ସ୍କୁଲରେ ତାଲା ପକାଇଲେ ଅଭିଭାବକ
ଗଞ୍ଜାମ,୮ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅଧୀନ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କୁ ବଦଳି କରାଯାଇଛି। ଯାହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ଶନିବାର ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ଶ୍ଲୋଗାନ ଦେଇଥିଲେ। ଏହି ପ୍ରତିବାଦକୁ ହୁମା ସମିତି ସଭ୍ୟ ଧୂର୍ବ ଚରଣ ପଲାଇ ଦୃଢ ସମର୍ଥନ କରିଛନ୍ତି। ଫଳରେ […] The post ସ୍କୁଲରେ ତାଲା ପକାଇଲେ ଅଭିଭାବକ appeared first on Dharitri Odia News.
ଗଞ୍ଜାମ,୮ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅଧୀନ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କୁ ବଦଳି କରାଯାଇଛି। ଯାହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ଶନିବାର ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ଶ୍ଲୋଗାନ ଦେଇଥିଲେ।
ଏହି ପ୍ରତିବାଦକୁ ହୁମା ସମିତି ସଭ୍ୟ ଧୂର୍ବ ଚରଣ ପଲାଇ ଦୃଢ ସମର୍ଥନ କରିଛନ୍ତି। ଫଳରେ ଶିକ୍ଷକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ଥିବାବେଳେ ତିନିଜଣ ଶିକ୍ଷକ ନିଯୁକ୍ତି ଥିଲେ।
ସ୍କୁଲ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ଦାବି ପରେ ଗତ କିଛି ମାସ ତଳେ ଜଣେ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତ କରିଥିଲେ ବ୍ଲକ ଶିକ୍ଷା ବିଭାଗ। ଗଣିତ ଏବଂ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗୀୟ ଶିକ୍ଷକଙ୍କୁ ବଦଳି କରିଲେ ପିଲାମାନେ କିଭଳି ଶିକ୍ଷା ଲାଭ କରିବେ ବୋଲି ପରିଚାଳନା କମିଟି ସଭାପତି ଶବର ତରାଇ ପ୍ରଶ୍ନ କରିଛନ୍ତି। ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।
The post ସ୍କୁଲରେ ତାଲା ପକାଇଲେ ଅଭିଭାବକ appeared first on Dharitri Odia News.