ସ୍ପେଶ୍ଏକ୍ସର ମିଶନ ସଫଳ, ପୃଥବୀକୁ ଫେରିଲେ ୪ ମହାକାଶଚାରୀ

ଫ୍ଲୋରିଡା ୧୬/୦୯: ୪୦ରୁ ଊର୍ଦ୍ଧ୍ୱ ପରୀକ୍ଷଣ, ସ୍ପେସ୍‌ୱାକ ପରେ ସଫଳତାର ସହ ରବିବାର ପୃଥିବୀକୁ ଫେରିଛନ୍ତି ସ୍ପେସ୍‌ଏକ୍ସର ପୋଲାରିସ୍‌ ଡନ୍‌ କ୍ରୁ’ର ୪ ମହାକାଶଚାରୀ । ଅପରାହ୍ନ ପ୍ରାୟ ୧ଟା ୬ରେ ସ୍ପେସ୍‌କ୍ରାଫ୍ଟଟି ଫ୍ଲୋରିଡାର ଡ୍ରାଇ ଟୋର୍ଟୁଗାସ୍‌ କୋଷ୍ଟରେ ଅବତରଣ କରିଥିଲା । ଏଲନ୍‌ ମସ୍କଙ୍କ କମ୍ପାନୀର ଫାଲ୍‌କନ-୯ ରକେଟରୁ ପୋଲାରିସ୍‌ ଡନ୍‌ ମିଶନକୁ ଗତ ୧୦ ତାରିଖରେ ଲଞ୍ଚ୍‌ କରାଯାଇଥିଲା । ଏଥିରେ ୪ ମହାକାଶଚାରୀ ୫ ଦିନିଆ ସ୍ପେସ୍‌ ମିଶନରେ ଯାଇଥିଲେ । ସେମାନେ ଯାଇଥିବା ଅର୍ବିଟ (୧,୪୦୮.୧ କିମି)କୁ ୫୦ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲା କୌଣସି ମହାକାଶଚାରୀ ଯାଇ ନ ଥିଲେ । ଏହି ମିଶନର ଉଦ୍ଦେଶ୍ୟ ଥିଲା ପ୍ରଥମ ପ୍ରାଇଭେଟ ଏକ୍ସଟ୍ରା ଭେହିକୁଲାର ଆକ୍ଟିଭିଟି ବା ସ୍ପେସ୍‌ୱାକ୍‌ । Splashdown of Dragon confirmed! Welcome back to Earth, @rookisaacman, @kiddpoteet, @Gillis_SarahE, @annawmenon pic.twitter.com/nILpMQh2sR— SpaceX (@SpaceX) September 15, 2024ଏଥିସହ ମଣିଷର ସ୍ୱାସ୍ଥ୍ୟ ସହ ଜଡ଼ିତ ପ୍ରାୟ ୪୦ ପରୀକ୍ଷଣ ଏବଂ ଅନୁସନ୍ଧାନ ବି ଏହି ମିଶନରେ କରାଯାଇଛି । ଗତ ୧୨ ତାରିଖରେ ୨ ମହାକାଶଚାରୀ ପୃଥିବୀରୁ ପ୍ରାୟ ୭୦୦ କିମି ଉପରେ ସ୍ୱେସ୍‌ୱାକ୍‌ କରିଥିଲେ । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳେ ସ୍ପେସ୍‌କ୍ରାଫ୍ଟର ଗତି ଘଣ୍ଟା ପ୍ରତି ୨୭ ହଜାର କିମି ରହିଥିଲା । ବାୟୁ ସ

ସ୍ପେଶ୍ଏକ୍ସର ମିଶନ ସଫଳ, ପୃଥବୀକୁ ଫେରିଲେ ୪ ମହାକାଶଚାରୀ

ଫ୍ଲୋରିଡା ୧୬/୦୯: ୪୦ରୁ ଊର୍ଦ୍ଧ୍ୱ ପରୀକ୍ଷଣ, ସ୍ପେସ୍‌ୱାକ ପରେ ସଫଳତାର ସହ ରବିବାର ପୃଥିବୀକୁ ଫେରିଛନ୍ତି ସ୍ପେସ୍‌ଏକ୍ସର ପୋଲାରିସ୍‌ ଡନ୍‌ କ୍ରୁ’ର ୪ ମହାକାଶଚାରୀ । ଅପରାହ୍ନ ପ୍ରାୟ ୧ଟା ୬ରେ ସ୍ପେସ୍‌କ୍ରାଫ୍ଟଟି ଫ୍ଲୋରିଡାର ଡ୍ରାଇ ଟୋର୍ଟୁଗାସ୍‌ କୋଷ୍ଟରେ ଅବତରଣ କରିଥିଲା । ଏଲନ୍‌ ମସ୍କଙ୍କ କମ୍ପାନୀର ଫାଲ୍‌କନ-୯ ରକେଟରୁ ପୋଲାରିସ୍‌ ଡନ୍‌ ମିଶନକୁ ଗତ ୧୦ ତାରିଖରେ ଲଞ୍ଚ୍‌ କରାଯାଇଥିଲା । 

ଏଥିରେ ୪ ମହାକାଶଚାରୀ ୫ ଦିନିଆ ସ୍ପେସ୍‌ ମିଶନରେ ଯାଇଥିଲେ । ସେମାନେ ଯାଇଥିବା ଅର୍ବିଟ (୧,୪୦୮.୧ କିମି)କୁ ୫୦ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲା କୌଣସି ମହାକାଶଚାରୀ ଯାଇ ନ ଥିଲେ । ଏହି ମିଶନର ଉଦ୍ଦେଶ୍ୟ ଥିଲା ପ୍ରଥମ ପ୍ରାଇଭେଟ ଏକ୍ସଟ୍ରା ଭେହିକୁଲାର ଆକ୍ଟିଭିଟି ବା ସ୍ପେସ୍‌ୱାକ୍‌ । 


ଏଥିସହ ମଣିଷର ସ୍ୱାସ୍ଥ୍ୟ ସହ ଜଡ଼ିତ ପ୍ରାୟ ୪୦ ପରୀକ୍ଷଣ ଏବଂ ଅନୁସନ୍ଧାନ ବି ଏହି ମିଶନରେ କରାଯାଇଛି । ଗତ ୧୨ ତାରିଖରେ ୨ ମହାକାଶଚାରୀ ପୃଥିବୀରୁ ପ୍ରାୟ ୭୦୦ କିମି ଉପରେ ସ୍ୱେସ୍‌ୱାକ୍‌ କରିଥିଲେ । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳେ ସ୍ପେସ୍‌କ୍ରାଫ୍ଟର ଗତି ଘଣ୍ଟା ପ୍ରତି ୨୭ ହଜାର କିମି ରହିଥିଲା । ବାୟୁ ସହ ଘର୍ଷଣ ହେବା ଯୋଗୁ ଏହାର ତାପମାତ୍ରା ୧୯୦୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ପହଞ୍ଚିଥିଲା । 

୪ ମିଟର ଚଉଡ଼ା ସ୍ପେସ୍‌କ୍ରାଫ୍ଟର ତଳେ ଲାଗିଥିବା ହିଟ୍‌ଶିଲ୍ଡ ମହାକାଶଚାରୀଙ୍କୁ ତାପମାତ୍ରାରୁ ସୁରକ୍ଷିତ ରଖିଥିଲା । ସ୍ପେସ୍‌କ୍ରାଫ୍ଟ ତଳକୁ ଆସିବା କ୍ଷଣି ଏହା ଗତିକୁ କମା ଯାଇଥିଲା । ଏହି ସମୟରେ ପାରାଶୁଟ୍‌ ଖୋଲାଯାଇଥିଲା ଏବଂ ପାଣିରେ ତାହା ଲ୍ୟାଣ୍ଡିଂ କରିଥିଲା । ସେଠାରେ ପୂର୍ବରୁ ଥିବା ସ୍ପେଶାଲ ବୋଟ୍‌ ଏବଂ ଉଦ୍ଧାରକାରୀ ଦଳ ମହାକାଶଚାରୀଙ୍କୁ ଉଦ୍ଧାର କରିଥିଲେ ।