ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର
ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼ ମିଳିବା ପରେ ଏକ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ପୋତିବା ସହ ଅନ୍ୟ କିଛି ଅଂଶ ଫିଙ୍ଗି ଦେଇଥିବା ନେଇ ତଦନ୍ତ ବେଳେ ପୋଲିସ ଆଗରେ […] The post ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର appeared first on Dharitri Odia News.
ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼ ମିଳିବା ପରେ ଏକ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ପୋତିବା ସହ ଅନ୍ୟ କିଛି ଅଂଶ ଫିଙ୍ଗି ଦେଇଥିବା ନେଇ ତଦନ୍ତ ବେଳେ ପୋଲିସ ଆଗରେ ଅଭିଯୁକ୍ତ ସ୍ବୀକାର କରିଛନ୍ତି। ମୃତା ୨ ମହିଳା ହେଉଛନ୍ତି ଗ୍ରାମର ଯମୁନା ସାମଲ(୫୫) ଓ ତାଙ୍କ ବିବାହିତା ଝିଅ କୌଶଲ୍ୟା ଗାୟନ(୩୫)। ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଯାଇ ଗତ ୨୦ଦିନ ହେଲା ସେମାନେ ନିଖୋଜ ଥିଲେ। ଅଭିଯୁକ୍ତ ମୃତ କୌଶଲ୍ୟାଙ୍କ ସ୍ବାମୀ ଗୁରୁପଦ ଗାୟନ(୪୦)ଙ୍କୁ ଗୁରୁବାର ପୋଲିସ ଗିରଫ କରିବା ସହ କ୍ରାଇମ୍ ସିନ୍ ରିକ୍ରିଏଶନ କରିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଗୋଟିଏ ଗଁାରେ ପାଖାପାଖି ରହୁଥିବା ଯମୁନା ଓ କୌଶଲ୍ୟା ୨୦ ଦିନ ତଳେ ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଏନେଇ ଯମୁନାଙ୍କ ଅନ୍ୟ ଏକ ଝିଅ କାକେଳି ଗାୟନ ନାୟକାଣିଡିହି ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ବୁଧବାର ଗ୍ରାମର ଏକ ଯୋର ନିକଟରୁ ଅଖାବସ୍ତାରୁ ଖପୁରି ହାଡ଼ ଟାଣି କୁକୁର ଖାଉଥିବା ଦେଖି ସ୍ଥାନୀୟ ଲୋକେ ନିଖୋଜ ଥିବା ମା’ ଓ ଝିଅଙ୍କର ହୋଇଥିବା ସନ୍ଦେହ କରି ନାୟକାଣିଡିହି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଗୁରୁପଦ ଓ ତାଙ୍କର ଜଣେ ଭାଇଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସ୍ତ୍ରୀ କୌଶଲ୍ୟା ଓ ଶାଶୁ ଯମୁନାଙ୍କୁ ମାରିଦେବା ପରେ ସେମାନଙ୍କ ମୃତଦେହକୁ ମାରଣାସ୍ତ୍ରରେ ଖଣ୍ଡ ଖଣ୍ଡ କରି ନିକଟସ୍ଥ ମାଛ ପୋଖରୀରେ ପକାଇଥିବା ଓ ଯୋରରେ ପୋତିଥିବା ଗୁରୁପଦ ପୋଲିସ ଆଗରେ ସ୍ବୀକାର କରିଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବାରୁ ଗୁରୁପଦଙ୍କୁ ଧରି ଭଦ୍ରକ ସଦର ଏସ୍ଡିପିଓ ସୌରଭ ଓତା, ନାୟକାଣିଡିହି ଓଆଇସି ସଲଖାନ ମୁର୍ମୁ, ଏସ୍ଆଇ ମହେଶ୍ୱର ପ୍ରଧାନ ସଦଳବଳ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଯାଇ କ୍ରାଇମ୍ ସିନ୍ ରିକ୍ରିଏଶନ କରିଥିଲେ। ଅଭିଯୁକ୍ତ ହତ୍ୟାକାଣ୍ଡ ଓ ପରେ କିପରି ମୃତଦେହକୁ ଖଣ୍ଡ ଖଣ୍ଡ କରି ପୋଖରୀ ଓ ଯୋରର ବିଭିନ୍ନ ସ୍ଥାନରେ ପୋତିବା, ଫୋପାଡ଼ିବାର ଡେମୋ ଦେଖାଇଛନ୍ତି। କିଛିଦିନ ଧରି ଗୁରୁପଦଙ୍କ ସହ ସ୍ତ୍ରୀ ଓ ଶାଶୁଙ୍କର ବିବାଦ ଲାଗି ରହିଥିଲା। ଗୁରୁପଦଙ୍କୁ ଛାଡ଼ି କୌଶଲ୍ୟା ରାଜ୍ୟ ବାହାରେ ରହୁଥିବା ବେଳେ ସୁଭଦ୍ରା ଆବେଦନ ପାଇଁ ଘରକୁ ଆସିଥିଲେ। ପାରିବାରିକ କଳହ ଓ ଟଙ୍କା ହେର୍ଫେର୍କୁ ନେଇ ସେମାନଙ୍କ ଏହି ବିବାଦ ଗତ ସେପ୍ଟେମ୍ବର ୨୭ରେ ଉଗ୍ରରୂପ ନେଇଥିଲା। ସେମାନେ ଆବେଦନ କରି ଫେରୁଥିବା ବେଳେ ଗୁରୁପଦ ମାରଣାସ୍ତ୍ରରେ ସେମାନଙ୍କୁ ହତ୍ୟା କରିଥିବା ନେଇ ଏସ୍ଡିପିଓ ସୌରଭ ଓତା ସୂଚନା ଦେଇଛନ୍ତି। ଏନେଇ ନାୟକାଣିଡିହି ଥାନାରେ ମାମଲା (ନଂ.୨୩୮/୨୪) ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଛି। ପୋଲିସ ସ୍ଥାନୀୟ ଲୋକ
The post ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର appeared first on Dharitri Odia News.