ସ୍ଥଳ ସେନାରେ ନିଯୁକ୍ତି ପାଇବେ ଅଗ୍ନିବୀର, ଆରମ୍ଭ ହେଲା ପଞ୍ଜୀକରଣ ପ୍ରକ୍ରିୟା

ନିଯୁକ୍ତି ପ୍ରକ୍ରିୟା ଏପ୍ରିଲ ମାସରୁ ଆରମ୍ଭ ହେବ।

ସ୍ଥଳ ସେନାରେ ନିଯୁକ୍ତି ପାଇବେ ଅଗ୍ନିବୀର, ଆରମ୍ଭ ହେଲା ପଞ୍ଜୀକରଣ ପ୍ରକ୍ରିୟା

ସ୍ଥଳ ସେନାରେ ନିଯୁକ୍ତି ହେବେ ଅଗ୍ନିବୀର। ଅଗ୍ନିବୀର ଭାବେ ଭାରତୀୟ ସେନାରେ ସାମିଲ ହେବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଅଗ୍ନିବୀର ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ପଞ୍ଜୀକରଣ ପ୍ରକ୍ରିୟା। ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ହିଁ ଏଥିପାଇଁ ପଞ୍ଜୀକରଣ କରିପାରିବେ।

କି ଭଳି କରିବେ ଆବେଦନ

ଆଶାୟୀମାନେ ସରକାରୀ ୱେବସାଇଟ୍‌ joinindianarmy.nic.inରୁ ଫର୍ମ ଡାଉନଲୋଡ କରି ଆବେଦନ କରିପାରିବେ। ଏହାପରେ ନିଯୁକ୍ତି ପ୍ରକ୍ରିୟା ଏପ୍ରିଲ ମାସରୁ ଆରମ୍ଭ ହେବ। ପ୍ରଥମେ ଆଶାୟୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ। ଲଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ପିଲାମାନେ ପରବର୍ତ୍ତୀ ଅବସ୍ଥାରେ ଫିଜିକାଲ ଟେଷ୍ଟ ଦେବେ।

ବୟସ ସୀମା: ଅଗ୍ନିବୀର ଜେନେରାଲ ଡ୍ୟୁଟି ପଦ ପାଇଁ ଆବେଦନ କରୁଥିବା ଆଶାୟୀଙ୍କ ବୟସ ୧୭ରୁ ୨୧ ବର୍ଷ ମଧ୍ୟରେ ହୋଇଥିବ

ଜେନେରାଲ ଡ୍ୟୁଟି ପଦ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍‌

ଟ୍ରେଡସମ୍ୟାନ ପଦ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୮ମ ପାସ୍‌

ଆବେଦନ ପାଇଁ ଆବଶ୍ୟକ ଦସ୍ତାବିଜ

୧୦ମ ଶ୍ରେଣୀ ପାସ୍‌ ପ୍ରମାଣପତ୍ର, ପରିଚୟ ପତ୍ର(ବାପା, ମା’ ଓ ଜନ୍ମ ତାରିଖ ୧୦ମ ପାସ୍‌ ପ୍ରମାଣପତ୍ର ସହ ମେଳ ଖାଉଥିବା ଦରକାର)

ବୈଧ ବ୍ୟକ୍ତିଗତ ଇ-ମେଲ ଠିକଣା

ବ୍ୟକ୍ତିଗତ ମୋବାଇଲ ନମ୍ବର

ରାଜ୍ୟ, ଜିଲ୍ଲା, ବ୍ଲକ/ତହସିଲର ବିସ୍ତୃତ ତଥ୍ୟ( ଏହା କେବଳ ଜେସିଓ/ଓଆର ଆବେଦନକାରୀଙ୍କ ପାଇଁ)

ସ୍କାନ ପାସପୋର୍ଟ ସାଇଜ ଫଟୋ(୧୦ କେବିରୁ ୨୦ କେବି, ଜେପିଜେ ଫର୍ମାଟ)

ସ୍କାନ ହୋଇଥିବା ଦସ୍ତଖତ ଫଟୋ(୫କେବିରୁ ୧୦ କେବି, ଜେପିଜେ ଫର୍ମାଟ)

୧୦ମ ପାସ ମାର୍କଶିଟ ଓ ଅନ୍ୟ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର(ପଦ ଅନୁସାରେ ଆବଶ୍ୟକ ହେଉଥିବା ଶ୍ରେଣୀର ମାର୍କଶିଟ)