ସ୍ତ୍ରୀଙ୍କ ସହ ଝଗଡ଼ା ହେଲା ବୋଲି…ବିଷ ପିଇ ଆତ୍ମହତ୍ୟା କରିଦେଲେ ମୃତ୍ୟୁଞ୍ଜୟ

ଖଜୁରୀପଡ଼ା,୩୦।୫( ବିଦୁର ବେହେରା): ପାରିବାରିକ କଳହର କୂପରିଣତି। ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ବିଷ ପିଇ ଆତ୍ମହତ୍ୟା କରିଦେଲେ ସ୍ବାମୀ। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତର ଲମ୍ବାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି। ମୃତ ସ୍ବାମୀ ହେଲେ ମୃତ୍ୟୁଞ୍ଜୟ କହଁର ( ୪୫)। ସୂଚନାନୁଯାୟୀ, କୌଣସି କାରଣକୁ ନେଇ ଗୁରୁବାର ରାତିରେ ମୃତ୍ୟୁଞ୍ଜୟଙ୍କର ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେ ଘରେ ଥିବା ଦାନାଦାର […] The post ସ୍ତ୍ରୀଙ୍କ ସହ ଝଗଡ଼ା ହେଲା ବୋଲି…ବିଷ ପିଇ ଆତ୍ମହତ୍ୟା କରିଦେଲେ ମୃତ୍ୟୁଞ୍ଜୟ appeared first on Dharitri Odia News.

ସ୍ତ୍ରୀଙ୍କ ସହ ଝଗଡ଼ା ହେଲା ବୋଲି…ବିଷ ପିଇ ଆତ୍ମହତ୍ୟା କରିଦେଲେ ମୃତ୍ୟୁଞ୍ଜୟ

ଖଜୁରୀପଡ଼ା,୩୦।୫( ବିଦୁର ବେହେରା): ପାରିବାରିକ କଳହର କୂପରିଣତି। ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ବିଷ ପିଇ ଆତ୍ମହତ୍ୟା କରିଦେଲେ ସ୍ବାମୀ। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତର ଲମ୍ବାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି। ମୃତ ସ୍ବାମୀ ହେଲେ ମୃତ୍ୟୁଞ୍ଜୟ କହଁର ( ୪୫)।

ସୂଚନାନୁଯାୟୀ, କୌଣସି କାରଣକୁ ନେଇ ଗୁରୁବାର ରାତିରେ ମୃତ୍ୟୁଞ୍ଜୟଙ୍କର ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେ ଘରେ ଥିବା ଦାନାଦାର ବିଷକୁ ପିଇ ଦେଇଥିଲେ। ତାଙ୍କୁ ପରିବାରବର୍ଗ ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ। ହେଲେ ତାଙ୍କ ଜୀବନ ଚାଲିଯାଇଥିଲା। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏଥିସହ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

The post ସ୍ତ୍ରୀଙ୍କ ସହ ଝଗଡ଼ା ହେଲା ବୋଲି…ବିଷ ପିଇ ଆତ୍ମହତ୍ୟା କରିଦେଲେ ମୃତ୍ୟୁଞ୍ଜୟ appeared first on Dharitri Odia News.