ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ ବ୍ଲକ ବୁକ୍ରାମୁଣ୍ଡା ପଞ୍ଚାୟତ ମହୁଲପାଳି ଗ୍ରାମର ନାରାୟଣ ଦେବତା । ସ୍କ୍ରବ ଟାଇଫସ ରୋଗରେ ତାଙ୍କ ମୃତ୍ୟୁ ହୋଇଛି ବୋଲି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୁପମା ଷଡଙ୍ଗୀଙ୍କ ମତାମତ ମିଳିପାରି ନାହିଁ। ମୃତଚାଷୀ କିଛି ଦିନ ହେଲା ଜ୍ୱରରେ ପୀଡିତ […] The post ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ appeared first on Dharitri Odia News.

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ ବ୍ଲକ ବୁକ୍ରାମୁଣ୍ଡା ପଞ୍ଚାୟତ ମହୁଲପାଳି ଗ୍ରାମର ନାରାୟଣ ଦେବତା । ସ୍କ୍ରବ ଟାଇଫସ ରୋଗରେ ତାଙ୍କ ମୃତ୍ୟୁ ହୋଇଛି ବୋଲି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି।

ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୁପମା ଷଡଙ୍ଗୀଙ୍କ ମତାମତ ମିଳିପାରି ନାହିଁ। ମୃତଚାଷୀ କିଛି ଦିନ ହେଲା ଜ୍ୱରରେ ପୀଡିତ ଥିଲେ । ବୁକ୍ରାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ତାଙ୍କ ଚିକିତ୍ସା କରାଯାଇଥିଲା। ପରେ ଜ୍ୱର ନ ଛାଡିବାରୁ ପଦ୍ମପୁରଜ୍‌ ଉପଖଣ୍ଡ ଏବଂ ପରେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣା ଯାଇଥିଲା । ସେଠାରୁ ପୁଣି ତାଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

The post ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ appeared first on Dharitri Odia News.