ସ୍ବାଧୀନତାର ୭୬ ବର୍ଷ ପରେ ବି ମିଳୁନି ମୌଳିକ ସୁବିଧା
ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା): ଗଜପତି ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଏଠି ଲୋକଙ୍କ ଗମନାଗମନ, ପାନୀୟ ଜଳର ସୁବିଧା, ପାଠ ପଢାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ। ଜିଲାର ଗୁମ୍ମା ବ୍ଲକ ଅଧୀନ କୁଜାସିଂ ପଞ୍ଚାୟତ କୁଣ୍ଡେଇସିଂ ଗ୍ରାମକୁ ପକ୍କା ରାସ୍ତା ଟିଏ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ପ୍ରାୟ ପାଖାପାଖି ୧୦୦ ପରିବାର ରହୁଥିବା ବେଳେ […] The post ସ୍ବାଧୀନତାର ୭୬ ବର୍ଷ ପରେ ବି ମିଳୁନି ମୌଳିକ ସୁବିଧା appeared first on Dharitri Odia News.
ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା): ଗଜପତି ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଏଠି ଲୋକଙ୍କ ଗମନାଗମନ, ପାନୀୟ ଜଳର ସୁବିଧା, ପାଠ ପଢାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ। ଜିଲାର ଗୁମ୍ମା ବ୍ଲକ ଅଧୀନ କୁଜାସିଂ ପଞ୍ଚାୟତ କୁଣ୍ଡେଇସିଂ ଗ୍ରାମକୁ ପକ୍କା ରାସ୍ତା ଟିଏ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମରେ ପ୍ରାୟ ପାଖାପାଖି ୧୦୦ ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ୬୦୦ ଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମକୁ ପକ୍କା ରାସ୍ତା ଟିଏ ନ ଥିବାରୁ ଅତିଆବଶ୍ୟକ ସାମଗ୍ରୀ ଆଣିବା କଷ୍ଟକର ହୋଇପଡୁଛି। ଏପରି କି ପଞ୍ଚାୟତରୁ ରାଶନ ସାମଗ୍ରୀ ଆଣିବାରେ ମଧ୍ୟ ଅସୁବିଧା ହେଉଛି।
ପିଲାମାନେ ପାଠ ପଢିବା ପାଇଁ ସ୍କୁଲକୁ ଯିବା ଆସିବା କରିବା, ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲେ ଗର୍ଭବତୀ ମା’ ମାନଙ୍କ ପାଇଁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ନଳକୂପ ଅଛି କିନ୍ତୁ ତାହା ଅଚଳ ହୋଇ ପଡିଥିବାରୁ ବିଶୁଦ୍ଧ ପାନୀୟଜଳ ମିଳିପାରୁ ନାହିଁ।
ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଅଛି ଛାତ୍ରୀଛାତ୍ରମାନଙ୍କ ପାଇଁ କୋଠା ଗୃହ ଆବଶ୍ୟକ ରହିଛି, ପକ୍କା ରୋଷେଇ ଗୃହ ଓ ଛାତ୍ରୀଛାତ୍ରମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ପାଇଁ ପ୍ରଶାସନକୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ନିର୍ମାଣ ହୋଇ ପାରୁନାହିଁ। ତେବେ ଉକ୍ତ ସସସ୍ୟା ଗୁଡିକ ପଞ୍ଚାୟତ, ବ୍ଲକ ଓ ଜିଲା ପ୍ରଶାସନକୁ ଗୁହାରୀ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ଏହି ସବୁ ସମସ୍ୟାର ସମାଧାନ ନ ହେଲେ ୨୦୨୪ ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
The post ସ୍ବାଧୀନତାର ୭୬ ବର୍ଷ ପରେ ବି ମିଳୁନି ମୌଳିକ ସୁବିଧା appeared first on Dharitri Odia News.