ସ୍ତ୍ରୀଙ୍କୁ ବାନ୍ଧି ଏସିଡ୍ ଢାଳିଲେ ସ୍ବାମୀ
କୋଟା, ୨୧ା୧: ରାଜସ୍ଥାନର କୋଟାସ୍ଥିତ ମହାବୀର ନଗର ଅଞ୍ଚଳରେ ସୁନୀତ ଦୀକ୍ଷିତ(୫୦) ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ମମତା ଗୌଡ଼ଙ୍କୁ ରବିବାର ମାଡ଼ ମାରିବା ସହ ତାଙ୍କ ହାତ, ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ସୁନୀତ ମମତାଙ୍କ ଉପରେ ଏସିଡ୍ ପକାଇ ତାଙ୍କୁ ଘରର ଏକ କୋଠରି ମଧ୍ୟରେ ତାଲା ପକାଇ ଫେରାର ହୋଇଯାଇଥିଲେ। କିଛିଘଣ୍ଟା ପରେ ମମତାଙ୍କ ଶ୍ୱଶୁର ଘରକୁ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଶରୀରର ବହୁ ଅଂଶ ପୋଡ଼ିଯାଇଥିବାରୁ ସେ ମମତାଙ୍କୁ ହସ୍ପିଟାଲରେ […] The post ସ୍ତ୍ରୀଙ୍କୁ ବାନ୍ଧି ଏସିଡ୍ ଢାଳିଲେ ସ୍ବାମୀ appeared first on Dharitri Odia News.
କୋଟା, ୨୧ା୧: ରାଜସ୍ଥାନର କୋଟାସ୍ଥିତ ମହାବୀର ନଗର ଅଞ୍ଚଳରେ ସୁନୀତ ଦୀକ୍ଷିତ(୫୦) ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ମମତା ଗୌଡ଼ଙ୍କୁ ରବିବାର ମାଡ଼ ମାରିବା ସହ ତାଙ୍କ ହାତ, ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ସୁନୀତ ମମତାଙ୍କ ଉପରେ ଏସିଡ୍ ପକାଇ ତାଙ୍କୁ ଘରର ଏକ କୋଠରି ମଧ୍ୟରେ ତାଲା ପକାଇ ଫେରାର ହୋଇଯାଇଥିଲେ। କିଛିଘଣ୍ଟା ପରେ ମମତାଙ୍କ ଶ୍ୱଶୁର ଘରକୁ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଶରୀରର ବହୁ ଅଂଶ ପୋଡ଼ିଯାଇଥିବାରୁ ସେ ମମତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମମତା ସଓ୍ବାଇ ମାଧୋପୁର ଜିଲା ବାଲୋରର ଅଞ୍ଚଳରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କୁ ସୁନୀତଙ୍କଠାରୁ ଅଲଗା ରହିବାକୁ ପଡ଼ୁଥିଲା, ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା।
The post ସ୍ତ୍ରୀଙ୍କୁ ବାନ୍ଧି ଏସିଡ୍ ଢାଳିଲେ ସ୍ବାମୀ appeared first on Dharitri Odia News.