ସ୍ଥାନୀୟ ଲୋକଙ୍କୁ ଜମି ବଦଳରେ କ୍ଷତିପୂରଣ ନଦେଇ ଅଯୋଧ୍ୟାରେ ହାରିଲା ବିଜେପି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫୈଜାବାଦ ଆସନରେ ବିଜେପି ହାରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ରାମ ମନ୍ଦିର ନିର୍ବାଚନମଣ୍ଡଳୀରେ ବିଜେପି ହାରିଯିବା ଘଟଣାକୁ ନେଇ ଏବେ ଜୋରଦାର ଆଲୋଚନା ହେଉଛି ।ସମାଜବାଦୀ ପାର୍ଟିର ଅୱଧେଶ ପ୍ରସାଦ ବିଜେପିର ଲାଲ୍ଲୁ ସିଂହଙ୍କୁ ୫୪ ହଜାର ଭୋଟ୍ରେ ହରାଇଛନ୍ତି। ତେବେ ବିଜେପି ଅଯୋଧ୍ୟାରେ ହାରିବାର ଅନେକ କାରଣ ରହିଛି। ଏଥି ମଧ୍ୟରୁ ପ୍ରଥମ ଏବଂ ପ୍ରମୁଖ କାରଣ ହେଉଛି ଅଯୋଧ୍ୟାରେ ବିକାଶ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କ ଜମି ନିଆଯାଇଛି କିନ୍ତୁ ସେମାନଙ୍କ କ୍ଷତିପୂରଣ […]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫୈଜାବାଦ ଆସନରେ ବିଜେପି ହାରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ରାମ ମନ୍ଦିର ନିର୍ବାଚନମଣ୍ଡଳୀରେ ବିଜେପି ହାରିଯିବା ଘଟଣାକୁ ନେଇ ଏବେ ଜୋରଦାର ଆଲୋଚନା ହେଉଛି ।ସମାଜବାଦୀ ପାର୍ଟିର ଅୱଧେଶ ପ୍ରସାଦ ବିଜେପିର ଲାଲ୍ଲୁ ସିଂହଙ୍କୁ ୫୪ ହଜାର ଭୋଟ୍ରେ ହରାଇଛନ୍ତି। ତେବେ ବିଜେପି ଅଯୋଧ୍ୟାରେ ହାରିବାର ଅନେକ କାରଣ ରହିଛି। ଏଥି ମଧ୍ୟରୁ ପ୍ରଥମ ଏବଂ ପ୍ରମୁଖ କାରଣ ହେଉଛି ଅଯୋଧ୍ୟାରେ ବିକାଶ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କ ଜମି ନିଆଯାଇଛି କିନ୍ତୁ ସେମାନଙ୍କ କ୍ଷତିପୂରଣ ସେମାନଙ୍କୁ ମିଳିନି। କୁହାଯାଉଛି ଯେ ଅଯୋଧ୍ୟାର ବିକାଶ କରାଗଲା ଏବଂ ରାମ ମନ୍ଦିର ନିର୍ମାଣ କରାଗଲା କିନ୍ତୁ ଦୁର୍ଗମ ଗ୍ରାମର ଲୋକମାନେ ଏଥିରୁ କୌଣସି ଫାଇଦା ପାଇନାହାନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ ବାହାରୁ ଆସୁଥିବା ବ୍ୟବସାୟୀ ଅଯୋଧ୍ୟାରେ ଉପକୃତ ହେଉଛନ୍ତି କିନ୍ତୁ ଅଯୋଧ୍ୟାର ମୂଳ ବାସିନ୍ଦା ଏହି ପ୍ରକଳ୍ପ ପାଇଁ ସେମାନଙ୍କ ଭିଟାମାଟି ହରାଇ ଦେଇଛନ୍ତି। ଏହାପରେ ଦ୍ବିତୀୟ କାରଣ ହେଉଛି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଅତି ଚମତ୍କାର ଭାବେ ଏଠାରେ ଜାତି ସମୀକରଣ କରିବାରେ ସଫଳ ହୋଇଛନ୍ତି। ଅଯୋଧ୍ୟାରେ କୁର୍ମୀ ଏବଂ ଯାଦବ ଭୋଟରଙ୍କ ସମେତ ସବୁଠାରୁ ଅଧିକ ଓବିସି ଭୋଟର ରହିଛନ୍ତି। ଫୈଜାବାଦ ଭୋଟରଙ୍କ ମଧ୍ୟରେ ୨୨ ପ୍ରତିଶତ ଓବିସି ଏବଂ ୨୧ ପ୍ରତିଶତ ଦଳିତ ।ଦଳିତଙ୍କ ମଧ୍ୟରେ ଅଧିକାଂଶ ଭୋଟର ହେଉଛନ୍ତି ପାସି ସମ୍ପ୍ରଦାୟର। ଅଯୋଧ୍ୟାରେ ବିଜୟୀ ପ୍ରାର୍ଥୀ ଅୱଧେଶ ପ୍ରସାଦ ମଧ୍ୟ ପାସି ସମ୍ପ୍ରଦାୟରୁ ଆସିଛନ୍ତି। ସେହିପରି ଏଠାରେ ଭୋଟଦାତାଙ୍କ ମଧ୍ୟରେ ୧୮ ପ୍ରତିଶତ ହେଉଛନ୍ତି ମୁସଲମାନ। ଓବିସି, ଦଳିତ ଏବଂ ମୁସଲମାନ ଏକତ୍ରିତ ଭାବେ ଫୈଜାବାଦରେ ମୋଟ୍ ଭୋଟରଙ୍କର ୫୦ ପ୍ରତିଶତ ହେବ। ଚଳିତ ଥର ଓବିସି, ଦଳିତ ଏବଂ ମୁସଲମାନ ଏକାଠି ସପାକୁ ସମର୍ଥନ କରିଛନ୍ତି। ମୁସଲିମ ଭୋଟର୍ ଏକଜୁଟ ହୋଇ ସପାକୁ ସମର୍ଥନ କରିବା ବିଜେପି ପାଇଁ ମହଙ୍ଗା ପଡ଼ିଛି।