ସ୍କୋଡା ଅଟୋ ଇଣ୍ଡିଆର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୬।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ଚଳିତ ବର୍ଷ (୨୦୨୩-ବର୍ଷ)ରେ ଉଲ୍ଲେଖନୀୟ ସଫଳତା ହାସଲ ସହ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ୨ ବର୍ଷ ମଧ୍ୟରେ ବ୍ରାଣ୍ଡ୍‌ ୧ଲକ୍ଷରୁ ଅଧିକ କାର୍‌ ବିକ୍ରି କରିବାର ଏକ ନୂତନ ରେକର୍ଡ କରିଛି। ବିଶେଷକରି କମ୍ପାନୀର ଭାରତ-କେନ୍ଦ୍ରିକ ଉପତ୍ାଦ ରଣନୀତିର ଏହା ଏକ ଦୃଢ ପ୍ରମାଣ ହୋଇଥିବାବେଳେ ଗ୍ରାହକ ଚାହିଦା ଅନୁଯାୟୀ ମଡେଲଗୁଡିକୁ ବଜାର ପ୍ରବେଶ କରାଇ କମ୍ପାନୀ ସଫଳତା ପାଇଛି, ଯେଉଁଥିରେ […] The post ସ୍କୋଡା ଅଟୋ ଇଣ୍ଡିଆର ନୂଆ ମାଇଲଖୁଣ୍ଟ appeared first on Dharitri Odia News.

ସ୍କୋଡା ଅଟୋ ଇଣ୍ଡିଆର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୬।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ଚଳିତ ବର୍ଷ (୨୦୨୩-ବର୍ଷ)ରେ ଉଲ୍ଲେଖନୀୟ ସଫଳତା ହାସଲ ସହ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ୨ ବର୍ଷ ମଧ୍ୟରେ ବ୍ରାଣ୍ଡ୍‌ ୧ଲକ୍ଷରୁ ଅଧିକ କାର୍‌ ବିକ୍ରି କରିବାର ଏକ ନୂତନ ରେକର୍ଡ କରିଛି। ବିଶେଷକରି କମ୍ପାନୀର ଭାରତ-କେନ୍ଦ୍ରିକ ଉପତ୍ାଦ ରଣନୀତିର ଏହା ଏକ ଦୃଢ ପ୍ରମାଣ ହୋଇଥିବାବେଳେ ଗ୍ରାହକ ଚାହିଦା ଅନୁଯାୟୀ ମଡେଲଗୁଡିକୁ ବଜାର ପ୍ରବେଶ କରାଇ କମ୍ପାନୀ ସଫଳତା ପାଇଛି, ଯେଉଁଥିରେ ଭାରତୀୟ ବଜାର ପାଇଁ ନିର୍ମିତ କୁଶାକ ଏବଂ ସ୍ଲାଭିଆ ଭଳି ଦୁଇଟି ବିଶ୍ୱସ୍ତରୀୟ ମଡେଲର ଶୁଭାରମ୍ଭ ଓ ବଜାର ପ୍ରବେଶ ହୋଇଛି। ଏହି ସଂଖ୍ୟା ହାସଲ କରିବାରେ ଉକ୍ତ ମଡେଲ ୨ଟି ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ପୂର୍ବରୁ କମ୍ପାନୀକୁ ଉକ୍ତ ସଫଳତା ପାଇଁ ୬ ବର୍ଷରୁ ଅଧିକ ସମୟ ଲାଗିଥିଲା। ସେହିଭଳି ସ୍କୋଡା କୁଶାକ ଏବଂ ସ୍ଲାଭିଆର ୨ଟି ବଡ ଆରମ୍ଭ ପରେ ୨୦୨୨ ରେ ସ୍କୋଡା ଅଟୋ ଇଣ୍ଡିଆ ପାଇଁ ଏହା ଏକ ଉଲ୍ଲେଖନୀୟ ରେକର୍ଡ ବର୍ଷ ଥିଲା। ୨୦୨୩ରେ ଯୋଗାଣ ସମସ୍ୟା ଏବଂ ଆନୁଷଙ୍ଗିକ ପ୍ରତିବନ୍ଧକ ଦ୍ୱାରା ବିକ୍ରି ହାର ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲାବେଳେ ସମ୍ପୂର୍ଣ୍ଣ ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରୁଥିବା ସ୍କୋଡା ୨୦୨୩ ଜାନୁଆରୀ ୧ରୁ ଡିସେମ୍ବର ୩୧ ମଧ୍ୟରେ ମୋଟ ୪୮,୭୫୫ ୟୁନିଟ୍‌ ବିକ୍ରି ହାସଲ କରିଥିଲା ା ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପେଟର ଜାନେବା କହିଥିଲେ, ୨୦୨୨ର ରେକର୍ଡ ସଂଖ୍ୟକ କାରବାର ପରେ ୨୦୨୩ ପର୍ଯ୍ୟନ୍ତ ଆମର ବିକ୍ରି ହାର ବୃଦ୍ଧି ବଜାୟ ରଖିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

The post ସ୍କୋଡା ଅଟୋ ଇଣ୍ଡିଆର ନୂଆ ମାଇଲଖୁଣ୍ଟ appeared first on Dharitri Odia News.