ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ବାଲିକୁଦା, ୨୫।୫(ତାପସ ସ୍ବାଇଁ): ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏହି ନିର୍ବାଚନ ମଣ୍ଡଳୀର ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ଦଶବାଟିଆ ବଜାରରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ସଞ୍ଜୀବ ବିଶ୍ୱାଳଙ୍କ ନିର୍ବାଚନୀ କାର୍ଯ୍ୟାଳୟକୁ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏନେଇ ସ୍ଥାନୀୟ ଅନନ୍ତପୁର ଫାଣ୍ଡିରେ ସଞ୍ଜୀବଙ୍କ ସମର୍ଥକ ପ୍ରତାପ ସ୍ବାଇଁ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧୦ଟାରେ ସଞ୍ଜୀବଙ୍କ ସମର୍ଥକମାନେ ଅଫିସ କାର୍ଯ୍ୟାଳୟ ବନ୍ଦ କରି […] The post ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ appeared first on Dharitri Odia News.
ବାଲିକୁଦା, ୨୫।୫(ତାପସ ସ୍ବାଇଁ): ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏହି ନିର୍ବାଚନ ମଣ୍ଡଳୀର ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ଦଶବାଟିଆ ବଜାରରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ସଞ୍ଜୀବ ବିଶ୍ୱାଳଙ୍କ ନିର୍ବାଚନୀ କାର୍ଯ୍ୟାଳୟକୁ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି।
ଏନେଇ ସ୍ଥାନୀୟ ଅନନ୍ତପୁର ଫାଣ୍ଡିରେ ସଞ୍ଜୀବଙ୍କ ସମର୍ଥକ ପ୍ରତାପ ସ୍ବାଇଁ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧୦ଟାରେ ସଞ୍ଜୀବଙ୍କ ସମର୍ଥକମାନେ ଅଫିସ କାର୍ଯ୍ୟାଳୟ ବନ୍ଦ କରି ଘରକୁ ଫେରିଥିଲେ। ଏହାର ସୁଯୋଗ ନେଇ ପଛପଟୁ କିଛି ଯୁବକ ନିଆଁ ଲଗାଇ ଦେଇଥିଲେ। ବଜାରରେ ଥିବା ସଞ୍ଜୀବଙ୍କ ସମର୍ଥକମାନେ ଏହି କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ଚିହ୍ନିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଦୁର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ଖସି ଯାଇଥିଲେ। ପରେ ସଞ୍ଜୀବଙ୍କ ସମର୍ଥକ ନିଆଁକୁ ଆୟତ୍ତ କରିଥିବାବେଳେ ଏଥିରେ ଟେଣ୍ଟ କପଡାର କିଛି ଅଂଶ ଓ ସଞ୍ଜୀବଙ୍କ ବଡ଼ ବ୍ୟାନର ପୋଡିଯାଇଥିଲା। ଅଭିଯୋଗ ପାଇବା ପରେ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ପଣ୍ଡା ଏନେଇ ମାମଲା ନଂ.୨୨୪/୨୪ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସଞ୍ଜୀବ ଶାସକ ବିଜେଡି ଦଳରୁ ଟିକେଟ ନ ପାଇ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି।
The post ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ appeared first on Dharitri Odia News.