ସ୍ବାଭାବିକ ହେଉନାହିଁ ଆଳୁ ଯୋଗାଣ, କେବେ ଖସିବ ରେଟ୍ ?
ଭୁବନେଶ୍ଵର: ଦିନ ପରେ ଦିନ ଗଡୁଛି କିନ୍ତୁ ସ୍ବାଭାବିକ ହେଉନାହିଁ ଆଳୁ ଯୋଗାଣ। ବଜାରରେ ଆଳୁ ଦର ୫୦ ପାଖାପାଖି ରହୁଛି। ଘରକୁ କିଲେ ଜାଗାରେ ଅଧକିଲୋ ଆସୁଥିବା ବେଳେ ମଧ୍ୟାହ୍ନ ଭୋଜନ ଉପରେ ଏହାର ପ୍ରଭାବ ପଡ଼ିବାରେ ଲାଗିଛି। ସେପଟେ ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆଳୁ ଆସିବା ସ୍ଥିର ହୋଇଗଲାଣି। ଦିନେ ଦୁଇଦିନ ଭିତରେ ସବୁ ସ୍ଥିତି ସ୍ବାଭାବିକ ହୋଇଯିବ। ସେପଟେ କିନ୍ତୁ ବିରୋଧୀ ସରକାରଙ୍କୁ ଘେରିଛନ୍ତି।ମଧ୍ୟାହ୍ନ ଭୋଜନ ଉପରେ ଆଳୁ ସଙ୍କଟର ପ୍ରଭାବ। ନବରଙ୍ଗପୁର ପରଜା ଗଳିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ରୋଷେଇ ଶାଳରେ ଅଣ୍ଡା ଅଛି କିନ୍ତୁ ଆଳୁ ନାହିଁ। ମାତ୍ର କେଇଖଣ୍ଡ ପରିବାରେ ଚାଲିଛି ମଧ୍ୟାହ୍ନ ଭୋଜନ। ଆଳୁ ଯଦି ୪୦-୫୦ ଟଙ୍କାରେ କିଣାଯିବ ତାହେଲେ ଡାଲି ଚାଉଳକୁ ନିଅଣ୍ଟ। ସମାନ ସ୍ଥିତି ମଧ୍ୟ ଏଠି। ଯାଜପୁର ଖଇରାବାଦ୍ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି। ଶତାଧିକ ଛାତ୍ରଛାତ୍ରୀଙ୍କ ପାଇଁ କିଲେ ଆଳୁ ଆସିଛି।ଘରେ ଘରେ ସେହି କାହାଣୀ , ଆଳୁ ବଡ଼ ଟେନସନ ଦେଲାଣି। ବଜାରରେ ୪୦-୫୦ ଟଙ୍କାରେ ଅଣାଯାଇଥିବା ଆଳୁ ବି ବେଶୀ ଦିନ ରହୁନି। କେଉଁଠି ଦବି ଯାଇଛି ତ ଆଉ କେଉଁଠି ଛୋଟ ଛୋଟ ଗୁଲିଗୁଲି, ଆଉ କେଉଁଠି ପଚି ଷଢ଼ି ଯାଉଛି। ବେପାରୀ ବି ସେୟା କହୁଛନ୍ତି ବସ୍ତାକରେ ୧୦ କିଲୋ ନଷ୍ଟ ହେଉଛି। ଭୁବନେଶ୍ବର ଆଇଗିଣିଆ ଆଳୁ ଗ
ଭୁବନେଶ୍ଵର: ଦିନ ପରେ ଦିନ ଗଡୁଛି କିନ୍ତୁ ସ୍ବାଭାବିକ ହେଉନାହିଁ ଆଳୁ ଯୋଗାଣ। ବଜାରରେ ଆଳୁ ଦର ୫୦ ପାଖାପାଖି ରହୁଛି। ଘରକୁ କିଲେ ଜାଗାରେ ଅଧକିଲୋ ଆସୁଥିବା ବେଳେ ମଧ୍ୟାହ୍ନ ଭୋଜନ ଉପରେ ଏହାର ପ୍ରଭାବ ପଡ଼ିବାରେ ଲାଗିଛି। ସେପଟେ ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆଳୁ ଆସିବା ସ୍ଥିର ହୋଇଗଲାଣି। ଦିନେ ଦୁଇଦିନ ଭିତରେ ସବୁ ସ୍ଥିତି ସ୍ବାଭାବିକ ହୋଇଯିବ। ସେପଟେ କିନ୍ତୁ ବିରୋଧୀ ସରକାରଙ୍କୁ ଘେରିଛନ୍ତି।
ମଧ୍ୟାହ୍ନ ଭୋଜନ ଉପରେ ଆଳୁ ସଙ୍କଟର ପ୍ରଭାବ। ନବରଙ୍ଗପୁର ପରଜା ଗଳିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ରୋଷେଇ ଶାଳରେ ଅଣ୍ଡା ଅଛି କିନ୍ତୁ ଆଳୁ ନାହିଁ। ମାତ୍ର କେଇଖଣ୍ଡ ପରିବାରେ ଚାଲିଛି ମଧ୍ୟାହ୍ନ ଭୋଜନ। ଆଳୁ ଯଦି ୪୦-୫୦ ଟଙ୍କାରେ କିଣାଯିବ ତାହେଲେ ଡାଲି ଚାଉଳକୁ ନିଅଣ୍ଟ। ସମାନ ସ୍ଥିତି ମଧ୍ୟ ଏଠି। ଯାଜପୁର ଖଇରାବାଦ୍ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି। ଶତାଧିକ ଛାତ୍ରଛାତ୍ରୀଙ୍କ ପାଇଁ କିଲେ ଆଳୁ ଆସିଛି।
ଘରେ ଘରେ ସେହି କାହାଣୀ , ଆଳୁ ବଡ଼ ଟେନସନ ଦେଲାଣି। ବଜାରରେ ୪୦-୫୦ ଟଙ୍କାରେ ଅଣାଯାଇଥିବା ଆଳୁ ବି ବେଶୀ ଦିନ ରହୁନି। କେଉଁଠି ଦବି ଯାଇଛି ତ ଆଉ କେଉଁଠି ଛୋଟ ଛୋଟ ଗୁଲିଗୁଲି, ଆଉ କେଉଁଠି ପଚି ଷଢ଼ି ଯାଉଛି। ବେପାରୀ ବି ସେୟା କହୁଛନ୍ତି ବସ୍ତାକରେ ୧୦ କିଲୋ ନଷ୍ଟ ହେଉଛି। ଭୁବନେଶ୍ବର ଆଇଗିଣିଆ ଆଳୁ ଗଦିକୁ ଆଜି ପଶ୍ଚିମବଙ୍ଗରୁ ୩ ଟି ଓ ଉତ୍ତରପ୍ରଦେଶରୁ ଗୋଟିଏ ଗାଡି ଆସିଛି। ରାଜ୍ୟକୁ ମୋଟ ୫୦ ଟି ଗାଡ଼ି ଆସିଛି। ବର୍ତ୍ତମାନ ରାଜ୍ୟରେ ୧୫ ରୁ ୧୬ ହଜାର ଟନ ଆଳୁ ମହଜୁଦ ଅଛି। ଦିନକୁ ପ୍ରାୟ ୫ ହଜାର ଟନ ଆବଶ୍ୟକ ପଡୁଥିବାରୁ ଏହି ଆଳୁ ତିନି ଦିନ ଯାଇପାରେ। ଗତକାଲି ପଶ୍ଚିମବଙ୍ଗର ବ୍ୟବସାୟୀ ସଂଘ ସେଠାକାର ୨ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଓଡ଼ିଶାକୁ କ୍ଵିଣ୍ଟାଲ୍ ୨୩୦୦ ଟଙ୍କାରେ ଆଳୁ ପଠାଇବାକୁ ସ୍ଥିର ହୋଇଛି।
ଆଳୁକୁ ନେଇ ଟେନସ ସରୁନଥିବା ବେଳେ ବିରୋଧୀ ଆଜି ସରକାରଙ୍କୁ ଘେରିଛନ୍ତି। ସିଧା ଯୋଗାଣ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି କହିଛି ସବୁଜ ପନିପରିବା ଦର ଆକାଶ ଛୁଆଁ ଥିବା ବେଳେ ଆଳୁଦର ପକା ଉଠା କରୁଛି। ତାଠାରୁ ଅଧିକ କଷ୍ଟ ଦେଉଛି ବିଭାଗୀୟ ମନ୍ତ୍ରୀଙ୍କର ବୟାନ। ଆଜି ୟୁପି କାଲି ପଂଜାବ ପୁଣି ପଶ୍ଚିମବଙ୍ଗ କଥା କହି ମନ୍ତ୍ରୀ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେଡି ନେତା ଅରୁଣ ସାହୁ କହିଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଦିନେ, ଦୁଇ ଦିନ ଭିତରେ ସ୍ଥିତି ସ୍ବାଭାବିକ ହେବ। ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଖୁବଶୀଘ୍ର ପର୍ଯ୍ୟାପ୍ତ ଆଳୁ ଆସିବାର ବାଟ ଫିଟିଛି। ଆଉ ଦୁଇ ଦିନରେ ସ୍ଥିତି ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି। ପଶ୍ଚିମବଙ୍ଗରେ ଆଳୁ ୨୫ ଟଙ୍କାରେ ମିଳୁଥିବାରୁ ଖୁବ ଶୀଘ୍ର ଓଡ଼ିଶାରେ ମଧ୍ୟ ଦର ଖସିବା ଆଶା କରାଯାଉଛି।