ସ୍ବଚ୍ଛତା ସଚେତନତା ଉପରେ ବୈଠକ
ସମ୍ବଲପୁର:ବୁଧବାର ଦିନ ସ୍ଥାନୀୟ ଶକ୍ତି ନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ୱାର୍ଡ ନଂ ୧୧ ର କାଉନସିଲର ସୁନନ୍ଦା ପଣ୍ଡା ଙ୍କ ସଭାପତିତ୍ବରେ ଶକ୍ତି ନଗର ଅଞ୍ଚଳ କୁ ସ୍ବଚ୍ଛ ରଖିବା ପାଇଁଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପୈାର ପ୍ରସାଶନ ଓ ସଫେଇ କର୍ମଚାରୀମାନେ ଏହି ଅଞ୍ଚଳ କୁ ଅଣଦେଖା କରାଯାଉଥିବା ଏ ଅଞ୍ଚଳର ବାସିନ୍ଦା ମାନେ ପୈାରପରିସଦ ନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ ଙ୍କୁ ଅଭିଯୋଗ କରିଥିଲେ।ସାତ ଦିନ ମଧ୍ୟରେ […] The post ସ୍ବଚ୍ଛତା ସଚେତନତା ଉପରେ ବୈଠକ appeared first on Odisha.News.

ସମ୍ବଲପୁର:ବୁଧବାର ଦିନ ସ୍ଥାନୀୟ ଶକ୍ତି ନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ୱାର୍ଡ ନଂ ୧୧ ର କାଉନସିଲର ସୁନନ୍ଦା ପଣ୍ଡା ଙ୍କ ସଭାପତିତ୍ବରେ ଶକ୍ତି ନଗର ଅଞ୍ଚଳ କୁ ସ୍ବଚ୍ଛ ରଖିବା ପାଇଁଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ପୈାର ପ୍ରସାଶନ ଓ ସଫେଇ କର୍ମଚାରୀମାନେ ଏହି ଅଞ୍ଚଳ କୁ ଅଣଦେଖା କରାଯାଉଥିବା ଏ ଅଞ୍ଚଳର ବାସିନ୍ଦା ମାନେ ପୈାରପରିସଦ ନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ ଙ୍କୁ ଅଭିଯୋଗ କରିଥିଲେ।ସାତ ଦିନ ମଧ୍ୟରେ ସମସ୍ୟା ର ସମାଧାନ କରାଯିବ ବୋଲିି ଶ୍ରୀ ଭୋଇ ଆସ୍ବାସନା ଦେଇଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ସହକାରୀ ଜିଲ୍ଲାପାଳ ଅବିନାଶ ପୁରୋହିତ, ସାନିଟାରୀ ଅଧିକାରୀ ଶ୍ରୀନିବାସ ମଲ୍ଲିକ ତଥା ପୈାରପରିସଦ କର୍ମଚାରୀ ମାନେ ଯୋଗଦେଇଥିବା ବେଳେ ଶକ୍ତି ନଗର ରୁ ସର୍ବଶ୍ରୀ ସତ୍ୟ ନାରାୟଣ ପଣ୍ଡା,ଭିଷ୍ମଦେବ ସରାଫ, ରାକେଶ ନାଏକ, ବିଭୂତି ଦାଶ,ଶିବ ଶଙ୍କର ମିଶ୍ର, ତୁଳସୀ ଚରଣ ଦାଶ,ଯତିନ ରମାନି ତଥା ଶକ୍ତି ନଗର ମହିଳା ସମିତି ସଭାନେତ୍ରୀ, ସମ୍ପାଦିକା ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ଶକ୍ତି ନଗର ୱାର୍ଡ ନଂ ୧୧ ର ସମସ୍ୟା ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଶେଷରେ ଶ୍ରୀ ଟିଙ୍କୁ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
The post ସ୍ବଚ୍ଛତା ସଚେତନତା ଉପରେ ବୈଠକ appeared first on Odisha.News.