ସ୍ନାନ ଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି
ପୁରୀ : ଦିବ୍ୟ ସ୍ନାନ ଦେବସ୍ନାନ । ରାତି ପହିଲେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ । ଏଥିପାଇଁ ସଜେଇ ହୋଇଛି ସ୍ନାନବେଦୀ । ରତ୍ନ ସିଂହାସନରୁ କାଲି ସ୍ନାନବେଦୀକୁ ବିଜେ ହେବେ ମହାପ୍ରଭୁ । ଏହାପରେ ହାତୀବେଶରେ ଦର୍ଶନ ଦେବେ । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । […]

ପୁରୀ : ଦିବ୍ୟ ସ୍ନାନ ଦେବସ୍ନାନ । ରାତି ପହିଲେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ । ଏଥିପାଇଁ ସଜେଇ ହୋଇଛି ସ୍ନାନବେଦୀ । ରତ୍ନ ସିଂହାସନରୁ କାଲି ସ୍ନାନବେଦୀକୁ ବିଜେ ହେବେ ମହାପ୍ରଭୁ । ଏହାପରେ ହାତୀବେଶରେ ଦର୍ଶନ ଦେବେ । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ପହଣ୍ଡି ସମୟରେ ଟିକେଟ୍ ଧାରୀମାନେ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍। କେବଳ ପାସ୍ ଧାରୀ ମାନେ ମରଚିକୋଟ ଚକ ପର୍ଯ୍ୟନ୍ତ ଯାଇପାରିବେ।
ସେହିପରି ଶୃଙ୍ଖଳିତ ଦର୍ଶନ,ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନର ସମସ୍ତ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯାୟରେ ପହଞ୍ଚିଛି । ଏଥିପାଇଁ ୬୮ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଭିଜ୍ଞ ଅଧିକାରୀ ମାନେ ମୁତୟନ ହେବେ । ସମୁଦାୟ ୪ ଜଣ ଏସପି ରାଙ୍କ୍ ର ଅଫିସର,୧୨ ଜଣ ଅତରିକ୍ତ ଏସପି,୨୨ଜଣ ଡିଏସପି,୨୯୦ ରୁ ଉର୍ଦ୍ଧ୍ବ ସବ ଇନସପେକ୍ଟର, ସମୁଦାୟ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ମୁତୟନ ହେବେ। ଏହା ସହିତ ୧୧୨ ହେଉଛି ପୁଲିସ ହେଲପ୍ ଲାଇନ୍ ନମ୍ବର ଜାରି ହୋଇଛି । ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଭିଆଇପି ଓ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା।
ସ୍ନାନ ଯାତ୍ରା ସମୟରେ ପୋଲିସର ଭୂମିକା କିଭଳି ରହିବ ସେ ନେଇ ବରିଷ୍ଠ ପୋଲିସ ଅଧିକାରୀ ମାନେ ରୋଜର୍ଭ ପୋଲିସ ଲାଇନ ପଡିଆରେ ବୈଠକ କରିଛନ୍ତି I ବୈଠକରେ ଏଡିଜି ଦୟାଲ ଗଙ୍ଗୱାର,ଡିରେକଟର ଇଣ୍ଟେଲିଜେନ୍ସ ସୌମେନ୍ଦ୍ର ପ୍ରିୟଦର୍ଶୀ,କେନ୍ଦ୍ରାଞ୍ଚଳ ଏସପି ସଞ୍ଜୟ କୁମାର କୌଶଳ,ପୁରୀ ଏସପି ପିନାକ ମିଶ୍ରଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ବଡଦାଣ୍ଡ ପାର୍ଶ୍ୱରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ। ଭକ୍ତମାନେ ବଡଦାଣ୍ଡସ୍ଥିତ ବ୍ୟାରିକେଡ ଭିତର ଦେଇ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବେ ଏବଂ SJRCଠାରେ ପହଞ୍ଚିବେ। ଏହାପରେ ସେଠାରୁ SJRC ଡୋର୍ ଫ୍ରେମ୍ ମେଟାଲ୍ ଡିଟେକ୍ଟର ଯାଞ୍ଚ କରାଇ ଦୋଳବେଦୀ କୋଣଠାରେ ଥିବା ଷ୍ଟିଲ୍ ବ୍ୟାରିକେଡକୁ ପ୍ରବେଶ କରିବେ।