ସ୍ବତନ୍ତ୍ର ପରିଚୟ ଆଣିଛି ବରଗଡ଼ କଳା, ସଂସ୍କୃତି

ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):କଳା ସଂସ୍କୃତିର ମାଟି ବରଗଡ଼। ଏଠାକାର କଳା ଓ ସଂସ୍କୃତି ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । କଳା ଓ କଳାକାରଙ୍କ ମାଟି ବରଗଡ଼ରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ ସମାରୋହରେ ଅତିଥିମାନେ ଏହା ମତବ୍ୟକ୍ତ କରିଛନ୍ତି। କଳାକାର ମହାସଂଘ ଅଧ୍ୟକ୍ଷ ଚୈତନ୍ୟ ପାଇକଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ଗୋପବନ୍ଧୁ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ […] The post ସ୍ବତନ୍ତ୍ର ପରିଚୟ ଆଣିଛି ବରଗଡ଼ କଳା, ସଂସ୍କୃତି appeared first on Dharitri Odia News.

ସ୍ବତନ୍ତ୍ର ପରିଚୟ ଆଣିଛି ବରଗଡ଼ କଳା, ସଂସ୍କୃତି

ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):କଳା ସଂସ୍କୃତିର ମାଟି ବରଗଡ଼। ଏଠାକାର କଳା ଓ ସଂସ୍କୃତି ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । କଳା ଓ କଳାକାରଙ୍କ ମାଟି ବରଗଡ଼ରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ ସମାରୋହରେ ଅତିଥିମାନେ ଏହା ମତବ୍ୟକ୍ତ କରିଛନ୍ତି। କଳାକାର ମହାସଂଘ ଅଧ୍ୟକ୍ଷ ଚୈତନ୍ୟ ପାଇକଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ଗୋପବନ୍ଧୁ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କଳା ଏବଂ କଳାକାର ଈଶ୍ୱରଙ୍କ ଦାନ ବୋଲି ସେ ଅଭିହିତ କରିଥିଲେ । ରାଜ୍ୟ କଳାକାର ମହାସଂଘର ସମ୍ପାଦକ ଅଭିନେତା ସମରେନ୍ଦ୍ର ପଣ୍ଡା, ଦଇତାରୀ ପଣ୍ଡା, ସୁବାସ ବେହେରା, ଅଭିନେତ୍ରୀ ଚାନ୍ଦିନୀ ଦାଶ, ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ମାନସ କୁମାର ଜେନା, ହାସ୍ୟ ଅଭିନେତା ମୁନ୍ନା ବାବୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତିର ବରଗଡ଼ ମାଟିକୁ ପ୍ରଣାମ ଜଣାଇ ନୂଆଁଖାଇ ସଂସ୍କୃତିକୁ ସ୍ବାର୍ଥତ୍ୟାଗର ନିଆରା ପର୍ବ ବୋଲି ଉଲ୍ଲେଖ କରି ଯାତ୍ରା ସଂଳାପ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କ ମନୋରଞ୍ଜନ କରିଥିଲେ। ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ତରଫରୁ ସମାଜସେବୀ ମେଘନାଦ ପ୍ରଧାନଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବାବେଳେ କଣ୍ଠଶିଳ୍ପୀ ବାଲେଶ୍ବର କୁଅଁର, ପ୍ରମୋଦ ଦାଶ, ନୃତ୍ୟ ନିର୍ଦ୍ଦେଶକ ରାଜେଶ ବାରିକ, କ୍ରୀଡାବିତ୍‌ ସନ୍ତୋଷ ପ୍ରଧାନ, ରିଦମିଷ୍ଟ ଅନୁ ପାଇକ, ନବୀନ ପାଣ୍ଡେ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଭାରତୀ କଳା ପରିଷଦର କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସଂଘମିତ୍ରା ପଟେଲ, ଚିତ୍ରଶିଳ୍ପୀ ରାଧେଶ୍ୟାମ ଭେଶ୍ରା, ନରେନ୍ଦ୍ର କଣ୍ଟା, ନିର୍ଦ୍ଦେଶକ ବାସୁଦେବ ପ୍ରଧାନ, ନାଟ୍ୟ କଳାକାର ଭୁବନ ଭୋଇ, ଅଭିନେତା ଜଗଦାନନ୍ଦ ମିଶ୍ର, କବି ଦେବେନ୍ଦ୍ର ପ୍ରଧାନ, ଧନୁଯାତ୍ରା କଳାକାର ମହାସଂଘ ସଭାପତି ଦୟାନିଧି ପ୍ରଧାନ, ସଙ୍କୀର୍ତ୍ତନ ପରିଷଦ ସଂଯୋଜକ ଗୋରାଚାନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।

The post ସ୍ବତନ୍ତ୍ର ପରିଚୟ ଆଣିଛି ବରଗଡ଼ କଳା, ସଂସ୍କୃତି appeared first on Dharitri Odia News.