‘ସ୍ତ୍ରୀ ୨’ର ରେକର୍ଡ ଭାଙ୍ଗିଲା ‘ଦେବରା ପାର୍ଟ ୧’

ହାଇଦ୍ରାବାଦ: ଜୁନିୟର ଏନ୍‌ଟିଆର୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା ପାର୍ଟ ୧’ ଶୁକ୍ରବାର ମୁକ୍ତିଲାଭ କରିଛି। ଆରମ୍ଭରୁ ହିଁ ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିବାରେ ଲାଗିଛନ୍ତି, ଯାହାଫଳରେ ଏହା ବକ୍ସ ଅଫିସ୍‌ରେ ମଧ୍ୟ ଧମାଲ୍‌ ମଚାଇବାରେ ଲାଗିଛି। କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ବରଂ ‘ଦେବରା ପାର୍ଟ ୧’ ବିଶ୍ୱବ୍ୟାପୀ ମଧ୍ୟ ରେକର୍ଡ ବ୍ୟବସାୟ କରିବା ଆରମ୍ଭ କରିଛି। ରିଲିଜ୍‌ ହେବାର ମାତ୍ର ୨ ଦିନ ମଧ୍ୟରେ ‘ଦେବରା ପାର୍ଟ ୧’ ୨୦୦ କୋଟି […] The post ‘ସ୍ତ୍ରୀ ୨’ର ରେକର୍ଡ ଭାଙ୍ଗିଲା ‘ଦେବରା ପାର୍ଟ ୧’ appeared first on Dharitri Odia News.

‘ସ୍ତ୍ରୀ ୨’ର ରେକର୍ଡ ଭାଙ୍ଗିଲା ‘ଦେବରା ପାର୍ଟ ୧’

ହାଇଦ୍ରାବାଦ: ଜୁନିୟର ଏନ୍‌ଟିଆର୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା ପାର୍ଟ ୧’ ଶୁକ୍ରବାର ମୁକ୍ତିଲାଭ କରିଛି। ଆରମ୍ଭରୁ ହିଁ ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ୍‌ ପସନ୍ଦ କରିବାରେ ଲାଗିଛନ୍ତି, ଯାହାଫଳରେ ଏହା ବକ୍ସ ଅଫିସ୍‌ରେ ମଧ୍ୟ ଧମାଲ୍‌ ମଚାଇବାରେ ଲାଗିଛି। କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ବରଂ ‘ଦେବରା ପାର୍ଟ ୧’ ବିଶ୍ୱବ୍ୟାପୀ ମଧ୍ୟ ରେକର୍ଡ ବ୍ୟବସାୟ କରିବା ଆରମ୍ଭ କରିଛି। ରିଲିଜ୍‌ ହେବାର ମାତ୍ର ୨ ଦିନ ମଧ୍ୟରେ ‘ଦେବରା ପାର୍ଟ ୧’ ୨୦୦ କୋଟି ଫିଲ୍ମ କ୍ଲବ୍‌ ତାଲିକାରେ ପ୍ରବେଶ କରିଛି।
ରବିବାର ବିଭିନ୍ନ ରିପୋର୍ଟ ଅନୁଯାୟୀ, ପ୍ରଥମ ୨ ଦିନରେ ‘ଦେବରା ପାର୍ଟ ୧’ ବିଶ୍ୱବ୍ୟାପୀ ୨୧୨ କୋଟି ଟଙ୍କାର ବ୍ୟବସାୟ କରିଛି। କେବଳ ଶୁକ୍ରବାର ଏହା ୧୫୭ କୋଟି ସଂଗ୍ରହ କରିଥିବା ବେଳେ ଶନିବାର ଏହି ଫିଲ୍ମ ବିଶ୍ୱବ୍ୟାପୀ ୫୫ କୋଟି ଟଙ୍କାର ବ୍ୟବସାୟ କରିଛି। ଏହାସହ ‘ଦେବରା ପାର୍ଟ ୧’ ଚଳିତ ବର୍ଷର ସବୁଠୁ ସଫଳ ଚଳଚ୍ଚିତ୍ର ‘ସ୍ତ୍ରୀ ୨’ର ରେକର୍ଡକୁ ଭାଙ୍ଗିବାରେ ମଧ୍ୟ ସଫଳ ହୋଇଛି। ଚଳିତ ବର୍ଷ ଅଗଷ୍ଟ ୧୫ରେ ‘ସ୍ତ୍ରୀ ୨’ ଫିଲ୍ମ ରିଲିଜ୍‌ ହୋଇଥିବାବେଳେ ଏହା ପ୍ରଥମ ୨ ଦିନରେ ବିଶ୍ୱବ୍ୟାପୀ ୧୩୦.୦୫ କୋଟି ଟଙ୍କାର ବ୍ୟବସାୟ କରିଥିଲା।

The post ‘ସ୍ତ୍ରୀ ୨’ର ରେକର୍ଡ ଭାଙ୍ଗିଲା ‘ଦେବରା ପାର୍ଟ ୧’ appeared first on Dharitri Odia News.