ସ୍ବର୍ଣ୍ଣମନ୍ଦିରରେ ଯୋଗ କରି କ୍ଷମା ପ୍ରାର୍ଥନା
ଅମୃତସର,୨୪ା୬:ଜୁନ୍ ୨୧ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବାବେଳେ ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିରରେ ଜଣେ ଯୁବତୀ ଯୋଗାଭ୍ୟାସ କରି ଅଡ଼ୁଆରେ ଫସିଛନ୍ତି। ଇନ୍ଫ୍ଲ୍ୟୁଏନ୍ସର ଅର୍ଚ୍ଚନା ମକ୍ଓ୍ବାନା ଯୋଗ କରୁଥିବାବେଳର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଏହାକୁ ନେଇ ଶିଖ୍ ସମ୍ପ୍ରଦାୟ ବିରୋଧ କରିଛି। ଏପରି କି ବିବାଦ ବଢ଼ିବାରୁ ଅର୍ଚ୍ଚନା ଏଥିପାଇଁ ଶିଖ୍ ସମୁଦାୟ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଯଦି ଶିଖ୍ମାନଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଛନ୍ତି […] The post ସ୍ବର୍ଣ୍ଣମନ୍ଦିରରେ ଯୋଗ କରି କ୍ଷମା ପ୍ରାର୍ଥନା appeared first on Dharitri Odia News.
ଅମୃତସର,୨୪ା୬:ଜୁନ୍ ୨୧ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବାବେଳେ ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିରରେ ଜଣେ ଯୁବତୀ ଯୋଗାଭ୍ୟାସ କରି ଅଡ଼ୁଆରେ ଫସିଛନ୍ତି। ଇନ୍ଫ୍ଲ୍ୟୁଏନ୍ସର ଅର୍ଚ୍ଚନା ମକ୍ଓ୍ବାନା ଯୋଗ କରୁଥିବାବେଳର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଏହାକୁ ନେଇ ଶିଖ୍ ସମ୍ପ୍ରଦାୟ ବିରୋଧ କରିଛି। ଏପରି କି ବିବାଦ ବଢ଼ିବାରୁ ଅର୍ଚ୍ଚନା ଏଥିପାଇଁ ଶିଖ୍ ସମୁଦାୟ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଯଦି ଶିଖ୍ମାନଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଛନ୍ତି ତେବେ ସେମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ ବୋଲି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ସବୁ ଧର୍ମ ଆମକୁ କ୍ଷମା କରିବାକୁ ଶିଖାଏ, ଦୁର୍ବ୍ୟବହାର କରିବାକୁ ନୁହେଁ ବୋଲି ଅର୍ଚ୍ଚନା ଉକ୍ତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତେବେ ସ୍ବର୍ଣ୍ଣମନ୍ଦିରର ପବିତ୍ରତାକୁ ନଷ୍ଟ କରିଥିବା ଅଭିଯୋଗରେ ଅର୍ଚ୍ଚନାଙ୍କ ବିରୋଧରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍ଜିପିସି) ପକ୍ଷରୁ ମାମଲା ରୁଜୁ କରାଯାଇଛି।
ସୋସିଆଲ ମିଡିଆରେ ଶେୟାର କରିଥିବା ଭିଡିଓରେ ଅର୍ଚ୍ଚନା କହିଛନ୍ତି, ଜୁନ୍ ୧୯ରେ ସେ ଦିଲ୍ଲୀ ଯାଇଥିଲେ। ସେଠାରେ ତାଙ୍କୁ ଯୋଗ ଉପରେ ପୁରସ୍କୃତ କରାଯାଇଥିଲା। ୨୧ତାରିଖରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ଅବସରରେ ସେ ଅମୃତସର ସ୍ବର୍ଣ୍ଣମନ୍ଦିରକୁ ଯାଇଥିଲେ। ସେଠାରେ ସେ ତାଙ୍କ ପ୍ରିୟ ଶୀର୍ଷାସନ କରିଥିଲେ। କାହାର ଧର୍ମୀୟ ଭାବାବେଗକୁ କୁଠାରାଘାତ କରିବା ତାଙ୍କ ଉଦ୍ଦେଶ୍ୟ ନ ଥିଲା।
କିନ୍ତୁ ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ସେ କେତେଜଣ ବ୍ୟକ୍ତିଙ୍କ ଟାର୍ଗେଟକୁ ଆସିଯାଇଥିଲେ। ତାଙ୍କୁ ଫୋନ୍ କଲ୍ କରି ଦୁର୍ବ୍ୟବହାର କରାଯାଉଛି। ଏପରି କି ଖରାପ ଭାଷାରେ ଗାଳିଗୁଲଜ ସହ ହତ୍ୟା ଧମକ ମଧ୍ୟ ଦିଆଯାଉଛି। ତେବେ ସେ ଏଭଳି ଭୁଲ୍ର ପୁନରାବୃତ୍ତି କରିବେ ନାହିଁ କହି ଶିଖ୍ ସମ୍ପ୍ରଦାୟକୁ କ୍ଷମା ମାଗିଛନ୍ତି। ଏସ୍ଜିପିସି ଅଧ୍ୟକ୍ଷ ତଥା ଆଇନଜୀବୀ ହରଜିନ୍ଦର ସିଂ ଧାମି କହିଛନ୍ତି, ସ୍ବର୍ଣ୍ଣମନ୍ଦିରର ପବିତ୍ରତାକୁ କେତେଜଣ ବ୍ୟକ୍ତି ଜାଣିଶୁଣି ଅଣଦେଖା କରି ଘୃଣ୍ୟ କାର୍ଯ୍ୟ କରୁଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଏସ୍ଜିପିସି ନିଜ ୩ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି। ସେମାନଙ୍କୁ ୫,୦୦୦ ଟଙ୍କା ଲେଖାଏ ଜରିମାନା କରାଯାଇଛି।
The post ସ୍ବର୍ଣ୍ଣମନ୍ଦିରରେ ଯୋଗ କରି କ୍ଷମା ପ୍ରାର୍ଥନା appeared first on Dharitri Odia News.