ସ୍ବଚ୍ଛତାରେ ପୁଣି ନମ୍ବର-୧ ହେଲା ଇନ୍ଦୋର

ଇନ୍ଦୋର,୧୧।୧: ସ୍ବଚ୍ଛତା ସର୍ବେକ୍ଷଣ ୨୦୨୪ରେ ମଧ୍ୟପ୍ରଦେଶର ଇନ୍ଦୋର ସହର କ୍ରମାଗତ ସପ୍ତମ ଥର ପାଇଁ ସ୍ବଚ୍ଛ ସହର ପୁରସ୍କାର ଜିତିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଗୁଜରାଟ ସହର ସୁରଟକୁ ମଧ୍ୟ ସ୍ବଚ୍ଛ ସହର ପୁରସ୍କାର ପ୍ରଦାନ କରାଯାଇଥିଲା। ମଧ୍ୟପ୍ରଦେଶର ୬ଟି ସହର ଏବଂ ଛତିଶଗଡର ପାଞ୍ଚଟି ସହରକୁ ପୁରସ୍କାର ମିଳିଛି। ଏଥି ସହିତ ଭୋପାଳକୁ ଅଳିଆ ଫ୍ରି ସିଟି […] The post ସ୍ବଚ୍ଛତାରେ ପୁଣି ନମ୍ବର-୧ ହେଲା ଇନ୍ଦୋର appeared first on Dharitri Odia News.

ସ୍ବଚ୍ଛତାରେ ପୁଣି ନମ୍ବର-୧ ହେଲା ଇନ୍ଦୋର

ଇନ୍ଦୋର,୧୧।୧: ସ୍ବଚ୍ଛତା ସର୍ବେକ୍ଷଣ ୨୦୨୪ରେ ମଧ୍ୟପ୍ରଦେଶର ଇନ୍ଦୋର ସହର କ୍ରମାଗତ ସପ୍ତମ ଥର ପାଇଁ ସ୍ବଚ୍ଛ ସହର ପୁରସ୍କାର ଜିତିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଗୁଜରାଟ ସହର ସୁରଟକୁ ମଧ୍ୟ ସ୍ବଚ୍ଛ ସହର ପୁରସ୍କାର ପ୍ରଦାନ କରାଯାଇଥିଲା। ମଧ୍ୟପ୍ରଦେଶର ୬ଟି ସହର ଏବଂ ଛତିଶଗଡର ପାଞ୍ଚଟି ସହରକୁ ପୁରସ୍କାର ମିଳିଛି। ଏଥି ସହିତ ଭୋପାଳକୁ ଅଳିଆ ଫ୍ରି ସିଟି ପୁରସ୍କାର ମିଳିଛି। ମଧ୍ୟପ୍ରଦେଶର ଅମରକଣ୍ଟକ, ମହୁ ଏବଂ ବୁଦ୍ଧନୀକୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି।
ପୁସ୍କାର ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇନ୍ଦୋରର ଲୋକମାନେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସ୍ବଚ୍ଛତା କେବଳ ସେମାନଙ୍କର ଅଭ୍ୟାସରେ ପରିଣତ ହୋଇନାହିଁ, ବରଂ ବର୍ତ୍ତମାନ ସ୍ବଚ୍ଛତା ମଧ୍ୟ ସେମାନଙ୍କ ଚିନ୍ତାଧାରାରେ ଅଛି। ପରିଷ୍କାର ପରିଚ୍ଛନ୍ନତାର ଏହି ସବୁଠୁ ବଡ ସଫଳତା ପାଇଁ ମୁଁ ରାଜ୍ୟର ସମସ୍ତ ଲୋକଙ୍କୁ, ସ୍ବଚ୍ଛତା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଟିକ୍‌, ସ୍ଥାନୀୟ ଜନ ପ୍ରତିନିଧୀମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଆପଣଙ୍କର ଆଗ୍ରହ କଦାପି ହ୍ରାସ ପାଇବ ନାହିଁ ବୋଲି ମୁଁ ନିବେଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ସର୍ବଦା ପ୍ରତିବଦ୍ଧ।

The post ସ୍ବଚ୍ଛତାରେ ପୁଣି ନମ୍ବର-୧ ହେଲା ଇନ୍ଦୋର appeared first on Dharitri Odia News.