ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିଲା ଭ୍ୟାନ୍; ଡ୍ରାଇଭରଙ୍କୁ ମାରିଲା ଫିଟ୍ସ
ଭାରସାମ୍ୟ ହରାଇ ଫୁଟପାଥ୍ ଉପରକୁ ଚଢ଼ିଗଲା ପିଲାଙ୍କୁ ନେଇ ଯାଉଥିବା ସ୍କୁଲ୍ ଭ୍ୟାନ୍।
ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିଲା ଭ୍ୟାନ୍। ମାତ୍ର ଭ୍ୟାନ୍ ଡ୍ରାଇଭରଙ୍କୁ ହଠାତ୍ ଫିଟ୍ସ ମାରିଲା। ଆଉ ଭାରସାମ୍ୟ ହରାଇ ଫୁଟପାଥ୍ ଉପରକୁ ଚଢ଼ିଗଲା ପିଲାଙ୍କୁ ନେଇ ଯାଉଥିବା ସ୍କୁଲ୍ ଭ୍ୟାନ୍। ଏଭଳି ଅଘଟଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ଭୁବନେଶ୍ୱର ସିଆରପି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।
ତେବେ ସୌଭାଗ୍ୟବଶତଃ ପିଲାଙ୍କର ବିଶେଷ କ୍ଷତି ହୋଇନାହିଁ। ଭ୍ୟାନ ଭିତରେ ଥିବା ୬ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୨ଟି କାର୍ ଓ ୨ଟି ବାଇକ କ୍ଷତିଗ୍ରସ୍ତ ହୋଇଛି। ୨ ଜଣ ବାଇକ ଆରୋହୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି।
ତେବେ ଭ୍ୟାନ୍ ଡ୍ରାଇଭରଙ୍କର ଫିଟ୍ସ ବେମାର ଥିବା ବେଳେ ଏନେଇ ପୂର୍ବରୁ ସେ କାହିଁକି ସୂଚନା ଦେଇ ନ ଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିଯୋଗୁ ପିଲାଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇ ଯାଉଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ି ଯାଇଛି। ଏପରି ଘଟଣା ଯେପରି ପୁନର୍ବାର ନ ଘଟେ ସେଥିପ୍ରତି କଡ଼ା ନଜର ରଖିବାକୁ ଦାବି ହେଉଛି।