ସ୍କୁଲରେ ଫେସିଆଲ୍ କରୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ, ଦିଦି ଭିଡିଓ ଶୁଟ୍ କରିବାରୁ ହେଲା ତୁମୁଳକାଣ୍ଡ
ପ୍ରଥମେ ପିଲାଙ୍କୁ ପାଠ ନ ପଢାଇ ଫେସିଆଲ୍ କରୁଥିଲେ, ଆଉ ଯେଉଁ ଶିକ୍ଷୟିତ୍ରୀ ଏହାର ପ୍ରତିବାଦ କଲେ ତାଙ୍କୁ ବାଡେଇ ଲହୁ-ଲୁହାଣ କରିଥିବା ଅଭିଯୋଗ ହୋଇଛି।
ପାର୍ଲର କି ଘରେ ନୁହେଁ, ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଫେସିଆଲ୍ କରିଥିବା ଭିଡିଓ ଭାଇରାଲ୍ ହେଉଛି। ପ୍ରଥମେ ପିଲାଙ୍କୁ ପାଠ ନ ପଢାଇ ଫେସିଆଲ୍ କରୁଥିଲେ, ଆଉ ଯେଉଁ ଶିକ୍ଷୟିତ୍ରୀ ଏହାର ପ୍ରତିବାଦ କଲେ ତାଙ୍କୁ ବାଡେଇ ଲହୁ-ଲୁହାଣ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଏହି ଘଟଣା ଉତ୍ତରପ୍ରଦେଶ ଉନ୍ନାଓର ଏକ ସ୍କୁଲରେ ଘଟିଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ସିଂହ ବିଦ୍ୟାଳୟର ରୋଷେଇ ଘରେ ଫେସିଆଲ୍ କରୁଥିଲେ। ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ବସିଛନ୍ତି, କିନ୍ତୁ ସେ କ୍ଲାସ୍ ନ କରି ରୂପସଜ୍ଜାରେ ମାତିଥିଲେ। ଏହି ସମୟରେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଅନମ ଖାନ ଏହାର ପ୍ରତିବାଦ ସ୍ୱରୂପ ଭିଡିଓ ରେକର୍ଡିଂ କରି ତାଙ୍କ ପାଖରେ ପହଞ୍ଚିଥିଲେ।
ଅନମ ଯେତେବେଳେ ସଂଗୀତାଙ୍କ ନିକଟରେ ପହଞ୍ଚିଥିଲେ, ହଠାତ୍ ତାଙ୍କ ହାତରେ ଫୋନ୍ ଦେଖି ରାଗି ଯାଇଥିଲେ ସଂଗୀତା। କେବଳ ରାଗିନଥିଲେ ଅନମଙ୍କୁ ଇଟାରେ ଆକ୍ରମଣ କରି ଲହୁ-ଲୁହାଣ କରିଥିଲେ। ଏହି ସମୟର ଭିଡ଼ିଓ ଭାଇରାଲ ହେବା ପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତ।
ସତ୍ୟାସତ୍ୟ ଯାଞ୍ଚ ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ କହିଛନ୍ତି। ସେପଟେ ଶିକ୍ଷୟିତ୍ରୀ ଅନମ ମଧ୍ୟ ସଂଗୀତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି। ତଦନ୍ତ କରାଯାଉଥିବା ପୁଲିସ ଅଧିକାରି କହିଛନ୍ତି।
#Shocking news Unnao |#यूपी के #उन्नाव में हेड शिक्षिका ने प्राथमिक विद्यालय को बनाया ब्यूटी पार्लर !!
विद्यालय में बच्चो को पढ़ाने के बजाए चल रहा है ब्यूटी पार्लर, हेड शिक्षिका संगीता सिंह का किचन में फेशियल कराते वीडियो !!
शिक्षण के बजाए रसोई घर मे 'फेशियल' करा रही थी हेड… pic.twitter.com/1ujtKvYiNM— MANOJ SHARMA LUCKNOW UP???????????????????????? (@ManojSh28986262) April 18, 2024