ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଛିନ୍ତାଇ ଗ୍ୟାଙ୍ଗ, ୧୧ ଜଣଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର ୦୩।୦୪ : ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଛିନ୍ତାଇ ଗ୍ୟାଙ୍ଗ । ରାଜ୍ୟ ବାହାରୁ ଏହି ଗ୍ୟାଙ୍ଗର ୧୧ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ସମସ୍ତଙ୍କ ନିକଟରୁ ବିପୁଳ ପରିମାଣର ସୁନା-ରୂପା ଗହଣା, ମାରଣାସ୍ତ୍ର ଜବତ ହୋଇଛି । ଖବର ଅନୁଯାୟୀ, ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଛିନ୍ତାଇ କରୁଥିଲେ ଏହି ଗ୍ୟାଙ୍ଗ । ବାଇକ୍ ଡିକି ଭାଙ୍ଗି, କାର୍ କାଚ ଭାଙ୍ଗି, ଲିଫ୍ଟ ମାଗିବା ବାହାନାରେ ଲୋକଙ୍କ ମୋବାଇଲ୍ ଛଡାଇ ନେଉଥିଲେ ଏହି ଗ୍ୟାଙ୍ଗ । ଦୀର୍ଘ ଦିନ ଧରୁ ପୋଲିସ ନିକଟରେ ଏହିସବୁ ଅଭିଯୋଗ ଆସୁଥିଲା । ପୋଲିସ ମଧ୍ୟ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ଶେଷରେ ପୋଲିସକୁ ମିଳିଛି ସଫଳତା । ରାଜ୍ୟ ବାହାରୁ ୧୧ ଜଣ ଛିନ୍ତାଇ ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଭୁବନେଶ୍ୱର ୦୩।୦୪ : ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଛିନ୍ତାଇ ଗ୍ୟାଙ୍ଗ । ରାଜ୍ୟ ବାହାରୁ ଏହି ଗ୍ୟାଙ୍ଗର ୧୧ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ସମସ୍ତଙ୍କ ନିକଟରୁ ବିପୁଳ ପରିମାଣର ସୁନା-ରୂପା ଗହଣା, ମାରଣାସ୍ତ୍ର ଜବତ ହୋଇଛି ।
ଖବର ଅନୁଯାୟୀ, ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଛିନ୍ତାଇ କରୁଥିଲେ ଏହି ଗ୍ୟାଙ୍ଗ । ବାଇକ୍ ଡିକି ଭାଙ୍ଗି, କାର୍ କାଚ ଭାଙ୍ଗି, ଲିଫ୍ଟ ମାଗିବା ବାହାନାରେ ଲୋକଙ୍କ ମୋବାଇଲ୍ ଛଡାଇ ନେଉଥିଲେ ଏହି ଗ୍ୟାଙ୍ଗ । ଦୀର୍ଘ ଦିନ ଧରୁ ପୋଲିସ ନିକଟରେ ଏହିସବୁ ଅଭିଯୋଗ ଆସୁଥିଲା । ପୋଲିସ ମଧ୍ୟ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ଶେଷରେ ପୋଲିସକୁ ମିଳିଛି ସଫଳତା । ରାଜ୍ୟ ବାହାରୁ ୧୧ ଜଣ ଛିନ୍ତାଇ ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।