ସ୍ତ୍ରୀଙ୍କୁ ପ୍ରତାରଣା କରି ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ସ୍ଵାମୀଙ୍କ ନାଁ ରେ ଏତଲା

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କୁ ତାଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଶ୍ରୀୟାଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୬୫/୨୪ ଅନୁଯାୟୀ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ଶ୍ରୀୟା ଗତ ପ୍ରାୟ ୭ ବର୍ଷ ପୂର୍ବେ ପି.ସୂର୍ଯ୍ୟଙ୍କ ବଡ଼ ପୁଅ ଶିବରାମଙ୍କୁ […] The post ସ୍ତ୍ରୀଙ୍କୁ ପ୍ରତାରଣା କରି ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ସ୍ଵାମୀଙ୍କ ନାଁ ରେ ଏତଲା appeared first on Dharitri Odia News.

ସ୍ତ୍ରୀଙ୍କୁ ପ୍ରତାରଣା କରି ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ସ୍ଵାମୀଙ୍କ ନାଁ ରେ ଏତଲା

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କୁ ତାଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଶ୍ରୀୟାଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୬୫/୨୪ ଅନୁଯାୟୀ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି।

ଶ୍ରୀୟା ଗତ ପ୍ରାୟ ୭ ବର୍ଷ ପୂର୍ବେ ପି.ସୂର୍ଯ୍ୟଙ୍କ ବଡ଼ ପୁଅ ଶିବରାମଙ୍କୁ ବିବାହ କରିଥିଲେ। ପରେ ଉଭୟେ ଚେନ୍ନାଇ ଯାଇ ସେଠାରେ କାମ କରୁଥିଲେ। ଉଭୟଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଶ୍ରୀୟା ସେଠାରେ କାମ କରୁଥିବା ବେଳେ ପ୍ରତି ମାସର ଦରମା ଟଙ୍କା ତାଙ୍କ ସ୍ବାମୀଙ୍କ ଆକାଉଣ୍ଟରେ ଡିପୋଜିଟ କରୁଥିଲେ।

ଗତ ପ୍ରାୟ ୧୫ ଦିନ ପୂର୍ବେ ସ୍ତ୍ରୀ ଓ ପୁଅକୁ ଚେନ୍ନାଇରେ ଛାଡି ଦେଇ ଶିବରାମ ଗାଁ’କୁ ଚାଲିଆସି ପରିବାର ଲୋକଙ୍କ ଚାପରେ ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ ଚଳାଇଥିବା ଜାଣିବାକୁ ପାଇ ସେ ତାଙ୍କ ସ୍ବାମୀଙ୍କୁ ଫୋନ କରିବାରୁ ତୁ ସେଠାରେ ବିଷ ପିଇ ମରିଯା କିମ୍ବା ରଶି ଲଗାଇ ଆତ୍ମହତ୍ୟା କରିବାକୁ କହିଥିଲେ।

ତେଣୁ ସେ ବାଧ୍ୟ ହୋଇ ଚେନ୍ନାଇରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି ଫୋନରେ ସମସ୍ତ ଘଟଣା ଭଉଣି ଭିଣୋଇଙ୍କୁ ଜଣାଇଥିଲେ। ସେ ଦୁହେଁ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚି ତାଙ୍କୁ ନେଇ ଏକ ଭଡ଼ା ଘରେ ରଖିଥିବା ଶ୍ରୀୟା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ତଦନ୍ତକାରୀ ଅଧିକାରୀ ଏଏସଆଇ ଅଜୟ ନାୟକ ମାମଲାର ତଦନ୍ତ ଚଳାଇଛନ୍ତି।

The post ସ୍ତ୍ରୀଙ୍କୁ ପ୍ରତାରଣା କରି ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ସ୍ଵାମୀଙ୍କ ନାଁ ରେ ଏତଲା appeared first on Dharitri Odia News.