ସ୍ତ୍ରୀକୁ ଛୁରାମାଡ଼ କରି ଫେରାର୍ ହୋଇଗଲା ସ୍ୱାମୀ, ଗୁରୁତରେ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ସ୍ୱାମୀ ସାଜିଲା ସଇତାନ୍ । କ୍ଷଣକ ପାଇଁ ଭୁଲିଗଲା ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ । ଯେଉଁ ହାତରେ ମଥାରେ ସିନ୍ଦୂର ଦେଇ ସ୍ତ୍ରୀର ହାତ ଧରି ଘରକୁ ଆଣିଥିଲା ଆଜି ସେହି ହାତରେ ସ୍ତ୍ରୀର ଜୀବନ ନେବାକୁ ବି ପଛାଇଲାନି। ସବୁକିଛି ଭୁଲିଗଲା ଜହ୍ଲାଦ ସ୍ୱାମୀ । ଆଉ ଏଭଳି କାଣ୍ଡ କରି ବସିଲା ଯେଉଁ ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି। ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ମାମୁଲି କଥା । ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ […] The post ସ୍ତ୍ରୀକୁ ଛୁରାମାଡ଼ କରି ଫେରାର୍ ହୋଇଗଲା ସ୍ୱାମୀ, ଗୁରୁତରେ ଅବସ୍ଥାରେ ମେଡିକାଲରେ ଭର୍ତ୍ତି appeared first on KNews Odisha.

ସ୍ୱାମୀ ସାଜିଲା ସଇତାନ୍ । କ୍ଷଣକ ପାଇଁ ଭୁଲିଗଲା ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ । ଯେଉଁ ହାତରେ ମଥାରେ ସିନ୍ଦୂର ଦେଇ ସ୍ତ୍ରୀର ହାତ ଧରି ଘରକୁ ଆଣିଥିଲା ଆଜି ସେହି ହାତରେ ସ୍ତ୍ରୀର ଜୀବନ ନେବାକୁ ବି ପଛାଇଲାନି। ସବୁକିଛି ଭୁଲିଗଲା ଜହ୍ଲାଦ ସ୍ୱାମୀ । ଆଉ ଏଭଳି କାଣ୍ଡ କରି ବସିଲା ଯେଉଁ ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି। ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ମାମୁଲି କଥା । ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗି ରହିଥାଏ । କିନ୍ତୁ ଏହି କଳି ଏପରି ଉଗ୍ର ରୂପ ନେବ ତାହା ସ୍ତ୍ରୀ ଜଣକ କେବେ ସ୍ୱପ୍ନରେ ଭାବି ନଥିଲେ। କାରଣ ଏହି କଥା ଯିଏ ଶୁଣୁଛି ସିଏ କହୁଛି ଏ କେମିତିକା ସ୍ୱାମୀ । ଯିଏ ସ୍ତ୍ରୀ ଉପରେ ଏପରି ଆକ୍ରମଣ କରିପାରେ।
ହଁ ଆଜ୍ଞା, ବିଚ୍ ରାସ୍ତାରେ ସ୍ୱାମୀ ସ୍ତ୍ରୀ ଉପରେ ଆକ୍ରମଣ କରିଛି। ଏଭଳି ଭାବେ ଆକ୍ରମଣ କରିଛନ୍ତି ଯେ ଯିଏ ଦେଖୁଛି ତାଙ୍କ ଛାତି ଥରି ଉଠୁଛି । ଯେଉଁ ଦୃଶ୍ୟକୁ ଆମେ ଆପଣଙ୍କୁ ଏଠାରେ ଦେଖାଇ ପାରୁନୁ। ହେଲେ ସେହି ଘଟଣା କଥା ଭାବିଲାରୁ ଲୋମ ଟାଙ୍କୁରି ଉଠୁଛି । ସ୍ବାମୀଙ୍କ ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହର ନଦି ସାହିରେ। ଅଭିଯୋଗ ଅନୁସାରେ କୌଣସି କାରଣ ବଶତଃ ସ୍ବାମୀ ପ୍ରଦିପ ବେହେରା ଓ ସ୍ତ୍ରୀ ବାସନ୍ତିଙ୍କ ମଧ୍ୟରେ ଘର ଭିତରେ ଝଗଡ଼ା ହୋଇଥିଲା ।
ଏହି ଝଗଡ଼ା ପରେ ସେହି ରଣକ୍ଷେତ୍ର ପାଲଟିଥିଲା । ଦାଣ୍ଡ ବାହାରକୁ ଆସି ପୁଣି ପାଟିତୁଣ୍ଡ କରିଥିଲେ ସସ୍ୱାମୀ ସ୍ତ୍ରୀ । ଏତିକି ବେଳେ ସ୍ବାମୀ ପ୍ରଦୀପ ସ୍ତ୍ରୀକୁ ଛୁରା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଗଲା । ବାସନ୍ତୀର ପେଟରେ ଓ ଦୁଇଟି ହାତରେ ଆଘାତ ଲାଗିଛି । ବାସନ୍ତୀ ଆକ୍ରମଣର ଶିକାର ହୋଇ ଚିତ୍କାର କରୁଥିବା ବେଳେ ସାହି ଲୋକେ ପହଞ୍ଚି ଗୁରୁତର ଅବସ୍ଥାର ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ଏହି ଘଟଣାର ଖବର ପାଇ ପୋଲିସ ମେଡ଼ିକାଲ ରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ।
The post ସ୍ତ୍ରୀକୁ ଛୁରାମାଡ଼ କରି ଫେରାର୍ ହୋଇଗଲା ସ୍ୱାମୀ, ଗୁରୁତରେ ଅବସ୍ଥାରେ ମେଡିକାଲରେ ଭର୍ତ୍ତି appeared first on KNews Odisha.