ସ୍ବାତୀ ମାଲିଓ୍ବାଲଙ୍କୁ ର୍ଦୁବ୍ୟବହାର ମାମଲା: କେଜରିଓ୍ବାଲଙ୍କ ସହ ନଜର ଆସିଲେ ଅଭିଯୁକ୍ତ ବୈଭବ କୁମାର

ନୂଆଦିଲ୍ଲୀ,୧୬।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲଙ୍କୁ କେଜରିଓ୍ବାଲଙ୍କ ବାସଭବନରେ ମାଡ଼ ମରାଯିବା ଘଟଣାରେ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଏଏପି ଦୋଷ ସ୍ବୀକାର କରିଥିବାବେଳେ ଅଭିଯୁକ୍ତ ତଥା କେଜରିଓ୍ବାଲଙ୍କ ବ୍ୟକ୍ତିଗତ ସହଯୋଗୀ ବୈଭବ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ କହିଛି। କିନ୍ତୁ ଅନ୍ୟପଟେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହ ବୈଭବଙ୍କୁ ଦେଖିବାକୁ ମିଳିଛି। ସେ ଲକ୍ଷ୍ନୌର ଏୟାର ପୋର୍ଟରେ କେଜରିଓ୍ବାଲଙ୍କ ସହ ନଜର ଆସିଛନ୍ତି। କେଜରିଓ୍ବାଲଙ୍କ […] The post ସ୍ବାତୀ ମାଲିଓ୍ବାଲଙ୍କୁ ର୍ଦୁବ୍ୟବହାର ମାମଲା: କେଜରିଓ୍ବାଲଙ୍କ ସହ ନଜର ଆସିଲେ ଅଭିଯୁକ୍ତ ବୈଭବ କୁମାର appeared first on Dharitri Odia News.

ସ୍ବାତୀ ମାଲିଓ୍ବାଲଙ୍କୁ ର୍ଦୁବ୍ୟବହାର ମାମଲା: କେଜରିଓ୍ବାଲଙ୍କ ସହ ନଜର ଆସିଲେ ଅଭିଯୁକ୍ତ ବୈଭବ କୁମାର

ନୂଆଦିଲ୍ଲୀ,୧୬।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲଙ୍କୁ କେଜରିଓ୍ବାଲଙ୍କ ବାସଭବନରେ ମାଡ଼ ମରାଯିବା ଘଟଣାରେ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଏଏପି ଦୋଷ ସ୍ବୀକାର କରିଥିବାବେଳେ ଅଭିଯୁକ୍ତ ତଥା କେଜରିଓ୍ବାଲଙ୍କ ବ୍ୟକ୍ତିଗତ ସହଯୋଗୀ ବୈଭବ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ କହିଛି। କିନ୍ତୁ ଅନ୍ୟପଟେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହ ବୈଭବଙ୍କୁ ଦେଖିବାକୁ ମିଳିଛି। ସେ ଲକ୍ଷ୍ନୌର ଏୟାର ପୋର୍ଟରେ କେଜରିଓ୍ବାଲଙ୍କ ସହ ନଜର ଆସିଛନ୍ତି। କେଜରିଓ୍ବାଲଙ୍କ ସହ ଏଏପି ନେତା ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି।

ସୂଚନାଥାଉ କି, କେଜରିଓ୍ବାଲ, କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖାର୍ଗେ ଓ ଏସପି ନେତା ଅଖିଳେଶ ଯାଦବଙ୍କ ସହ ଏକ ପ୍ରେସମିଟ୍‌ କରିବାକୁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ତେବେ କେଜରିଓ୍ବାଲଙ୍କ ସହ ବୈଭବ କୁମାର ନଜର ଆସିବା ପରେ ଏହାକୁ କଡ଼ା ସମାଲୋଚନା କରିଛି ଭାଜପା। ଭାଜପା ନେତା ତଜିନ୍ଦର ବଗ୍ଗା କହିଛନ୍ତି, ସ୍ବାତୀଙ୍କୁ ଦୁର୍ବବ୍ୟହାର ଘଟଣାରେ ସଞ୍ଜୟ ସିଂ, ବୈଭବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା ବଦଳରେ ସେ ତାଙ୍କୁ ନେଇ ‘ଓ୍ବାଲର୍‌ଡ ଟୁର’ କରୁଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି।

The post ସ୍ବାତୀ ମାଲିଓ୍ବାଲଙ୍କୁ ର୍ଦୁବ୍ୟବହାର ମାମଲା: କେଜରିଓ୍ବାଲଙ୍କ ସହ ନଜର ଆସିଲେ ଅଭିଯୁକ୍ତ ବୈଭବ କୁମାର appeared first on Dharitri Odia News.