ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ , ପୋଲିସର ତଦନ୍ତ ଆରମ୍ଭ

ନୟାଗଡ : ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ଘଟଣା ସ୍ଥଳରୁ ସ୍ୱାମୀ ଫେରାର । ଏଭଳି ହତ୍ୟାକାଣ୍ଡ ନୟାଗଡ ଜ଼ିଲ୍ଲା ଫତେଗଡ ଥାନା ଗୋହିରିଆପଡା ଗାଁରେ ଘଟିଛି । ସେହି ଗାଁର ପ୍ରତାପ ନାୟକଙ୍କ ସହିତ ଅମୁଲି ନାୟକଙ୍କ ୧୫ ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା । ପ୍ରତାପ ଭୁବନେଶ୍ୱରରେ ଗାଡି ଚଳାଇ ପରିବାର ପୋଷଣ କରିଥାନ୍ତି । ଗତକାଲି ପ୍ରତାପ ଓ ଅମୂଲୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅମୂଲୀଙ୍କ ବାପା ମା […] The post ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ , ପୋଲିସର ତଦନ୍ତ ଆରମ୍ଭ appeared first on KNews Odisha.

ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ , ପୋଲିସର ତଦନ୍ତ ଆରମ୍ଭ
nayagarh

ନୟାଗଡ : ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ଘଟଣା ସ୍ଥଳରୁ ସ୍ୱାମୀ ଫେରାର । ଏଭଳି ହତ୍ୟାକାଣ୍ଡ ନୟାଗଡ ଜ଼ିଲ୍ଲା ଫତେଗଡ ଥାନା ଗୋହିରିଆପଡା ଗାଁରେ ଘଟିଛି । ସେହି ଗାଁର ପ୍ରତାପ ନାୟକଙ୍କ ସହିତ ଅମୁଲି ନାୟକଙ୍କ ୧୫ ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା । ପ୍ରତାପ ଭୁବନେଶ୍ୱରରେ ଗାଡି ଚଳାଇ ପରିବାର ପୋଷଣ କରିଥାନ୍ତି । ଗତକାଲି ପ୍ରତାପ ଓ ଅମୂଲୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଅମୂଲୀଙ୍କ ବାପା ମା ତାଙ୍କୁ ବୁଝାଇ ଘରକୁ ଫେରିଥିଲେ । ଆଜି ସକାଳୁ ଅମୂଲୀ ଓ ପ୍ରତାପ ଘରେ ଥିଲେ । ପ୍ରତାପଙ୍କ ବାପ। କାଠ ଆଣିବାକୁ ବାହାରକୁ ଯାଇଥିଲେ । ସେହି ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ପରେ ପ୍ରତାପ ଏକ କଟୁରୀରେ ନିଜ ସ୍ତ୍ରୀକୁ ହାଣି ହତ୍ୟା କରିଥିଲେ । ଶଶୁର ଖବର ପାଇଁ ବୋହୁକୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଛନ୍ତି । ଫତେଗଡ଼ ଥାନା ପୋଲିସ ଗାଁରେ ପଂହଁଚି ତଦନ୍ତ କରିବା ସହ ୨ ନାବାଳକ ପୁଅକୁ ହତ୍ୟାକାଣ୍ଡ ବିଷୟରେ ପଚାରି ବୁଝିଥିଲେ । ଏନେଇ ସାଇଣ୍ଟିଫିକ ଟିମ ପଂହଁଚି ତଦନ୍ତ ଚଳାଇଛି ।

 

Also read : ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଶୁଆଇଦେଲା ସ୍ତ୍ରୀ

The post ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ , ପୋଲିସର ତଦନ୍ତ ଆରମ୍ଭ appeared first on KNews Odisha.