ସ୍ତ୍ରୀଙ୍କୁ ନେବାକୁ ଆସି ଶ୍ବଶୁରକୁ ହତ୍ୟା, ଅଭିଯୁକ୍ତ ଜ୍ବାଇଁ ଅଟକ
ବାଙ୍କୀ: ଜ୍ବାଇଁ ମାଡ଼ରେ ଶ୍ବଶୁର ମୃତ। ଘଟଣା ଘଟିଛି ବାଙ୍କୀ ଶିମିଳିପୁର ଗ୍ରାମ ନଦୀକୂଳ ସାହିରେ। ମୃତକ ହେଉଛନ୍ତି କାଳନ୍ଦୀ ଦାସ (୬୫)। ପୋଲିସ ଜ୍ବାଇଁ ଦୁଃଶାସନ ବେହେରାକୁ ଅଟକ ରଖି ତଦନ୍ତ ଜାରି ରଖିଛି ବାଙ୍କୀ ଥାନା ପୋଲିସ।ସୂଚନା ଅନୁଯାୟୀ, ବାଙ୍କୀ ଶିମିଳିପୁର ନୁଆସାହି ଗ୍ରାମର କାଳନ୍ଦୀ ଦାସଙ୍କ ଝିଅ ପୂଜା ବେହେରା, ସାତ ବର୍ଷ ତଳେ ତାଳବସ୍ତ ଗ୍ରାମର ଦୁଃଶାସନଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି। ଦୁଃଶାସନ ଡ୍ରାଇଭର ଭାବରେ କାମ କରନ୍ତି ଏବଂ ପରିବାର ସହ କଟକରେ ରୁହନ୍ତି। ତେବେ କିଛି ଦିନ ହେବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ପୂଜା ନିଜ ବାପାଙ୍କ ପାଖକୁ ଶିମିଳିପୁର ଚାଲି ଆସିଥିଲେ। ଆଉ ମଙ୍ଗଳବାର ଶ୍ୱଶୁର ଘରକୁ ଆସି ଜ୍ବାଇଁ ପାଟିତୁଣ୍ଡ କରିବା ସହ ପୂଜାଙ୍କ ମାରପିଟ୍ କରିଥିଲେ। ଏହାକୁ ବିରୋଧ କରିବାରୁ ଜ୍ବାଇଁ ଶ୍ବଶୁର କାଳନ୍ଦୀଙ୍କୁ ପିଟିଥିଲେ।ଏଥିରେ ଗୁରୁତର ହୋଇପଡ଼ିଥିଲେ କାଳନ୍ଦୀ। ତାଙ୍କୁ ବାଙ୍କୀ ମେଡିକାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଏହି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଥିବାବେଳେ ପୋଲିସ ତଦନ୍ତ କରୁଛି।
ବାଙ୍କୀ: ଜ୍ବାଇଁ ମାଡ଼ରେ ଶ୍ବଶୁର ମୃତ। ଘଟଣା ଘଟିଛି ବାଙ୍କୀ ଶିମିଳିପୁର ଗ୍ରାମ ନଦୀକୂଳ ସାହିରେ। ମୃତକ ହେଉଛନ୍ତି କାଳନ୍ଦୀ ଦାସ (୬୫)। ପୋଲିସ ଜ୍ବାଇଁ ଦୁଃଶାସନ ବେହେରାକୁ ଅଟକ ରଖି ତଦନ୍ତ ଜାରି ରଖିଛି ବାଙ୍କୀ ଥାନା ପୋଲିସ।
ସୂଚନା ଅନୁଯାୟୀ, ବାଙ୍କୀ ଶିମିଳିପୁର ନୁଆସାହି ଗ୍ରାମର କାଳନ୍ଦୀ ଦାସଙ୍କ ଝିଅ ପୂଜା ବେହେରା, ସାତ ବର୍ଷ ତଳେ ତାଳବସ୍ତ ଗ୍ରାମର ଦୁଃଶାସନଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି। ଦୁଃଶାସନ ଡ୍ରାଇଭର ଭାବରେ କାମ କରନ୍ତି ଏବଂ ପରିବାର ସହ କଟକରେ ରୁହନ୍ତି।
ତେବେ କିଛି ଦିନ ହେବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ପୂଜା ନିଜ ବାପାଙ୍କ ପାଖକୁ ଶିମିଳିପୁର ଚାଲି ଆସିଥିଲେ। ଆଉ ମଙ୍ଗଳବାର ଶ୍ୱଶୁର ଘରକୁ ଆସି ଜ୍ବାଇଁ ପାଟିତୁଣ୍ଡ କରିବା ସହ ପୂଜାଙ୍କ ମାରପିଟ୍ କରିଥିଲେ। ଏହାକୁ ବିରୋଧ କରିବାରୁ ଜ୍ବାଇଁ ଶ୍ବଶୁର କାଳନ୍ଦୀଙ୍କୁ ପିଟିଥିଲେ।
ଏଥିରେ ଗୁରୁତର ହୋଇପଡ଼ିଥିଲେ କାଳନ୍ଦୀ। ତାଙ୍କୁ ବାଙ୍କୀ ମେଡିକାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଏହି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଥିବାବେଳେ ପୋଲିସ ତଦନ୍ତ କରୁଛି।