ଛୁଆଙ୍କୁ ନିକଟରେ ଥିବା ଦୀପଚାନ୍ଦ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏଫଆଇଆର୍ ଅନୁଯାୟୀ, ଛୁଆ ଦୁଇଜଣଙ୍କର ବୟସ ୧୧ ଓ ୧୩ବର୍ଷ। ପୋଲିସର ସୂଚନା ଅନୁଯାୟୀ, ଉଭୟ ଶିଶୁଙ୍କ ଦେହରେ କ୍ଷତ ଚିହ୍ନ ଥିଲା। ସେମାନଙ୍କର ତଣ୍ଟିଚିପି ହତ୍ୟା କରାଯାଇଛି ନା ବିଷ ଦିଆଯାଇଛି ସେନେଇ ଏଯାଏ ସ୍ପଷ୍ଟ ହୋଇନି। ଉଭୟଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମନୀଷ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ।