ସ୍କୁଲରେ ବୁଲୁଛି ଦନ୍ତା, ଆତଙ୍କିତ ପିଲା

ବାରିପଦା : ବାରିପଦା ଏମ୍‌କେସି ହାଇସ୍କୁଲ ପରିସରରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ବୁଧବାର ହାତୀଟି ସ୍କୁଲ ପରିସରରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇପଡିଛନ୍ତି। ହାତୀଟିକୁ ଘଉଡାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଆବଶ୍ୟକ ପଡିଲେ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରାଯିବା ନେଇ ସୂଚନା ମିଳିଛି। ସେହି ଅଞ୍ଚଳରେ ଲୋକଙ୍କୁ ଘରୁ ନବାହାରିବାକୁ ବନ ବିଭାଗ ପରାମର୍ଶ ଦେଇଛି।