ସ୍ତ୍ରୀଙ୍କ ଶରୀରରେ କିରୋସିନ ଢାଳି ହତ୍ୟା କଲେ ନିଷ୍ଠୁର ସ୍ବାମୀ
ଦେବଗଡ,୧।୮(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଳି ଗ୍ରାମରେ ସ୍ତ୍ରୀ ଶରୀରରେ କିରୋସିନ ଢାଳି ନିଆଁ ଲଗାଇବା ସହ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ମହିଳାଙ୍କର କଟକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ରେଙ୍ଗାଳି ଗ୍ରାମର ବିଜୟ ନାୟକ (୪୦)ଙ୍କ ସ୍ତ୍ରୀ ସବିତା ନାୟକ (୩୪) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବିଜୟ ଏବଂ ସବିତା ୨୦୦୯ ମସିହାରେ ପ୍ରେମ ବିବାହ କରିଥିଲେ । ମାତ୍ର […] The post ସ୍ତ୍ରୀଙ୍କ ଶରୀରରେ କିରୋସିନ ଢାଳି ହତ୍ୟା କଲେ ନିଷ୍ଠୁର ସ୍ବାମୀ appeared first on Dharitri Odia News.
ଦେବଗଡ,୧।୮(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଳି ଗ୍ରାମରେ ସ୍ତ୍ରୀ ଶରୀରରେ କିରୋସିନ ଢାଳି ନିଆଁ ଲଗାଇବା ସହ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ମହିଳାଙ୍କର କଟକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ରେଙ୍ଗାଳି ଗ୍ରାମର ବିଜୟ ନାୟକ (୪୦)ଙ୍କ ସ୍ତ୍ରୀ ସବିତା ନାୟକ (୩୪) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ବିଜୟ ଏବଂ ସବିତା ୨୦୦୯ ମସିହାରେ ପ୍ରେମ ବିବାହ କରିଥିଲେ । ମାତ୍ର ତାଙ୍କର କୌଣସି ସନ୍ତାନ ସନ୍ତତି ନ ହେବାରୁ ଏହାକୁ କେନ୍ଦ୍ର କରି ସ୍ବାମୀ-ସ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଘଟୁଥିଲା। ଗୁରୁବାର ସନ୍ଧ୍ୟାରେ ମଧ୍ୟ ଏହି ଉକ୍ତ ଘଟଣାକୁ କେନ୍ଦ୍ରକରି ସ୍ବାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ବାମୀ ବିଜୟ ସ୍ତ୍ରୀ ସବିତାଙ୍କ ଶରୀରରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ଫଳରେ ସବିତାଙ୍କ ଶରୀରର ବିଭୀନ୍ନ ଅଂଶ ନିଆଁରେ ପୋଡିଯାଇ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚିକିତ୍ସା ନିମନ୍ତେ ପ୍ରଥମେ ପାଲଲହଡା, ପରେ କେନ୍ଦୁଝର ଏବଂ ସେଠାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସବିତାଙ୍କର ମୃତ୍ୟୁ ଘଟିଥିଲା ।
ସବିତାଙ୍କ ବାପା ପାଲଲହଡା ଥାନା ଟେଭାପାଳ ଗ୍ରାମର ଦିନୁ ମହାନ୍ତ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ବିଜୟକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ବାରକୋଟ ଥାନା ଅଧିକାରିଣୀ ମମତା ପାଣିଗ୍ରାହୀଙ୍କ ନେତୃତ୍ୱରେ ପୋଲିସ ଏବଂ ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା। ସାଇଂଟିଫିକ ଟିମ ଘଟଣାସ୍ଥଳରୁ ପୋଡି ଯାଇଥିବା ସାଢି ସମେତ ଅନ୍ୟାନ୍ୟ ନମୂନା ସଂଗ୍ର୍ରହ କରିଥିବା ବେଳେ ତଦନ୍ତ ଜାରି ରହିଥିବା ଜଣାପଡିଛି ।
The post ସ୍ତ୍ରୀଙ୍କ ଶରୀରରେ କିରୋସିନ ଢାଳି ହତ୍ୟା କଲେ ନିଷ୍ଠୁର ସ୍ବାମୀ appeared first on Dharitri Odia News.