ସ୍ପଷ୍ଟ ହସ୍ତାକ୍ଷରରେ ଚିଠା ଲେଖିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୩।୧(ଅସମାପିକା ସାହୁ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଅର୍ଡର ଜାରି କରିଛି। ଡାକ୍ତରୀ ଚିଠା, ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରାଞ୍ଜଳ ଭାବେ କ୍ୟାପିଟାଲ ଲେଟର, ଟାଇପ କିମ୍ବା ଗୋଲ ଅକ୍ଷରରେ ଲେଖିବାକୁ କୁହାଯାଇଛି। ଲେଖା ଏମିତି ହେବା ଦରକାର ଯେମିତି କିଛି ସମସ୍ୟା ନ ହେବ। ରାଜ୍ୟର ସମସ୍ତ ମେଡିକାଲ […] The post ସ୍ପଷ୍ଟ ହସ୍ତାକ୍ଷରରେ ଚିଠା ଲେଖିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ appeared first on Dharitri Odia News.
ଭୁବନେଶ୍ୱର, ୧୩।୧(ଅସମାପିକା ସାହୁ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଅର୍ଡର ଜାରି କରିଛି। ଡାକ୍ତରୀ ଚିଠା, ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରାଞ୍ଜଳ ଭାବେ କ୍ୟାପିଟାଲ ଲେଟର, ଟାଇପ କିମ୍ବା ଗୋଲ ଅକ୍ଷରରେ ଲେଖିବାକୁ କୁହାଯାଇଛି। ଲେଖା ଏମିତି ହେବା ଦରକାର ଯେମିତି କିଛି ସମସ୍ୟା ନ ହେବ। ରାଜ୍ୟର ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ଅନେକ ସମୟରେ ଡାକ୍ତରଙ୍କ ହାତଲେଖା ପ୍ରେସ୍କ୍ରିପ୍ଶନ ବା ଅନ୍ୟ ରିପୋର୍ଟ ସହଜରେ ବୁଝିହୁଏ ନାହିଁ। କେବଳ ଲେଖୁଥିବା ଡାକ୍ତର ବା ସମ୍ପୃକ୍ତ ମେଡିସିନ ଦୋକାନୀ ସେହି ହସ୍ତାକ୍ଷର ପଢ଼ିଥାନ୍ତି। ମାତ୍ର ସାଧାରଣ ଲୋକେ ଏହାକୁ ବୁଝିପାରନ୍ତି ନାହିଁ। ଏପରିକି ଔଷଧ ଦୋକାନୀମାନେ ମଧ୍ୟ ଠିକ୍ ଭାବେ ପଢ଼ି ନ ପାରି ଅନୁମାନ କରି ଭୁଲ୍ ଔଷଧ ଦେଇଥାନ୍ତି। ଏଥିଯୋଗୁ ରୋଗୀ ଓ ଅନ୍ୟମାନେ ସମସ୍ୟାରେ ପଡିଥାନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣିକରି ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ ସମ୍ବନ୍ଧୀୟ ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ଲେଖିବା ପାଇଁ ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସ୍କ୍ରିପ୍ସନ ଲେଖିବେ, ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ବା ବୁଝିପାରିବେ ବୋଲି ହାଇକୋର୍ଟ କହିଥିଲେ।
The post ସ୍ପଷ୍ଟ ହସ୍ତାକ୍ଷରରେ ଚିଠା ଲେଖିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ appeared first on Dharitri Odia News.