ସ୍ତ୍ରୀକୁ ଲୁହା ରଡ୍ ମାରିବା ସମୟରେ ଅନ୍ୟ ଜଣେ ମୃତ

ଝାରସୁଗୁଡ଼ା : ସ୍ତ୍ରୀକୁ ଲୁହା ରଡ ମାରିବା ସମୟରେ ଅନ୍ୟଜଣେ ମହିଳାଙ୍କ  ଦେହରେ ବାଜିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସଦର ଥାନା ଜମେରା ଗାଁ ନିକଟ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।  ସ୍ତ୍ରୀ ସହ କାଠ ଆଣିବାକୁ ଯାଇଥିବାବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ବ୍ୟକ୍ତିଜଣକ ରାଗିଯାଇ ତାଙ୍କ ସ୍ତ୍ରୀଙ୍କ ଉପରକୁ ହାତରେ ଥିବା ଏକ ଲୁହା ରଡ୍ ଫିଙ୍ଗିଥିଲେ । କିନ୍ତୁ ଏହି […]

ସ୍ତ୍ରୀକୁ ଲୁହା ରଡ୍ ମାରିବା ସମୟରେ ଅନ୍ୟ ଜଣେ ମୃତ

ଝାରସୁଗୁଡ଼ା : ସ୍ତ୍ରୀକୁ ଲୁହା ରଡ ମାରିବା ସମୟରେ ଅନ୍ୟଜଣେ ମହିଳାଙ୍କ  ଦେହରେ ବାଜିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସଦର ଥାନା ଜମେରା ଗାଁ ନିକଟ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।  ସ୍ତ୍ରୀ ସହ କାଠ ଆଣିବାକୁ ଯାଇଥିବାବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ବ୍ୟକ୍ତିଜଣକ ରାଗିଯାଇ ତାଙ୍କ ସ୍ତ୍ରୀଙ୍କ ଉପରକୁ ହାତରେ ଥିବା ଏକ ଲୁହା ରଡ୍ ଫିଙ୍ଗିଥିଲେ । କିନ୍ତୁ ଏହି ସମୟରେ ରଡଟି ଘଟଣାସ୍ଥଳରେ ଥିବା ଅନ୍ୟ ଜଣ ମହିଳାଙ୍କ ଦେହରେ ବାଜିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।